ଦେଖନ୍ତୁ EXCLUSIVE : ଛାନିଆ ଚିଆଁ କକର କେଁ, କୁକୁଡ଼ା ଭାଡ଼ିରେ ଅଜଗର ଭିଡିଓ ଟି ଦେଖିବା ମାତ୍ରେ ଆପଣଙ୍କ ଛାତି ଥରି ଉଠିବ…

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ସାପ ଯେ କେତେ ଭୟଙ୍କର ହୋଇ ଥାଏ ଏହି ବିଷାକ୍ତ ସାପ ଯଦି ଥରେ କାହାକୁ ଦଂଶନ କରିଛି ତେବେ ତାର ଜୀବନ ବଞ୍ଚାଇବା ବହୁତ କଷ୍ଟକର ହୋଇ ପଡେ | ସାପ ମଧ୍ୟ ଅନେକ ପ୍ରଜାତି ର ରହିଛନ୍ତି ଯେପରିକି କିଛି ବିଷାକ୍ତ ହୋଇ ନଥିବା ବେଳେ ଆଉ କିଛି ବିଷାକ୍ତ ହୋଇ ଥାଆନ୍ତି | ତେବେ ମଣିଷ ସାପ କୁ ଯେମିତି ଡରି ଥାଏ ସେଭଳି ଭାବେ ସାପ ମଧ୍ୟ ମନୁଷ୍ୟ ଜାତିକୁ ଡରି ଥାଏ ଆଉ ଭୟରେ ହିଁ ସେ ବ୍ୟକ୍ତି କୁ ଚଟ ମାରି ଦେଇ ଥାଏ |

ତେବେ ସାପ କୁ ନେଇ ଅନେକ ଘଟଣା ଆମେ ଦେଖିବାକୁ ପାଇ ଥାଉ, ସେଭଳି ଭାବେ ପୁଣି ସାପ କୁ ନେଇ ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ଘଟଣା ଟି କଣ ଆସନ୍ତୁ ସେହି ସମ୍ପର୍କ ରେ ଆଲୋଚନା କରିବା |


କୁକୁଡ଼ା ଭାଡ଼ି ଭିତରେ ବିଶାଳକାୟ ଅଜଗର ସାପ ପଶି ଯାଇଛି, ଭାଡ଼ି ଭିତରେ କେହି ନଥିବା ବେଳେ ଶହ ଶହ କୁକୁଡ଼ା ଦେଖି ଏହି ଆଠ ଫୁଟିଆ ଅଜଗର ସାପ ଟି କୁକୁଡ଼ା ଭାଡ଼ି ଭିତରକୁ ପଶି ଯାଇଛି | ଶତ୍ରୁ ଆସୁଥିବା ଭୟରେ ଛାନିଆ ହୋଇ କୁକୁଡ଼ା ମାନେ ବୋବାଇବାରେ ଲାଗିଛନ୍ତି ଆଉ ଏହାରି ଭିତରେ ଅଜଗର କେତୋଟି କୁକୁଡ଼ା କୁ ମଧ୍ୟ ମାରି ସାରିଲାଣି |

ଏଭଳି ଏକ ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନବିଭାଗ ଅଧୀନ ରାଢ଼ ଗାଁ ରେ ଦେଖିବା ପାଇଁ ମିଳିଛି | ଘଟଣା ଅନୁଯାଇ ଜଣଙ୍କ କୁକୁଡ଼ା ଭାଡ଼ିରେ କେଉଁଠୁ ଏକ ବିରାଟକାୟ ବିଷାକ୍ତ ଅଜଗର ସାପ ଟି ପଳାଇ ଆସି ଥିଲା | ଆଉ ଏହି ଭାଡ଼ିରେ ପଶି ସେ ପ୍ରାୟ 3 ରୁ 4ଟି କୁକୁଡ଼ା ଙ୍କୁ ଆଟାକ କରି ମାରି ମଧ୍ୟ ଦେଇଛି |

ତେବେ ପରେ ପରେ ଏହାକୁ ଲୋକେ ଦେଖି ସଙ୍ଗେ ସଙ୍ଗେ ସାପ ଧରାଳି ଙ୍କ ସହ ଯୋଗାଯୋଗ କରି ଥିଲେ | ଖବର ପାଇ ସାପ ଧରାଳି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଆଉ ନିଜ ବିଦ୍ୟା ର କୌଶଳେ କ୍ରମେ ସାପ ଟିକୁ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଇ ଥିଲେ | ତେବେ ବର୍ତ୍ତମାନ ସମୟରେ ଏହି ଭୟଙ୍କର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଆପଣ ମାନେ ମଧ୍ୟ କେଉଁ ଜାଗାରେ ବିଷାକ୍ତ ସାପ ଦେଖିଲେ ତାକୁ ନମାରି ସାପ ଧରାଳି ଙ୍କ ସହ ଯୋଗାଯୋଗ କରନ୍ତୁ | ଆମେ ଯଦି ସାପ କୁ ମାରି ଦେବା ତେବେ ଦିନେ ନା ଦିନେ ଏହି ସାପ ମଧ୍ୟ ଆମ ପରିବେଶ ରୁ ଲୋପ ପାଇ ଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment