ଆଜିର ଦିନରେ ସମାଜ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଗଲାଣି , ପ୍ରତ୍ୟେକ ବାପା ମାଆ ନିଜ ସନ୍ତାନକୁ ଶିକ୍ଷିତ କରିବା ପାଇଁ ଚାହାନ୍ତି । ପ୍ରତ୍ୟେକ ଶିକ୍ଷିତ ଯୁବପିଢୀ ମାନଙ୍କ ମନରେ ଏହି ଇଚ୍ଛା ରହିଥାଏ ଯେ ଭଲ ପାଠପଢି ଭଲ ଖଣ୍ଡେ ଚାକିରୀ କରିବା ପାଇଁ , କିନ୍ତୁ ବର୍ତ୍ତମାନ ସମୟରେ ଭଲ ଚାକିରୀ ଟିଏ ପାଇବା ବହୁତ କଷ୍ଟକର ହୋଇଗଲାଣି । ଯେକୌଣସି ବଡ ବଡ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପାଇଁ ପ୍ରଥମେ ବୁଦ୍ଧି ପରୀକ୍ଷା କରାଯାଉଛି ।
ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ସେହି ସବୁ ପ୍ରଶ୍ନର ଉତ୍ତର ଦେଇପାରିଥାଏ , ଇଣ୍ଟରଭ୍ୟୁରେ ଅନେକ ମଜାଳିଆ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ । ତାହାର ଉତ୍ତର କହିବା ଆମ ପକ୍ଷେ ବହୁତ କଷ୍ଟକର ହୋଇଥାଏ । ଆପଣ ମାନେ ନିଶ୍ଚିତ ରୂପେ ଜାଣିଥିବେ କୌଣସି କମ୍ପିଟେଟିଭ ପରୀକ୍ଷାରେ ଉତ୍ତିଣ୍ଣ ହେବା ପାଇଁ ଜେନେରାଲ ନଲେଜ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଅତ୍ୟନ୍ତ ଜରୁରୀ ଜେନେରାଲ ନୋଲେଜ୍ ବିଷୟରେ ଜଣେଉବୁ । ତାହା ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିବ ।
ତେବେ ଆମେ ଜାଣିଛୁ କି ଆମ ଓଡିଶା ରେ ଢୋଗ କୁ ନେଇକି ବହୁତ ନାଁ ରହିଛି | ତେବେ ଆମେ ଏହି ଢୋଗ କୁ ବ୍ୟବହାର କରି ଅନେକ ସମୟରେ କଥା ବାର୍ତ୍ତା ହେଇଥାଉ ଯାହା ଆମକୁ ବହୁତ ଭଲ ମଧ୍ୟ ଲାଗିଥାଏ |ତେବେ ସେମିତି କିଛି ଢୋଗ ବିଷୟରେ ଆଲୋଚନା କରିବା|ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକର ଉତ୍ତର ସମ୍ପର୍କରେ ।
1. ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ଠାରୁ ନିଆଯାଏ ?
ଉତ୍ତର – ଫୋଟ ।
2. ଉତ୍ତାପ ନ ପାଇକି ବି ଗରମ ହୁଏ ସେ କିଏ ?
ଉତ୍ତର – ମୁଣ୍ଡ ।
3. କେଉଁ ଜିନିଷ ଆମେ ଦେଖିପାରୁ କିନ୍ତୁ ଛୁଇଁପାରି ନ ଥାଉ ଉତ୍ତର – ସ୍ୱପ୍ନ ।
4. କେଉଁ ଜୀବ ତାର ନାକ ଦ୍ୱାରା ସବୁ କାମ କରିଥାଏ?
ଉତ୍ତର -ହାତୀ
5.ଗୋଟିଏ ଓଡ଼ିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡ଼ିଆ ଅକ୍ଷର ରହୁଥିବ?
ଉତ୍ତର -ବର୍ଣ୍ଣବୋଧ
6.ହାତ ନାହିଁ କି ଗୋଡ଼ ନାହିଁ କିନ୍ତୁ ସେ ସବୁ ଜାଗାରେ ବୁଲିପାରେ ସେ କିଏ?
ଉତ୍ତର – ଖବର କାଗଜ
7. ବାମରୁ ପଢିଲେ ଓଜନିଆ କିନ୍ତୁ ଡାହାଣ ରୁ ପଢିଲେ ନାହିଁ ତାହା କଣ?
ଉତ୍ତର – Ton /Not
8. ଗୋଟିଏ ଶବ୍ଦ କୁ ଠିକ ଉଚ୍ଚାରଣ କରିଲେ ଭୁଲ ହୁଏ ଭୁଲ ଉଚ୍ଚାରଣ କରିଲେ ଠିକ ହୁଏ, ତାହେଲେ ଶବ୍ଦ ଟି କଣ?
ଉତ୍ତର -ଭୁଲ
9. କେଉଁ ଜୀବ ତାହାର ଛୁଆଁ କୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ।
ଉତ୍ତର -ପ୍ରଜାପତି
10. ତାହା କଣ ଯାହା ଦେଲେ ବଢିଥାଏ?
ଉତ୍ତର -ଜ୍ଞାନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।