ତେବେ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ରେ ପୂଜା ଆଉ ପର୍ବକୁ ନେଇକି ବିଭିନ୍ନ ପ୍ରକାରର ଲୋକ କଥା ରହିଛି । ଆଉ ସେହି କଥା କୁ ମାନିକି ଆମେ ମାନେ ଆମର ଜୀବନରେ ବହୁତ ଆଗକୁ ଯାଇଥାଉ ଓ ଉନ୍ନତି ମଧ୍ୟ କରିଥାଉ । ତେବେ ସେହିଭଳି ଆମ ହିନ୍ଦୁ ଧର୍ମ ର ଶାସ୍ତ୍ର ଅନୁସାରେ ଆମର ଦେବି ବା ଦେବତା ମାନଙ୍କର ଅନେକ ବାହାନ ମଧ୍ୟ ରହିଛନ୍ତି । ଆଉ ତାହାର ବିଶେଷ କାରଣ ଗୁଡିକ ମଧ୍ୟ ରହିଛି । ତେବେ ଆଜି ଏକ ପୁରୀ ଶ୍ରୀମନ୍ଦିର ଆଗରେ ଚମତ୍କାର ଘଟଣା ଦେଖିବା ପାଇଁ ମିଳିଛି। ଆପଣ ଜାଣି ବହୁତ ଖୁସି ହେବେ। ଆପଣ ମାନେ ସମସ୍ତେ ଜାଣିଥିବେ ପେଚା ହେଉଛି ଲକ୍ଷ୍ମୀ ଙ୍କ ବାହାନ। କିନ୍ତୁ କେହି କେହି କହିଥାନ୍ତି ପେଚା ଦେଖିଲେ ଅଶୁଭ ହୋଇଥାଏ ବୋଲି। କିନ୍ତୁ ବାସ୍ତବରେ ତାହା ସତ୍ଯ ହୋଇ ନଥାଏ।
ତେବେ ଆପଣ ମାନେ ଆଗରୁ ପୁରୀ ଶ୍ରୀମନ୍ଦିର ରେ ବହୁତ ପ୍ରକାର ଅଘଟଣ ଘଟିଥିବା କଥା ଶୁଣିଥିବେ କି ପୁରୀ ଆକାଶ ନାଲ ରଙ୍ଗର ଦେଖିବାକୁ ମିଳିଥିଲା, ମନ୍ଦିରର ଉପରେ ଅନେକ ଚିଲ ମାନେ ଉଡ଼ିବାର ଶୁଣିବାକୁ ପାଇଥିବେ। ପୁରୀ ରେ ଅତ୍ୟଧିକ ବର୍ଷା ଯୋଗୁଁ ବାଇଶି ପାହାଚରେ ପାଣି ଝରଣା ପରି ଝରି ଆସୁଥିଲା। ଆଉ ସିଂହ ଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ର ଗୁମୁତ ରୁ ଡେଇଁ ପଡ଼ି ଜଣେ ବଳରାମ ନାମକ କିନ୍ନର ଆତ୍ମହତ୍ୟା କରିଥିଲେ। ଏହି ସବୁ ଅଘଟଣ ଦେଖି ପୁରୀ ବାସିନ୍ଦା ସହିତ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଆଗକୁ ଆସୁଥିବା କିଛି ବିପଦର ସଙ୍କେତ ଦେଉଛି ବୋଲି ଭକ୍ତ ମାନେ ମଧ୍ୟ କହିଥିଲେ।
କିନ୍ତୁ ଆଜି ଏହି ପବିତ୍ର ଧନତେରସ୍ ଦିନ ଗୋଟିଏ ଧଳା ରଙ୍ଗର ପେଚା ଶ୍ରୀମନ୍ଦିର ସମ୍ମୁଖରେ ଉଡ଼ି ଆସିଥିବା ଦେଖି ଭକ୍ତ ମାନେ ବହୁତ ଖୁସି ହୋଇଯାଇଥିଲେ। ଭକ୍ତ ମାନେ କହୁଛନ୍ତି କି ଏହି ଧନତେରସ୍ ଦିନ ପେଚା ରୂପରେ ମା ଲକ୍ଷ୍ମୀ ଆସିଛନ୍ତି। ଆଉ ଭକ୍ତ ମାନଙ୍କୁ ଦେଲେ ଦର୍ଶନ। ଶ୍ରୀମନ୍ଦିର ରୁ ଉଦ୍ଧାର ହେଲା ଏହି ପେଚା। ମା ଲକ୍ଷ୍ମୀଙ୍କ ବାହାନକୁ ଦେଖି ଶ୍ରଦ୍ଧାଳୁ ମାନେ ବହୁତ ଉତ୍ସାହିତ ହେଉଥିଲେ। କାରଣ ମା ଲକ୍ଷ୍ମୀ ପେଚା ରୂପରେ ଆସି ଦର୍ଶନ ଦେଇଛନ୍ତି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ଶ୍ରୀ ଜଗନ୍ନାଥ ସଂସ୍କୃତି ରେ ରହିଛି ଅନେକ ପରମ୍ପରା। ଆଜି ହେଉଛି ପବିତ୍ର ଧନତେରସ୍। ଶ୍ରୀକ୍ଷେତ୍ରରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ।
ଆଜି ଭଳି ପବିତ୍ର ଦିନରେ ମନ୍ଦିର ପରିସରରେ ମା ଲକ୍ଷ୍ମୀଙ୍କ ମନ୍ଦିରରୁ ଏକ ଧଳା ପେଚା ଉଦ୍ଧାର କରାଯାଇଛି। ମନ୍ଦିର ସେବାୟତ ମଧୁସୂଦନ ସିଂଧାରୀ ଏହି ଧଳା ପେଚା କୁ ଉଦ୍ଧାର କରି ଏକ ବ୍ୟାଗ ରେ ବାହାରକୁ ଆଣିଥିଲେ। ପରେ ଏହି ପେଚାକୁ ଜଙ୍ଗଲ ବିଭାଗ ଅଧୀକାରୀଙ୍କୁ ହସ୍ତାନ୍ତର କରିଛନ୍ତି ସେବାୟତ।ଏହି ଧଳା ପେଚା ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ କୌତୁହଳ ଦେଖିବା ପାଇଁ ମିଳିଥିଲା। ମା ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚା ଉଦ୍ଧାର ହୋଇଥିବାରୁ ଭକ୍ତିଭାବ ଦ୍ବିଗୁଣିତ ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।