ଗର୍ଭାବସ୍ଥା ଏପରି ଏକ ସମୟ, ଯେତେବେଳେ ଜଣେ ମହିଳା ନିଜ ପେଟରେ ନୂଆ ଜୀବନକୁ ପାଳିଥାନ୍ତି । ଏହି ସମୟରେ ମହିଳାଙ୍କ ମନରେ ପ୍ରସନ୍ନତା ରହିଥାଏ ଏହା ସହ ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଗର୍ଭାବସ୍ଥା ସମୟରେ ପିଲାର ସ୍ୱାସ୍ଥ୍ୟ ଏବଂ ଜୀବନ ମା’ ଉପରେ ନିର୍ଭର ରହିଥାଏ । ମହିଳା ଯାହା ଖାଇଥାନ୍ତି ଏବଂ ଯେଉଁଭଳି ବ୍ୟବହାର କରିଥାନ୍ତି ତାହାର ପ୍ରଭାବ ପଡ଼ିଥାଏ ପିଲା ଉପରେ । ଏଥିପାଇଁ ଗର୍ଭବସ୍ଥାରେ ମହିଳାଙ୍କୁ କିଛି ଏମିତି କାମ ନ କରିବା ଦରକାର ନହେଲେ ଅସୁବିଧା ବଢ଼ିପାରେ । ଏହାଛଡା ମହିଳାଙ୍କ ପାଇଁ ଗର୍ଭାବସ୍ଥାର 9 ମାସ ହେଉଛି ବହୁତ ମହତ୍ବପୂର୍ଣ୍ଣ ଅଟେ।
ଦେଖାଯାଏ କି ଏହି ସମୟରେ ଗର୍ଭବତୀ ମହିଳା ମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖା ଯାଇଥାଏ | ତେବେ 9ମାସ ବେଳକୁ ଶିଶୁର ଶରୀରର ବୃଦ୍ଧି ଅଧିକ ହୋଇଥାଏ | ସେଥିପାଇଁ ନଅ ମାସରେ ଅଲଟ୍ରାସାଉଣ୍ଡ କରିବା ସହିତ ଏହା ମଧ୍ଯ ଦେଖିବାକୁ ପଡିବ କି ଶିଶୁଟି ଆମର ଗର୍ଭ ଭିତରେ ସୁରକ୍ଷିତ ଅଛି କି ନାହିଁ ତା ଉପରେ ବିଶେଷ ଧ୍ଯାନ ଦେବାକୁ ପଡିବ।
ଗର୍ଭବତୀ ସମୟରେ ନବମ ମାସ ରେ କେଉଁ କାର୍ଯ୍ୟ ପ୍ରତି ଧ୍ୟାନ ଦେବା :-
1. ଗର୍ଭାବସ୍ଥା ସମୟରେ ମହିଳାଙ୍କୁ କୌଣସି ବି ଭାରି କାମ ନ କରିବା ଦରକାର । ସାଧାରଣତଃ ଗର୍ଭବତୀ ମହିଳା ଗର୍ଭାବସ୍ଥା ସମୟରେ କାମ କରିବା ପାଇଁ ଝାଡୁ ମାରିବା ଭଳି ହାଲୁକା କାମ କରିଥାନ୍ତି ଏବଂ ଏହି ସମୟରେ ବିଭିନ୍ନ ଆସବାବପତ୍ର ତଥା ଫର୍ଣ୍ଣିଚରକୁ ଘଞ୍ଚାଇବାକୁ ପ୍ରୟାସ କରିଥାନ୍ତି । ତେବେ ଏମିତି କରିବା ଦ୍ୱାରା ପିଲା ଉପରେ ପ୍ରଭାବ ପଡ଼ିିପାରେ । ତେଣୁ ଏଭଳି ଭାରି କାମ ନ କରିବା ଦରକାର ।
2. ଗର୍ଭାବସ୍ଥା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ନ ରହିବା ଦରକାର । ଗର୍ଭାବସ୍ଥା ସମୟରେ ପିଲାର ଓଜନ ବଢ଼ିଥାଏ ତେଣୁ ଅନେକ ସମୟ ଧରି ଗର୍ଭବତୀ ଛିଡ଼ା ହେବା ଦ୍ୱାରା ପେଟ ଉପରେ ପ୍ରଭାବ ପଡ଼ିଥାଏ । ଏମିତିରେ ଅଧିକ ସମୟ ଠିଆ ହେବା ଦ୍ୱାରା ଗୋଡ଼ ଏବଂ ଅଣ୍ଟାରେ କଷ୍ଟ ଅନୁଭବ ହୋଇଥାଏ । ତେଣୁ ଗର୍ଭବତୀ ମହିଳା ଲଗାତାର ଛିଡ଼ା ନହୋଇ ମଝିରେ ମଝିରେ ବସିଯିବା ଆବଶ୍ୟକ ।
3. ଗର୍ଭବସ୍ଥା ସମୟରେ ମହିଳାଙ୍କୁ ନଇଁବା ପାଇଁ ମନା କରାଯାଏ । ଏଥିପାଇଁ ଝାଡ଼ୁ କରିବା, ଲୁଗା ଧୋଇବା ଭଳି କାମ କରିବାକୁ ମନା କରାଯାଇଥାଏ । ଏହା ସହ ଯଦି କୌଣସି କାମ କରିବା ସମୟରେ କଷ୍ଟ ଅନୁଭବ କରୁଛନ୍ତି ତେବେ ତୁରନ୍ତ ସେହି କାମ କରିବା ବନ୍ଦ କରନ୍ତୁ ।
4. ଏହି ସମୟରେ ଷ୍ଟୁଲ କିମ୍ବା ସିଢିରେ ଚଢ଼ନ୍ତୁ ନାହିଁ । ସାଧାରଣତଃ ଗର୍ଭାବସ୍ଥାରେ ଶରୀରର ଓଜନ ବଢ଼ିଯାଇଥାଏ । ଏମତିରେ ଯଦି ଆପଣଙ୍କ ଶରୀର ସନ୍ତୁଳନ ବିଗିଡ଼ିଯାଏ ଏହାର ପ୍ରଭାବ ମା’ ଏବଂ ପିଲା ଉପରେ ପଡ଼ିଥାଏ, ଯାହା ବିପଦପୂର୍ଣ୍ଣ ହୋଇପାରେ । ତେଣୁ ଏଭଳି କାମ କରିବାରୁ ଦୂରରେ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।