ଏଭଳି କୁଳାଙ୍ଗାର ପୁଅ ଆମର ଦରକାର ନାହିଁ ଏଭଳି ପିଲା ଥିଲେ କେତେ ନଥିଲେ କେତେ, ଯିଏ ନିଜ ବାପା ମା ଙ୍କୁ ଛାଡ଼ି ଚାଲି ଗଲା ସେହିଭଳି ପିଲା ପାଇଁ ଆମର କୌଣସି ଜାଗା ନାହିଁ | ସେଭଳି ନାଗୁଣୀ ବୋହୂ ବି ଆମର ଦରକାର ନାହିଁ ଯିଏ କି ଆମ ପୁଅ କୁ ବର୍ବାଦ କରି ଦେଇଛି | ଆମେ ତ ମୂଳରୁ କହୁ ଥିଲୁ ସେ ଝିଅ ଆମ ପୁଅ ପାଇଁ ଜମା ବି ଠିକ ନୁହେଁ ହେଲେ ସେ ଝିଅ ପଛରେ ଆମ ପୁଅ ପୁରା ପାଗଳ ହୋଇ ଯାଇ ଥିଲା | ସେ ଝିଅ କି କୁହୁକ କି ମନ୍ତ୍ର ଜାଣିଛି କେଜାଣେ ତା ରୂପ ଜାଲରେ ଆମ ପୁଅ ଟାକୁ ପୁରା ବର୍ବାଦ କରି ପକେଇଲା |
ଏଭଳି କିଛି ଜଗବନ୍ଧୁ ଙ୍କର ବାପା ମା କହିଛନ୍ତି ଆଉ କହିଛନ୍ତି କି ଯେଉଁ ଝିଅ ପାଇଁ ସେ ସବୁକିଛି ଭୁଲି ଗଲା ସେ ଝିଅ ସହିତ ସେ ଯୁଆଡେ ଯାଉଛି ଯାଉ | ଜଗବନ୍ଧୁ ଙ୍କର ବାପା ମା ଆଉ ଜଗବନ୍ଧୁ ଙ୍କର ସେହି ପୈତୃକ ଘର ଦେଖି ତାଙ୍କ ବାପା ମା ଗଣ ମାଧ୍ୟମ ସାମ୍ନାରେ କିଛି ନ କହିଲେ ବି କହି ଦେଇଛନ୍ତି ସବୁ ସଫା ସଫା କଥା |
ଆଉ ଏହା ମଧ୍ୟ କହି ଦେଇଛନ୍ତି କି ଜଗବନ୍ଧୁ ଥିଲେ କେତେ ନଥିଲେ କେତେ | ଜଗବନ୍ଧୁ ଙ୍କର ପୈତୃକ ଗାଁ ବାଲେଶ୍ୱର ଜିଲ୍ଲା ର ଜଳେଶ୍ୱର ର ବାଉଁଶବଣି ଗାଁ ରେ | ଆଉ ତାଙ୍କ ଗାଁ ରେ ଯେଉଁ ଲୋକ ଅଛନ୍ତି ସେମାନେ ମଧ୍ୟ କହିଛନ୍ତି କି ତାଙ୍କ ପୁଅ ତାଙ୍କ ସହିତ କୌଣସି ସମ୍ପର୍କ ରଖି ନାହାଁନ୍ତି ଆଉ ସେ ନାଗୁଣୀ ଝିଅ ସହିତ ସେ ବାୟା ହୋଇ ଯାଇଛି |
ଆଉ ଯାହାକି ସେ ନିଜ ହିତାହିତ ଜ୍ଞାନ ମଧ୍ୟ ହରାଇ ବସିଛି ଆଉ ଗୋଟେ ବଡ଼ ଘର କରିଛି ସେ ସେଇଠି ହିଁ ରହୁ ବାପା ମା ଙ୍କର କୌଣସି ଆବଶ୍ୟକତା ନାହିଁ ଏଭଳି ଏକ କୁଳାଙ୍ଗାର ପୁଅ ପାଇଁ | ସତରେ ଏଭଳି କଳିଯୁଗ ରେ ବି ଏଭଳି ବାପା ମା ଥାଆନ୍ତି, ହେଲେ ଏଠାରେ ଗୋଟିଏ ପୁଅ ନିଜ ବାପା ମା ଙ୍କୁ ଛାଡ଼ି ଗୋଟିଏ ଝିଅ ର ସାନିଧ୍ୟ ପାଇଁ ବଡ଼ ଲୋକ ହେବେ ସ୍ୱପ୍ନ ରେ ତା ବାପା ମା ଙ୍କୁ ଗୋଇଠା ମାରି ଚାଲି ଯାଇଛି | କିନ୍ତୁ ଅନ୍ୟ ପଟରେ ସେହି ବାପା ମା ଙ୍କର କୌଣସି ଟଙ୍କା ପଇସା ନା ସେହି ରାଜ ଉଆସ ରେ ଲୋଭ ଅଛି | ସେମାନେ କେବଳ ଏତିକି କହିଛନ୍ତି କି ତାଙ୍କ ପୁଅ କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ଆଉ ସେ ଝିଅ ନିଜର ଭୁଲ ବୁଝି ପାରୁ |