ଜାଣିଛୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ । ତାହା ସହିତ ମଣିଷ ଶରୀରରେ ସବୁବେଳେ କିଛି ନା କିଛି କମ ହେଉ ବା ବେଶୀ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନ ଲାଗିକି ରହିଥାଏ । ଆଉ ସେହି ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାଉ । ତେବେ ଆଜି ମୁଁ ଯେଉଁ ରୋଗ ବିଷୟରେ କହିବାକୁ ଯାଉଛି ତାହା ହେଉଛି ଆପଣ ଙ୍କ ଶରୀରରେ ଦେଖା ଯାଉଥିବା ବ୍ଲକେଜ ଓ ବନ୍ଦ ରକ୍ତ ଜନିତ ସମସ୍ୟା , ବ୍ଲଡ ପ୍ରେସର,କଲେଷ୍ଟ୍ରୋଲ, ହାର୍ଟ ବ୍ଲକେଜ ଯାହା ଆପଣଙ୍କର ଶରୀରରେ ପ୍ରାୟ ଲୋକଙ୍କ ପାଖରେ ଦେଖା ଦେଇଥାଏ । ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଘରୋଇ ଉପଚାର ବିଷୟରେ ଆଜି ଆଲୋଚନା କରିବା ।
ଆବଶ୍ୟକୀୟ ଉପକରଣ :-
ସେଓ / ଏପୁଲ, ଲେମ୍ବୁ, ଲବଙ୍ଗ, ଗୋଲମରିଚ, ଅଦା, ରସୁଣ, ହଳଦୀ
ଉପଚାର ପ୍ରସ୍ତୁତି :-
ତେବେ ଆମେ ଏହି ପ୍ରକାରର ଘରେଇ ସାମଗ୍ରୀ କୁ 2 ଟି ଉପାୟରେ ଉପଚାର ପ୍ରସ୍ତୁତି କରିପାରିବା ।
ଉପଚାର -1:-
ତେବେ ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରଥମେ ସେଓ ନେବା, ଆଉ ତାକୁ 2-3 ଥର ଭଲ ଭାବରେ ଧୋଇଦେବା ଓ ମନେ ରଖିବେ ସେଓ ର ଚୋପା ନ ଛଡେଇକି ତାକୁ ଛୋଟ ଛୋଟ ଖଣ୍ଡ କରିକି କାଟି ଦେବେ । ତାହା ପରେ ଗୋଟିଏ ଲେମ୍ବୁ କୁ ଅଧାରୁ କାଟି ଦେବେ ଓ ଅଧା ଲେମ୍ବୁ କୁ ସେହି ସେଓ ଉପରେ ଭଲ ଭାବରେ ଚିପୁଡ଼ି ଦେବେ ।କାରଣ ଆମେ ଜାଣିଛୁ କି ପ୍ରତ୍ୟେକ ଦିନ ସେଓ ର ସେବନ ଆମର ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।
ତାହା ସହିତ ଲେମ୍ବୁ ତ ଆମ ଦେହରେ ବଢୁଥିବା ଚର୍ବି କୁ କମେଇଥାଏ ଓ କଲେଷ୍ଟେରଲ କୁ ମଧ୍ୟ କମେଇ ଥାଏ । ତାହା ପରେ ଆମେ 2 ଟି ଲବଙ୍ଗ ସେଥିରେ ନେଇ ପାରିବା ବା 4-5 ଟି ଅଳେଇଚ ନେବା । ଆଉ ତାହା ପରେ ସେଥିରେ ଅଦା ଅଳ୍ପ କି ଆଉ ରସୁଣ ର 2-3 ଟି ପାଖୁଡା ନେବା । ତାହା ପରେ ଆମେ ଗ୍ୟାସ ରେ କଢେଇ ବସାଇ ଏହି ସବୁ ଉପାଦାନ କୁ ଫୁଟେଇକି ତାହାକୁ ଛାଣିକି ସେହି ପାଣିକୁ ସକାଳେ ବା ସନ୍ଧ୍ୟାରେ ପିଇ ପାରିବା ।
ଦ୍ୱିତୀୟ ଉପଚାର ପ୍ରସ୍ତୁତି :-
ତେବେ ଦ୍ୱିତୀୟ ଉପଚାର ପାଇଁ ମଧ୍ୟ ଏହିଭଳି ସେଓ କୁ ଛୋଟ ଛୋଟ କରିକି କାଟିଦେବା, ଲେମ୍ବୁ ଚିପୁଡ଼ିବା ସହିତ ଲେମ୍ବୁ ଚୋପା କାଟିକି ଦେବା, ରସୁଣ ପକେଇବା, ଲବଙ୍ଗ ଓ ଅଳେଇଚ, ଅଦା ବି ନେବା । ତାହା ପରେ ସେ ସବୁକୁ ଭଲ ଭାବରେ ପେଷ୍ଟ କରିକି ଜୁସ ବାହାର କରିବା । ଆଉ ସେହି ଜୁସ କୁ ଗୋଟିଏ ଗ୍ଲାସ କୁ ଛାଣି ନେବା, ଆଉ ଶେଷରେ ସେଥିରେ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ମିଶାଇବା ଓ ତାହାକୁ ସେବନ କରିବା ।
ବ୍ୟବହାର :-
ଏହାକୁ ଆମେ ସକାଳେ ବା ସାନ୍ଧ୍ୟରେ ଖାଲି ପେଟରେ ବ୍ୟବହାର କରିପାରିବା ।ତେବେ ଏହି ଭଳି ଭାବରେ ଘରୋଇ ଉପାୟରେ ହାର୍ଟ ବ୍ଲକେଜ, ବନ୍ଦ ଶିରା,କଲେଷ୍ଟ୍ରଲ୍ ଭଳି ବିଭିନ୍ନ ସମସ୍ୟା ରୁ ମୁକ୍ତି ପାଇପାରିବା ।