new twist- ଅନୁଭବ ଙ୍କୁ ନିଜର ଶେ୍ଷ କଥା ଜଣାଇଲେ barsha..ଦୁଃଖ ନେଇ ମୁଁ ଘର ଛାଡ଼ୁଛି, ସୁଖରେ ତୁମେ ରୁହ….

ଦିନେ ମୋ ସ୍ୱପ୍ନ କୁ ସାକାର କରିବା ପାଇଁ, ଦିନେ ମୋ ପ୍ରେମ କୁ ପୁରା କରିବା ପାଇଁ ତୁମ ହାତ ଧରି ମଥାରେ ସିନ୍ଦୁର ,ପାଦରେ ଅଳତା ଓ ହାତରେ ଶଙ୍ଖା ,ମଥାରେ ଓଢ଼ଣୀ ଟାଣି ଘରକୁ ଆସିଥିଲି। ଭାବିଥିଲି ତୁମ ସ୍ନେହ, ଶ୍ରଦ୍ଧା ମୋତେ ବାନ୍ଧି ରଖିବ କିନ୍ତୁ ମୁଁ ଜାଣି ନଥିଲି ତୁମେ ମୋ ଦୁଃଖ। ଦୁଃଖ ସାଥୀରେ ବନ୍ଧୁ ବାନ୍ଧିଛି। ଆଉ ଲୁହକୁ ନିଜର କରୁଛି।

ମୁଁ ବହୁତ ଚେଷ୍ଟା କଲି ମୁଁ ତୁମ ସାଥୀରେ ରହିବା ପାଇଁ କିନ୍ତୁ ତୁମେ ବି ବହୁତ ଚେଷ୍ଟା କରୁଛ ତୁମେ ମୋ ଠାରୁ ଦୂରେଇ ରହିବା ପାଇଁ। ତୁମେ ଗୋଟିଏ ପରେ ଗୋଟିଏ ରେ ସଫଳ ହେଉଛ, ଆଜି ବି ସଫଳ ହେଇଗଲ। ଯେଉଁ ଘରକୁ ତୁମେ ଦିନେ ରୋଷଣୀ କରି ଘରକୁ ବୋହୂ କରି ନେଇ ଆସିଥିଲ ଆଜି ସେଇ ଘରୁ ମୁଁ ଏକାକୀ ଯାଉଛି।

ଆଜି ଠୁ ମୁଁ ଏଇ ଘରେ ରହିବି ନାହିଁ। ତୁମେ ବି ମୋତେ ଆଉ ଝୁରିବ ନାହିଁ। କାରଣ ଏ ଘର ତୁମେ ତିଆରି କରିଛ। ମୁଁ ମୋ ଭାଗ୍ୟ କୁ ନେଇ ଯାଉଛି। ତେମେ ଖୁସିରେ ରୁହ। ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯେତେବେଳେ ତାଙ୍କ ଶାଶୁ ଘର ଛାଡ଼ିଥିବେ ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଥିବ। ଏମିତିକି ଅନେକ ଭାବନା ତାଙ୍କ ମନ ଭିତରକୁ ଚାଲି ଆସୁଥିବ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯେତେବେଳେ ସୁଖରେ ଟିକିଏ ରହିବା ପାଇଁ ଭରସା କରିଥିଲେ ଅନୁଭବ ମହାନ୍ତି ଙ୍କୁ ସେତେବେଳେ କଣ ସେ ଭାବିଥିଲେ ତାଙ୍କ ଜୀବନ ନୌକା ଟା ଏମିତି ଅଧା ବାଟରେ ବୁଡ଼ିଯିବ। ଚଳଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜେ ଘରେ ପ୍ରବେଶ କରିବା ପାଇଁ ଶନିବାର ପୁରୀ ଘଟା ପୋଲିସ୍ ର ସହାୟତା ଲଡ଼ିଛନ୍ତି। ଏଠି କହି ରଖିବା ପାଇଁ ଚାହୁଁଛୁ ଆଗକୁ ଆସୁଛି ନିର୍ବାଚନ।

ସେଥିପାଇଁ କୌଣସି ପରିସ୍ଥିତିରେ ବି ଟିକିଏ ରିସ୍କ ନେବା ପାଇଁ ଚାହୁଁ ନାହାନ୍ତି ସାଂସଦ ଅନୁଭବ ମହାନ୍ତି। ସେଥିପାଇଁ ବର୍ଷା ଘର ଛାଡ଼ିବା ପରେ ନିଜ ଘରକୁ ନିଜେ ଅନୁଭବ ଯିବା ପୂର୍ବରୁ ପୋଲିସ୍ ର ସହାୟତା ଲଡ଼ିଛନ୍ତି। ଅଗଷ୍ଟ ୩୦ ତାରିଖରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଏକ ବର୍ଷ ମଧ୍ୟରେ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ଆଉ ଶୁକ୍ରବାର ସମୟସୀମା ପୁରଣ ହୋଇଯାଇଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡ଼ି ନିଜ ଘରକୁ ଚାଲି ଯାଇଛନ୍ତି। ଆଉ ଗଲାବେଳେ ମନରେ ଅନେକ କିଛି ଭାବନା ଭାବି ଦେଇ ଯାଇଛନ୍ତି। ଏବେ ପୋଲିସ୍ ଉପସ୍ଥିତିରେ ଅନୁଭବ ନିଜେ ଘରେ ପ୍ରବେଶ କରିବା ପାଇଁ ପୁରୀ ଘାଟ ଥାନାରେ ଲିଖିତ ଆବେଦନ କରିଛନ୍ତି। ଆଉ ଏହାକୁ ପୋଲିସ୍ ଗ୍ରହଣ କରିବା ସହ ସମସ୍ତ ଟଙ୍କାର ସହାୟତା ଯୋଗାଇଦେବା ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment