ବ୍ଲାକମେଲିଂର ଶିକାର ହେବା ନେଇ ଘଟଣା ଆପଣ ମାନେ ଜାଣିଥିବେ ବେଶ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏବେ ସେହି ଘଟଣା କୁ ନେଇ ପୋଲିସ ଗୋଟିଏ ପରେ ଗୋଟିଏ କଳାକାରନାମା କୁ ପର୍ଦ୍ଦାଫାସ୍ କରୁଛି ।ତେବେ ଲେଡି ବ୍ଲାକମେଲର୍ ରାଜଧାନୀରେ ରହି ନେତା ଓ ଅଭିନେତାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ମାଷ୍ଟର ମାଇଣ୍ଡ ଯୁବତୀ ଜଣଙ୍କ ନାଁ ଅର୍ଚ୍ଚନା ନାଗ ବୋଲି ଆପଣମାନେ ତ ଜାଣିଛନ୍ତି ।
ଅର୍ଚ୍ଚନା ନାଗଙ୍କୁ ଅଟକ ରଖି କମିଶନରେଟ ପୋଲିସ ପଚରାଉଚରା ଜାରି ରଖିଛି ।କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଅଭିଯୋଗ ଆସିଥିଲା । ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଲା । ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମଧ୍ୟ ଟଙ୍କା ମାଗୁଥିଲେ ।
ସୁନା ଦୋକାନ ମାଲିକଙ୍କଠୁ କୋଟିକୋଟି ଟଙ୍କା ନେଇଛନ୍ତି । ଅନ୍ୟପଟେ ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ। ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲେ। ପରେ ସିକ୍ରେଟ ଫଟୋ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ।
ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ ।ହଁ ଆଜ୍ଞା ପୋଲିସ୍, ରାଜନେତା, ବ୍ୟବସାୟୀ ଯାହା ପାଖରେ ପଇସା ଅଛି ତାଙ୍କ ଉପରେ ପ୍ରଥମେ ନଜର ପଡ଼େ ଅର୍ଚ୍ଚନା ଙ୍କ। ଆଉ ତାପରେ ଫେସବୁକ ରେ ଫ୍ରେଣ୍ଡ ରିକ୍ୱେଷ୍ଟ ।ଆଉ ଫ୍ରେଣ୍ଡ ରିକ୍ୱେଷ୍ଟ କୁ ଗ୍ରହଣ କଲାପରେ ମାଗନ୍ତି ଫୋନ ନମ୍ବର।
ଫୋନ୍ ନମ୍ବର ପାଇ ସାରିବା ପରେ ଆରମ୍ଭ ହୁଏ ପ୍ରେମାଳପ। ଆଉ ତାପରେ ଘରକୁ ଡାକି ଶାରୀରିକ ସମ୍ପର୍କ ରଖନ୍ତି। ଆଉ ଅନ୍ତରଙ୍ଗ ମୂହୁର୍ତ୍ତ ଭିଡିଓ ସୁଟ୍ କରି ବ୍ଲାକମେଲିଂ କରିବା ଆରମ୍ଭ କରିଥାଏ। ଆଉ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥାନ୍ତି ଏହି ସୁନ୍ଦରୀ ଅର୍ଚ୍ଚନା। ଆଉ ଯାହାକୁ ବର୍ତ୍ତମାନ ଗିରଫ କରିଛି କମିଶନରେଟ ପୋଲିସ। ଆଉ ଅର୍ଚ୍ଚନା ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଅର୍ଚ୍ଚନାଙ୍କ ସବୁ ପାପର ପେଡ଼ି ସାମ୍ନାକୁ ଆସୁଛି।
ଅର୍ଚ୍ଚନାଙ୍କ ବିଷୟରେ ଏହି ସବୁ ତଥ୍ୟ ଆପଣମାନେ ପାଇ ସାରିଥିବେ। କିନ୍ତୁ ବର୍ତ୍ତମାନ ଅର୍ଚ୍ଚନା ଙ୍କୁ ନେଇ ମହିଳା ମିଡିଆ ସାମ୍ନାରେ କହିଛନ୍ତି କି ଏଥିରେ ଅର୍ଚ୍ଚନାଙ୍କ କିଛି ଭୁଲ ନାହିଁ। ଯଦି ଅର୍ଚ୍ଚନା ସେମାନଙ୍କୁ ଡାକୁଥିଲେ ସେମାନେ କାହିଁକି ଯାଉଥିଲେ। କଣ ସେମାନଙ୍କ ସ୍ତ୍ରୀ ପାଖରେ ଯାହା ଅର୍ଚ୍ଚନାଙ୍କ ପାଖରେ ଅଛି।
ଆଉ ଯେତେବେଳେ ଅର୍ଚ୍ଚନା ଙ୍କୁ ପୋଲିସ୍ ଗିରଫ କରିଛି ସେତେବେଳେ ସେହି ବଡ଼ ବଡ଼ିଆ ନେତା, ପୋଲିସ, ବିଲଡର କୁଆଡ଼େ ଗଲେ କାହିଁ ଅର୍ଚ୍ଚନା ଙ୍କୁ ସାହାଯ୍ୟ କରିବା ପାଇଁ ଯାଉ ନାହାଁନ୍ତି। ଆଉ କହିଥିଲେ ଗୁଡ଼ ହାଣ୍ଡି ଯେଉଁଠି ଜନ୍ଦା ପିମ୍ପୁଡ଼ି ସେଇଠି। ଆଉ ଅର୍ଚ୍ଚନା ମୁହଁ ଖୋଲିବା ଦରକାର ,ଯଦି ଅର୍ଚ୍ଚନା ମୁହଁ ଖୋଲିବେ ତାହେଲେ ଚୈତ୍ର ମାସରେ ବୋଦା ବଳି ପଡ଼ିଲା ପରି ବଡ଼ ବଡ଼ିଆ ବଳି ପଡ଼ିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।