ବର୍ତ୍ତମାନ ସମୟ ରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ବଢି ବଢି ଚାଲିଛି। ଟେକ୍ନୋଲୋଜି ର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ସୋସିଆଲ ମିଡିଆ ରେ ବର୍ତ୍ତମାନ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅଙ୍ଗା ଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଆଜି କାଲି ସମସ୍ତ ଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଓ ସେଥିରେ ସେମାନେ ଅନେକ ପ୍ରକାର ର ଭିଡ଼ିଓ କରି ପୋଷ୍ଟ କରି ଥାଆନ୍ତି। କିନ୍ତୁ ସେହି ଭିଡିଓ କରିବା ଯେ କେତେ ବେଳେ କାହା ପାଇଁ ବହୁତ ମହଙ୍ଗା ପଡି ଥାଏ କହି ହେବ ନାହିଁ, ଯାହାର ପ୍ରମାଣ ଏବେ ଏହି ଘଟଣା ରୁ ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି। ତେବେ ଚାଲନ୍ତୁ ଜାଣି ନେବା ସଂମ୍ପୂର୍ଣ୍ଣ ଘଟଣା ବିଷୟ ରେ,
ତେବେ ଶିକ୍ଷୟତ୍ରୀ ଙ୍କୁ ସ୍କୁଲ ର ପରିସର ରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ମାଡ଼ । ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ଡିହସାହି ପ୍ରାଥମିକ ସ୍କୁଲ ରେ ଜଣେ କନିଷ୍ଠ ଶିକ୍ଷୟତ୍ରୀ ଙ୍କୁ ସ୍କୁଲ ପରିସର ରେ ଗୋଡ଼ାଇ ତୋଡାଇ ମାଡ଼ ମାରିଛନ୍ତି ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ । ଆକ୍ରମଣ ଶିକାର ହୋଇ ଥିବା କନିଷ୍ଠ ଶିକ୍ଷୟତ୍ରୀ ପଙ୍କଜିନି ସାହୁ ଘଟଣା କୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରିୟା ଜେନା ଙ୍କ ବିରୋଧ ରେ ଘଷିପୁରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରିୟା ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ଗାଳି ଗୁଲଜ କରୁ ଥିଲେ, ଯାହାର ଅଡିଓ ରେକଡିଂ କରି ଥିଲେ ପଙ୍କଜିନି । ଏ ବିଷୟ ରେ ପ୍ରଧାନ ଶିକ୍ଷୟତ୍ରୀ ଜାଣି ଯିବାରୁ ତାଙ୍କୁ ଆକ୍ରମଣ କରି ଥିବା ଜଣା ପଡିଛି । ଏହି ଦୃଶ୍ୟ କୁ ବିଦ୍ୟାଳୟ ର ପାଚିକା ସମେତ ଅନ୍ୟ କେତେକ ସ୍ତ୍ରୀ ଲୋକ ଦେଖି ଶିକ୍ଷୟତ୍ରୀ ଙ୍କୁ ଛଡାଇ ଥିବା କହିଛନ୍ତି ।
ଅଭିଯୋଗ ପରେ ପୋଲିସ୍ ଘଟଣା ର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ଏହି ଘଟଣା କୁ ନେଇଁ ଗାଁ ଲୋକ ଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ ଅସନ୍ତୋଷ ପ୍ରକାଶ ପାଇଛି । ସଂପୃକ୍ତା ପ୍ରଧାନ ଶିକ୍ଷୟତ୍ରୀ ପୂର୍ବ ରୁ ମଧ୍ୟ ଅନ୍ୟ ଜଣେ ଶିକ୍ଷକ ଙ୍କୁ ଏଭଳି ହଇରାଣ କରିବାରୁ ସଂପୃକ୍ତ ଶିକ୍ଷକ ବାଧ୍ୟ ହୋଇ ଅନ୍ୟତ୍ର ବଦଳି କରାଇ ନେଇ ଥିବା ଗାଁ ଲୋକେ କହିଛନ୍ତି ।
ଲିଲିପ୍ରିୟା ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ନେବା ଦିନ ଠାରୁ ଗାଁ ସ୍କୁଲ ରେ ବିଶୃଙ୍ଖଳା ଲାଗି ରହି ଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ଏହା ସହିତ ତୁରନ୍ତ ତାଙ୍କ ବଦଳି ପାଇଁ ଗାଁ ଲୋକେ ଦାବି କରିଛନ୍ତି । ତେବେ ଏ ନେଇ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କ ପ୍ରତି କ୍ରିୟା ମିଳି ପାରି ନାହିଁ ।