ଆଜି ପବିତ୍ର ସୋମବାର ଏହି ଗଛ ମୂଳେ ପୋତି ଦିଅନ୍ତୁ ହଳଦୀ…..ପରିବାରକୁ ଆସିହ ସୁଖଶାନ୍ତି ଏବଂ ଧନର ବର୍ଷା

ଏବେ ଆଜି ଭାଦ୍ରବ ମାସ ସୋମବାର ।ତେବେ କେଉଁ ଗଛ ମୂଳରେ ହଳଦୀ ଦୁଇଟି ପୋତି ଦେଲେ କେଉଁ ପ୍ରକାରର ଇଚ୍ଛା ପୂରଣ ହୋଇଥାଏ , ତାହା ଆଜି ଆମେ କହିବୁ । ହଳଦୀ ହେଉଛି ଏଭଳି ଏକ ପବିତ୍ର ଜିନିଷ ଏବଂ ଚମତ୍କାରୀ ଜିନିଷ ଯାହାକି ନକରାତ୍ମକ ଉର୍ଜା କୁ ଦୂର କରି ସକରାତ୍ମକ ଉର୍ଜା କୁ ଟାଣଇଥାଏ ।ଖାଲି ଏତିକି ନୁହେଁ , ଏହି ହଳଦୀ ଟି ଏପରି ଏକ ଜିନିଷ ଯାହା ମଧ୍ୟରେ ଏପରି ଚମତ୍କାର ଗୁଣ ମାନ ରହିଅଛି ,ଧନକୁ ବା ଧନ ଲକ୍ଷ୍ମୀଙ୍କୁ ମଧ୍ୟ ଚୁମ୍ବକ ପରି ଆକର୍ଷଣ କରିବାର ଶକ୍ତି ରହିଛି ।ତେବେ ଏହି ଶ୍ରାବଣ ମାସଟି ଅତ୍ୟନ୍ତ ପବିତ୍ର ମାସ ଅଟେ ।ଏହି ଶ୍ରାବଣ ମାସଟି ଶିଭ ଭଗବାନଙ୍କୁ ସମର୍ପିତ ଅଟେ ।

1- ଇଚ୍ଛା ପୁର୍ତି ପାଇଁ –

 

କଦଳୀ ଗଛରେ ଦୁଇଟି ହଳଦୀକୁ ନିଜର ଇଚ୍ଛାକୁ ସ୍ମରଣ କରି ପୋତି ଦିଅନ୍ତୁ ।ଏହାକୁ ଗୁରୁବାର ଦିନ ହିଁ କରିବେ । ଏବଂ ସାତ ଦିନ ପର୍ଯ୍ୟନ୍ତ ସେହି କଦଳୀ ଗଛ ମୂଳରେ ତାହାକୁ ରହିବାକୁ ଦିଅନ୍ତୁ ।ଆସନ୍ତା ଗୁରୁବାର ଦିନ ବା ସାତ ଦିନ ପରେ ଯେଉଁ ଗୁରୁବାର ପଡିବ ସେହି ଗୁରୁବାର ଦିନ ସନ୍ଧ୍ୟା ସମୟରେ ଖୋଳିକି ନେଇ ଆସନ୍ତୁ ।ଏହା ଦ୍ୱାରା ଇଚ୍ଛା ପୂର୍ତି ହୋଇଥାଏ ।ଏହି ହଳଦୀ ଦୁଇଟିକୁ ଆଣି ଆପଣ ଆପଣଙ୍କ ପୂଜା ଘରେ ରଖି ଦିଅନ୍ତୁ କିମ୍ବା ସିନ୍ଧୁକରେ ରଖି ଦିଅନ୍ତୁ ।ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।କୌଣସି ବି ଇଚ୍ଚା ଆପଣଙ୍କ ର ଥାଉ ନା କାହିଁକି ସେହି ସବୁ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ।

