କୋର୍ଟର ଐତିହାସିକ ନିଷ୍ପତି ! ସ୍ବାମୀଙ୍କର ଭରପୋଷଣ ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା !ଜାଣନ୍ତୁ କାହିଁକି ଏମିତି ନିଷ୍ପତି ନିଆଗଲା. , କଣ ଆପଣ ଙ୍କ ମତରେ ଏହା ସଠିକ୍ କି ?

ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ । ସମାଜକୁ ଆଗକୁ ନେବା ପାଇଁ ପୁଅ ଝିଅର ମିଳନ ଅତ୍ୟନ୍ତ ଜରୁରୀ ଅଟେ । ବିବାହ ଏକ ପ୍ରକାର ବିଶ୍ୱାସର ସମ୍ପର୍କ ଅଟେ ଏବଂ ମନରେ ଅନେକ ପ୍ରକାର ଖୁସି ଓ ଇଚ୍ଛା ମଧ୍ୟ ରହିଥାଏ । ପରସ୍ପର ଜୀବନକୁ ଆଗକୁ ବଢାଇବା ପାଇଁ ଅନେକ ପ୍ରକାର ପ୍ରଚେଷ୍ଟା ଓ ଦାୟିତ୍ୱ ରହିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଶଅୱାସ ଓ ଭଲ ପାଇବା ରହିବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡା ଅଧିକ ମାତ୍ରାରେ ହେଉଛି । ସାମାନ୍ୟ ଝଗଡା ପାଇଁ ସ୍ୱାମୀ ସ୍ତ୍ରୀ ଛାଡପତ୍ର ଦେବାର ନିଷ୍ପତି ନେଉଛନ୍ତି ।

ବର୍ତ୍ତମାନ ସମୟରେ ଏହିପରି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ତେବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇବ । ତେବେ ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ମୁଜାଫିର ଅଞ୍ଚଳରେ ଘଟିଛି ।


ସୂଚନା ଅନୁସାରେ , ଉତ୍ତର ପ୍ରଦେଶର କିଶୋରୀ ଲାଲ ନାମକ ଜଣେ ବ୍ୟ୍କତି 30 ବର୍ଷ ପୂର୍ବରୁ ମୁନି ଦେବି ଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳି ଝଗଡା ହୋଇଥିଲା । ଏହି କାରଣରୁ ଦୁଇ ଜଣ ପରସ୍ପର ଅଲଗା ହୋଇ ଯାଇଥିଲେ ।ମୁନୀ ଦେବି ଙ୍କ ଜଣେ ଇଣ୍ଡିଆନ୍ ଆର୍ମୀ ର ଜମେ ଚତୁର୍ଥ ଶ୍ରେଣୀ ର କର୍ମଚାରୀ ଥିଲେ ।

କିନ୍ତୁ ବର୍ତ୍ତମାନ ସେ ଅବସର ପ୍ରାପ୍ତ ଅଟନ୍ତି ଏବଂ ପେନସନ୍ ବାବଦକୁ ମାସିକ 12000 ଟଙ୍କା ପାଉଛନ୍ତି । ମାତ୍ର ସ୍ୱାମୀ କିଶୋରୀ ଲାଲ ଜଣେ ଚା ଦୋକାନ କରି ବହୁ କଷ୍ଟରେ ଜୀବନ ବିତାଉଛନ୍ତି ।ତେଣୁ ସ୍ୱାମୀ ଉତ୍ତର ପ୍ରଦେଶର ଏକ ଘରୋଇ କୋର୍ଟରେ ନିଜ ସ୍ତ୍ରୀ ଠୁ ଭରଣ ପୋଷଣ ପାଇଁ କିଛଇ ପଇସା ଦିଅନ୍ତୁ ବୋଲି ସେ 7 ବର୍ଷ ପୂର୍ବେ ଆବେଦନ କରିଥିଲେ ।

ତେବେ ମାମଲାର ଶୁଣାଣି ପରେ ଏହି ସିଦ୍ଧାନ୍ତ ନିଆ ଯାଇଥିଲା ଯେ, ପ୍ରତି ମାସରେ ତାଙ୍କ ସ୍ତ୍ରୀ ମାସିକ 2000 ଟଙ୍କା ଭରଣ ପୋଷଣ ପାଇଁ ଦେବେ ବୋଲି କହିଥିଲେ । ତେବେ କୁହାଯାଏ , ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା ଓ ବିଶ୍ୱାସ ରହିବା ଅତ୍ୟନ୍ତ ଜରୁରୀ ଅଟେ ।

ସମାଜରେ ଏପରି ଘଟଣା ଘଟିଲେ ଅନ୍ୟ ମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ ଛୋଟ ଝଗଡା ଲାଗି ରହିଥାଏ , କିନ୍ତୁ ଏହାକୁ ମନରେ ଧରି କିଛି ଭୁଲ୍ ନିଷ୍ପତି ନେବା ଆଦୌ ଉଚିତ୍ ନୁହେଁ । ପରସ୍ପର ମଧ୍ୟରେ ଭଲ ବୁଝାମଣା ରହିବା ଅତ୍ୟନ୍ତ ଜରୁରୀ ଅଟେ ।ଏହା ଦ୍ୱାରା ସମ୍ପର୍କ ମଜବୁତ୍ ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment