ଏବେ ବି ଆଇଜି ପାର୍କରେ ବୁଲୁଛନ୍ତି ୧୦୦ ଟଙ୍କିଆ ଦେହଜୀବୀ: ପ୍ରଶାସନ କାହିଁକି ସାଜିଛି ନୀରବ ଦ୍ରଷ୍ଟା ?

ତେବେ ରାଜଧାନୀ ଭୁବନେଶ୍ୱର ହେଉଛି ଓଡ଼ିଶା ର ଏକ ସୁନ୍ଦର ସ୍ଥାନ ଯେଉଁଠି ଅନେକ ମନଲୋଭା ସ୍ଥାନ ରହିଛି ଏବଂ ଅନେକ ପାର୍କ ମଧ୍ୟ ରହିଛି | ସେଥି ମଧ୍ୟରୁ ଭୁବନେଶ୍ୱର ର ପ୍ରସିଦ୍ଧ ଇନ୍ଦିରା ଗାନ୍ଧୀ ପାର୍କ ହେଉଛି ପ୍ରମୁଖ ପାର୍କ ଯେଉଁଠି କି ଅନେକ ବାହାରୁ ମଧ୍ୟ ଲୋକ ମାନେ ବୁଲିବା ପାଇଁ ଆସି ଥାଆନ୍ତି | କେବଳ ଯେ ରାଜ୍ୟ ଭିତରୁ ତାହା ନୁହେଁ ବରଂ ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକ ଏହି ଆଇଜି ପାର୍କ କୁ ବୁଲିବା ପାଇଁ ଆସି ଥାଆନ୍ତି ଏବଂ ବୁଲି ପାର୍କ ଟିକୁ ଖୁବ ପସନ୍ଦ ମଧ୍ୟ କରି ଥାଆନ୍ତି |

ତେବେ ଆପଣ ଏହା ମଧ୍ୟ ଜାଣି ଥିବେ କି ସେହି ଆଇଜି ପାର୍କ ରେ ଅନେକ ଭାଇରାଲ ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ ଆଉ ଯେତିକି କାଣ୍ଡ ସେହି ଠାରେ ହିଁ ଦେଖିବା ପାଇଁ ମିଳେ କାରଣ ଆଜିର ଯୁବ ପିଢ଼ି ନିଜ ମନ ମୁତାବକ ନେଇ ହିଁ କାର୍ଯ୍ୟ କରି ଥାଆନ୍ତି | ତେବେ ଏହାରି ଭିତରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଘଟଣା ଟି ହେଉଛି କି ଆଇଜି ପାର୍କ ଏବେ ଦେହଜିବୀ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟି ଗଲାଣି |

 


ଏହି ଦେହ ଜୀବି ମାନେ ଖୁଲମ ଖୁଲା ସଭିଙ୍କ ଆଖିରେ ଧୂଳି ଦେଇ ଚକ୍କର କାଟୁଛନ୍ତି ଏବଂ ଯେଉଁଠି ଶିକାର ପାଉଛନ୍ତି ମାଡ଼ି ବସୁଛନ୍ତି | ଏହି ଦେହ ଜୀବି ମାନେ ପାର୍କ ଭିତରେ ଯେଉଁ ବି ବ୍ୟକ୍ତି କୁ ପାଉଛନ୍ତି ତାଙ୍କ ସହ ଅଳ୍ପ ଟଙ୍କା ରେ ଡିଲ କରି ଦେଉଛନ୍ତି ଯାହା ଦ୍ୱାରା ଅନେକ ବ୍ୟକ୍ତି ଙ୍କର ପକେଟ ଉପରେ ପ୍ରଭାବ ପଡୁଛି |

ଜଣେ କି ଦୁଇ ଜଣ ନୁହେଁ ଏଭଳି ଏକାଧିକ ଦେହ ଜୀବି ସେଠାରେ ଆଡ୍ଡା କରୁ ଥିବାର ଦେଖିବା ପାଇଁ ମିଳୁଛି | ଯାହା ଦ୍ୱାରା ବର୍ତ୍ତମାନ ସମୟରେ ଏହି ଆଇଜି ପାର୍କ ରେ ପର୍ଯ୍ୟଟକ ଙ୍କ ଯିବା ଆସିବା ସଂଖ୍ୟା କମିବାରେ ଲାଗିଛି | କିନ୍ତୁ ଏସବୁ ଦେଖି ଜାଣି ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ନୀରବ ରହି ଥିବାର ଜଣା ପଡ଼ିଛି |

 


ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ପାର୍କ ଭିତରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଥିଲେ ମଧ୍ୟ ସେମାନେ ଏପରି ବ୍ୟବହାର କରୁଛନ୍ତି ଯେମିତି ସେମାନେ ମଧ୍ୟ ତାଙ୍କ ସହ ସାମିଲ ଅଛନ୍ତି ନଚେତ ତାଙ୍କ ପକେଟ ରେ ପୁଳା ପୁଳା ଟଙ୍କା ଗୁଞ୍ଜା ହୋଇଛି | ଏସବୁକୁ ଦେଖି ମଧ୍ୟ ପ୍ରଶାସନ ଚୁପ ବସିଛି ଯାହାକୁ ନେଇ ଅନେକ ଲୋକ ଏବେ ପ୍ରଶ୍ନ ଉଠାଇଛନ୍ତି ଆଉ କହିଛନ୍ତି କି କେବେ ଏହା ଉପରେ ପ୍ରଶାସନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ |

ଏପଟେ ଦେହ ଜୀବି ଆଡ୍ଡା ଜମାଇ ଥିବା ବେଳେ ଗେଟ ପାଖରେ କିଛି କିନ୍ନର ମଧ୍ୟ ଆଡ୍ଡା ଜମାଉଛନ୍ତି ଯାହା ଫଳରେ ପରିବାର ଲୋକ ଛୋଟ ପିଲା ଙ୍କୁ ପାର୍କ ଆଣିବା ପାଇଁ ପଛଘୁଞ୍ଚା ଦେଲେଣି | ଦୁଃଖର କଥା ହେଉଛି ଆଇଜି ପାର୍କ ର କେତେ କିଲୋମିଟର ଦୂରରେ BDA ଅଫିସ ରହିଛି ହେଲେ ତାର ନଜର ମଧ୍ୟ ପାର୍କ ରେ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment