ଓଡ଼ିଶାକୁ ଛୁଇଁବନି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା। ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗର ସଦ୍ୟତମ ଟ୍ୱିଟ୍ ଅନୁସାରେ, ଲଘୁଚାପଟି କାଲି ଅବପାତ ଓ 24 ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ। ଏହାପରେ ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହେବ ବାତ୍ୟା। 25 ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖରେ ବାତ୍ୟା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ବଙ୍ଗୋପସାଗର ଦେଇ ଯିବାବେଳେ ଏହା ଓଡ଼ିଶା ଉପକୂଳ ପାଖ ଦେଇ ଗତି କରିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।
ବର୍ତ୍ତମାନ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଅଧିକ ସକ୍ରିୟ ରହିଛି। ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା 24 ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତିକରି 25 ବେଳକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।
ବାତ୍ୟାର ଗତିପଥ ନେଇ ପାଣିପାଗ ବିଭାଗ ଏକ ସମ୍ଭାବ୍ୟ ଟ୍ରାକ୍ ଜାରି କରିଛି। ଅନ୍ୟପକ୍ଷେ, ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ଫେରି ଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। 48 ଘଣ୍ଟା ମଧ୍ୟରେ ମୌସୁମୀ ସାରା ଦେଶରୁ ବିଦାୟ ନେଇପାରେ।
ତେବେ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ନାହିଁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ଆସୁଥିବା ବାତ୍ୟା । ସୃଷ୍ଟି ହୋଇଥିବା ଲଘୁଚାପ 22ରେ ଅବପାତ ରୂପ ନେବ । 23ରେ ଗଭୀର ଅବପାତ, 24ରେ ବାତ୍ୟା ରୂପ ନେବ । ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର ଉତ୍ତରପୂର୍ବ ମୁହାଁଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ବୋଲି ଆଶଙ୍କା ରହିଛି ।ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।
ଓଡ଼ିଶାରେ 24-25ରେ ଉପକୂଳ ଅଞ୍ଚଳରେ ବର୍ଷା ହେବ । କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଓଡ଼ିଶା ଉପକୂଳରେ 23ରୁ ସମୁଦ୍ର ଅଶାନ୍ତ ରହିବ । 23ରେ ଓଡ଼ିଶା ଉପକୂଳ ସମୁଦ୍ରରେ 40-50 କିମି ପବନ ବହିପାରେ । ଓଡ଼ିଶା ଉପରେ ସିଧା ମାଡ଼ ହେଉନଥିବାରୁ ପବନ ଓ ବର୍ଷା ବେଶି ହେବନି ବୋଲି କହିଛନ୍ତି IMD ଡିଜି ।ତେବେ ଏହି ବାତ୍ୟାର ନାଁ ସିତ୍ରାଙ୍ଗ ରହିବ। ଅନ୍ଯପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍ଆର୍ସି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।