2- କୌଣସି ପ୍ରକାରର ରୋଗ ନାଶ ପାଇଁ –

ଘରେ ଯଦି ଆପଣଙ୍କ କେହି ରୋଗରେ ପଡିଛନ୍ତି ବା ବାରମ୍ବାର ରୋଗର ଶିକାର ହେଉଛନ୍ତି ଏବଂ ଘରେ ନକରାତ୍ମକ ଶକ୍ତି ଅଛି ବୋଲି ଅନୁମାନ କରୁଛନ୍ତି ଏବଂ ପ୍ରାୟତଃ ଆପଣଙ୍କର ମୁଣ୍ଡ ଭାରି ଭାରି ଲାଗୁଛି , ତେବେ ତୁଳସୀ ଗଛ ମୂଳରେ ଦୁଇଟି ହଳଦୀ କୁ ପୋତି ଦିଅନ୍ତୁ ଏବଂ ସାତ ଦିନ ପର୍ଯ୍ୟନ୍ତ ତାହାକୁ ରହିବାକୁ ଦିଅନ୍ତୁ ।ଏହାକୁ ରବିବାର ଦିନ ଛାଡିକି ଅନ୍ୟ ଯେକୌଣସି ଦିନ କରି ପାରିବେ ଏବଂ ସାତ ଦିନ ପରେ ତାହାକୁ ଆଣି ଏକ ତାବିଜ ଭିତରେ ଭର୍ତ୍ତି କରି ପିନ୍ଧି ଦିଅନ୍ତୁ ।କୌଣସି ପ୍ରକାରର ରୋଗ ଥାଉ ନା କାହିଁକି ତାହାକୁ ଏହା ନାଶ କରି ଦେଇଥାଏ .

3- ଧନ ପ୍ରାପ୍ତି ପାଇଁ –

 

 

ଅଁଳା ଗଛର ମୂଳରେ ଦୁଇଟି ହଳଦୀ କୁ ପୋତି ଦିଅନ୍ତୁ ।ଏହାକୁ ସାତଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ।ଏହି ଉପାୟଟିକୁ ଆପଣ ଗୁରୁବାର ଦିନ କିମ୍ବା ଶୁକ୍ରବାର ଦିନ କରି ପାରିବେ ।ସାତ ଦିନ ପରେ ଏହାକୁ ଖୋଳି ଘରକୁ ଆଣି ସିନ୍ଧୁକରେ ରଖି ଦିଅନ୍ତୁ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।ଏହା ଦ୍ୱାରା ଅଚାନକ ଧନର ବୃଦ୍ଧି ଘଟିଥାଏ ଏବଂ ଉନ୍ନତି ଦେଖା ଦେଇଥାଏ ।

4- ଧନ ପ୍ରାପ୍ତି କରିବା ପାଇଁ ହେଉ ଅବା କରଜରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଅବା ଧନ ଆସିବାର ବାଟ ବନ୍ଦ ହୋଇ ଯାଇଥିଲେ , ଦୁଇଟି ହଳଦୀକୁ ଅସ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ ।ଏହାକୁ ସାତ ଦିନ ରହିବାକୁ ଦିଅ ।ସାତ ଦିନ ପରେ ଏହାକୁ ଖୋଳି ଆଣନ୍ତୁ ।ଏହାକୁ ଶୁକ୍ରବାର ଦିନ କିମ୍ବା ଗୁରୁବାର ଦିନ କରିବେ ।ଏହାକୁ ଆଣି ପୂଜା ସ୍ଥାନରେ କିମ୍ବା ସିନ୍ଧୁକ କିମ୍ବା ପଇସା ରଖିଥିବା ସ୍ଥାନରେ ରଖି ଦିଅନ୍ତୁ ଅଥବା ଏହାକୁ ତାବିଜରେ ଭରି କରି ପିନ୍ଧି ଦିଅନ୍ତୁ ।ଏହା ଦ୍ୱାରା ମଧ୍ୟ ଧନ ପ୍ରାପ୍ତି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment