ଏତେ ଦିନ ପରେ ପ୍ରଥମ ଥର ପାଇଁ ଦେଖନ୍ତୁ ollywood ଅଭିନେତା ବାବୁସାନ୍ ଙ୍କ ଭଣଜା ଙ୍କୁ….

ସେଲିବ୍ରେଟି ମାନେ ତାଙ୍କ ପ୍ରଫେସନାଲ ଲାଇଫ ଓ ପୋର୍ଶନାଲ ଲାଇଫକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସାଧାରଣ ଲୋକମାନେ ସର୍ବଦା ସେଲିବ୍ରେଟି ମାନଙ୍କ ଗତିବିଧି ଉପରେ ଲକ୍ଷ ରଖିଥାନ୍ତି। ସେମାନଙ୍କ ବ୍ୟକ୍ତି ଗତ ଜୀବନ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରିଥାନ୍ତି। କିଛି ବ୍ୟକ୍ତି ମଧ୍ୟ ସେଲିବ୍ରେଟି ମାନଙ୍କର ଷ୍ଟାଇଲକୁ ଅନୁସରଣ କରିଥାନ୍ତି।

ଆଉ ଯେତେବେଳେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରୁଥିବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ସୁଯୋଗ ମିଳେ ସେତେବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ଆଗ୍ରହ ଓ ଉତ୍କଣ୍ଠା ଦେଖା ଦେଇଥାଏ।କାରଣ ସାଧାରଣ ଲୋକଙ୍କ ଠାରୁ କଳାକାର ମାନଙ୍କ ଜୀବନଶୈଳୀ ସାଧାରଣତଃ ଭିନ୍ନ ଧରଣର ହୋଇଥାଏ। ପ୍ରଶଂସକମାନେ ନିଜ ନିଜ ପ୍ରିୟ କଳାକାରର ଜୀବନଶୈଳୀକୁ ଅନୁସରଣ ମଧ୍ୟ କରିଥାନ୍ତି।

 

ତେବେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ସେମାନଙ୍କ ଅଭିନୟ ସାଙ୍ଗକୁ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚିତ ରହିଥାନ୍ତି। ତେବେ ଆଜି ଆମେ ଓଡ଼ିଆ ସିନେମା ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତା ତଥା ଚକୋଲେଟ ହିରୋ ବାବୁଶାନ ମାହାନ୍ତି ଓ ତାଙ୍କ ପରିବାର ସହ ବିତାଇଥିବା କିଛି ମଜାଦାର ମୁହୂର୍ତ୍ତ ବାବଦରେ ଜଣାଇବୁ।

 

ତେବେ ଆପଣମାନେ ଅଭିନେତା ବାବୁଶାନ ମହାନ୍ତିଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ।ଓଡ଼ିଶାର ଚର୍ଚ୍ଚିତ ଲୋକପ୍ରିୟ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ହେଉଛନ୍ତି ବାବୁଶାନ ମହାନ୍ତି।ଏମିତି ଦେଖିବାକୁ ଗଲେ ବାବୁଶାନ ତାଙ୍କ ଅଭିନୟ ସାଙ୍ଗକୁ ଜଣେ ଗାୟକ ଭାବରେ ମଧ୍ୟ ଅଧିକ ଖ୍ୟାତିନାମା ଅର୍ଜନ କରିଛନ୍ତି।ଖୁବ କମ୍ ସମୟ ମଧ୍ୟରେ ଓଡିଶା ବାସୀଙ୍କ ମନରେ ଏକ ସ୍ବତନ୍ତ୍ର ଯାଗା ତିଆରି କରି ପାରିଛନ୍ତି ବାବୁଶାନ।

 

ନିଜର ଜବରଦସ୍ତ ଏକ୍ଟିଂ ଓ ଡାନ୍ସ ପାଇଁ ବାବୁଶାନ ମହାନ୍ତି ଦର୍ଶକମାନଙ୍କ ଅହେତୁକ ଭଲ ପାଇବା ସାଉଁଟି ପାରିଛନ୍ତି।୨୦୦୯ ମସିହାରେ “ରୋମିଓ ଦ ଲଭର୍ ବଏ” ଚଳଚ୍ଚିତ୍ର ମାଧ୍ୟମରେ ବାବୁଶାନ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଭାବରେ ନଜର ଆସିଥିଲେ। ଏହା ପରଠାରୁ ବାବୁଶାନ୍ ଓଲିଉଡ଼ ସିନେମା ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇ ଚାଲିଛନ୍ତି।

ତେବେ ବର୍ତ୍ତମାନ ସମୟରେ ବାବୁଶାନ ଓ ତାଙ୍କ ପରିବାର ସଦସ୍ୟଙ୍କ କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବାବୁଶାନଙ୍କ ଭଣଜା ମଧ୍ୟ ନଜର ଆସିଛନ୍ତି। ବାବୁଶାନଙ୍କ ଭଣଜାକୁ ପ୍ରଥମ ଥର ବାବୁଶାନଙ୍କ ସହିତ ଦେଖି ପ୍ରସଂଶକ ମାନେ ଖୁବ୍ ଖୁସି ଥିବାର ଦେଖିବାକୁ ମିଳୁଛି। ଆପଣ ମାନେ ଦେଖି ପାରୁଥିବେ ବାବୁଶାନ କିଭଳି ତାଙ୍କ ଭଣକୁ କୁଣ୍ଢେଇ ଧରିଛନ୍ତି। ଅଭିନେତ୍ରୀ ଅପରାଜିତା ମଧ୍ୟ ନାତିକୁ ଗେହ୍ଲା କରିଥିବାର ନଜର ଆସିଛନ୍ତି। ତେବେ ଏହି ଫୋଟ ଗୁଡିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Comment