ଚାକର ପ୍ରେମରେ ମାଲିକାଣୀ : ମେଣ୍ଢା ଚରାଳୀଙ୍କୁ ବିବାହ କଲେ 20 ବର୍ଷୀୟ ଯୁବତୀ

ଏମିତି ବି ହୁଏ ପ୍ରେମ । ଚାକର (servant) କୁ ହୃଦୟ ଦେଇ ବିବାହ କଲେ 20 ବର୍ଷୀୟ ଯୁବତୀ ।’ତୁମେ ବିଶ୍ୱାସ ରେ ଅଛ, ତୁମେ ନିଶ୍ୱାସ ରେ ଅଛ । ତୁମେ ହୃଦୟ ରେ ରହିଛ ଆଉ ହୃଦୟ ରେ ହିଁ ରହିବ । ତୁମ ବିନା ଏ ହୃଦୟ ମରୁଭୂମି ଠାରୁ ବି ହୀନ। ହୋଇ ପାରେ ମୁଁ ରାଜନନ୍ଦିନୀ ରାଜ ଉଆସର, କିନ୍ତୁ ତୁମ ବିନା ସୁନା ଥାଳିଆ ର ଖାଦ୍ୟ ବି ଅରୁଚିକର ।’ ଏମିତି ଏକ ନିଆରା ପ୍ରେମ କାହାଣୀ ପାଇଁ ପୁଣି ପଡ଼ୋଶୀ ଦେଶ ପାକିସ୍ତାନ ରେ ଚର୍ଚ୍ଚା । ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ରେ ଏପରି ଏକ ‘ଅଜବ ପ୍ରେମ କି ଗଜବ କାହାନୀ’ ସାମ୍ନା କୁ ଆସିଛି ।

20 ବର୍ଷୀୟ ଯୁବତୀ ନିଜ ଘରେ ଥିବା 25 ବର୍ଷିୟ ଚାକର (servant) ର ସଚ୍ଚୋଟତା ଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କୁ ଜୀବନ ସାଥୀ କରି ନେଇଛନ୍ତି । ଯୁବତୀ ଙ୍କ ପରିବାର ଲୋକ ତାଙ୍କୁ ମେଣ୍ଢା ଚରାଇବା କାମରେ ନିୟୋଜିତ କରି ଥିଲେ । ବର୍ତ୍ତମାନ ନିଜେ ଯୁବତୀ ଜଣକ YouTube ଚ୍ୟାନେଲ ରେ ଏହାର ଖୁଲାସା କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ମୁସ୍କାନ ଓ ଆମୀର ଙ୍କ ପ୍ରେମ କାହାଣୀ ଏବେ ପାକିସ୍ତାନ ରେ ଚର୍ଚ୍ଚା । ମୁସ୍କାନ ୟୁଟ୍ୟୁବ ଚ୍ୟାନେଲ ରେ କହିଛନ୍ତି , ତାଙ୍କ ଘରେ ଚାରୋଟି ମେଣ୍ଢା ଅଛନ୍ତି । ସେଗୁଡ଼ିକ ର ଯତ୍ନ ନେବା ପାଇଁ ଆମିର ଙ୍କୁ ନିୟୋଜିତ କରା ଯାଇ ଥିଲା । ସେ ଖୁବ୍‌ ସଚ୍ଚୋଟ ଏବଂ ତାଙ୍କର କାମ ମଧ୍ୟ ଭଲ । କୌଣସି କାମ ରେ ହେରାଫେରି କରନ୍ତି ନାହିଁ । ତାଙ୍କ ସଚ୍ଚୋଟତା ପାଇଁ ସେ ଆମିର ଙ୍କୁ ହୃଦୟ ଦେଇ ବସି ଥିଲେ ଏବଂ ଆମିର ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇ ଥିଲେ ।

ତେବେ ମୁସ୍କାନ ଙ୍କ କଥା ଶୁଣି ଆମୀର ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ମାଲିକାଣୀ ତାଙ୍କୁ ଯେ ବିବାହ ପାଇଁ କହିବେ, ସେ ବିଶ୍ୱାସ କରି ପାରୁ ନ ଥିଲେ । ତେବେ ଏଥିପାଇଁ ମୁସ୍କାନ ତାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇ ଥିଲେ । ଅନେକ ଚିନ୍ତା କରିବା ପରେ ତଥା ଆମୀର ତାଙ୍କ ପରିବାର ଲୋକଙ୍କ ପରାମର୍ଶ କରି ବିବାହ ପାଇଁ ରାଜି ହୋଇ ଥିଲେ ।

ତେବେ ଚାକର ହାତ କୁ ନିଜ ଝିଅ କୁ ଟେକି ଦେବା ପାଇଁ ଟିକିଏ ବି ସଙ୍କୋଚ କରି ନ ଥିଲେ ମୁସ୍କାନ ଙ୍କ ମା । କାରଣ ତାଙ୍କୁ ବି ଆମିର ଙ୍କ ସଚ୍ଚୋଟତା ଖୁବ୍‌ ପସନ୍ଦ ଥିଲା । ବିବାହ ପରେ ଆମିର କରୁ ଥିବା କାମ ପାଇଁ ଆଉ ତିନି ଜଣ ଲୋକ ଙ୍କୁ ମୁସ୍କାନ ରଖିଛନ୍ତି । ବର୍ତ୍ତମାନ ଆମିର ଙ୍କୁ ବିବାହ କରି ସବୁକିଛି ପାଇ ଯାଇଛି ବୋଲି ସେ କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment