ଟଙ୍କା ଦେ, ଜାଗା ଦେ,ଟିକେଟ ଦେ ନହଲେ ରେପ୍ କେସ୍ କହି ଡରାଉଥିଲା ଅର୍ଚ୍ଚନା ନାଗ…..

କଳାସାମ୍ରାଜ୍ୟର ରାଣୀ ଅର୍ଚ୍ଚନା ନାଗଙ୍କ ସମସ୍ତ ଗୁମର ଖୋଲି ଯାଇଛି । ଏକ ସାଧାରଣ ପରିବାରରୁ ଆସିଥିବା ଅର୍ଚ୍ଚନା କଳା କାରବାର କରି କମ୍ ଦିନ ମଧ୍ୟରେ ଅମାପ ଧନ ସମ୍ପତ୍ତିର ପାହାଡ଼ ଉପରେ ରାଜ୍ କରିଥିଲେ । ତେବେ ଶେଷରେ ଅର୍ଚ୍ଚନାଙ୍କର ସମସ୍ତ ଚାଲ୍ ପଦାରେ ପଡ଼ିଥିଲା ଓ ପୋଲିସ ଗୋଟି ଗୋଟି କରି ସବୁ ତଥ୍ୟ ହାତେଇବାରେ ସକ୍ଷମ ହୋଇଥିଲା । ଅର୍ଚ୍ଚନାଙ୍କ ସମସ୍ତ କାରନାମାର ପର୍ଦ୍ଦାଫାସ କରିଛି କମିସନରେଟ୍ ପୋଲିସ ।ରାଜଧାନୀ ଭୁବନେଶ୍ୱରରୁ ଲେଡି ବ୍ଲକମେଲର ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିଲା ।

ସୂଚନା ଅନୁଯାୟୀ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ବଡ ଲୋକ ହେବା ନିମନ୍ତେ କିଛି ଏଭଳି କାଣ୍ଡ କରିଛନ୍ତି ଯାହା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି । ବଡଲୋକ ହେବାର ଇଛାଶକ୍ତି ଉଭୟ ଙ୍କୁ ଏଭଳି ଭାବରେ ଅନ୍ଧ କରି ପକାଇ ଥିଲା ଯେ ସେମାନେ ସବୁକିଛି ଭୁଲି ଇଜ୍ଜତ ବିକିବାକୁ ପଛାଇଲେ ନାହିଁ । ପୁଳା ପୁଳା ଟଙ୍କା ଲୋଭ ରେ ଅର୍ଚ୍ଚନା ଙ୍କ କଳାକାରନାମା କୁ ରେକର୍ଡ କରୁଥିଲେ ଜଗବନ୍ଧୁ ।

ଅର୍ଚ୍ଚନା ଙ୍କ ଏହିଭଳି କାଣ୍ଡ ଭିଆଇବାରେ ସାଥ ଦେଇଥିଲେ ତାଙ୍କୁ ବିବାହ କରି ଘରକୁ ଆଣିଥିବା ତାଙ୍କର ସ୍ଵାମୀ ଜଗବନ୍ଧୁ । ଜଗବନ୍ଧୁ ଘରର ପ୍ରତିଟି କୋଣରେ ଖଞ୍ଜିଥିଲେ ସିକ୍ରେଟ କ୍ୟାମେରା । ଯେଉଁ କ୍ୟାମେରାରେ ସବୁ ବଡ ବଡିଆ ଙ୍କର କଳା କାରନାମା ରେକର୍ଡ ହେଉଥିଲା ।

ତେବେ ଅର୍ଚ୍ଚନା ଙ୍କ ପାଖରେ ଥିବା ଝିଅ ମାନଙ୍କୁ ମୋବାଇଲ ରେ କିଭଳି ଭିଡିଓ ରେକରଡିଙ୍ଗ କରାଯାଇପାରିବ ତାହା ମଧ୍ୟ ଶିଖାଉଥିଲେ ଜଗବନ୍ଧୁ । ମୋଟ ଉପରେ କହିବାକୁ ଗଲେ ଜଗବନ୍ଧୁ ଥିଲେ ଫିଲ୍ମ ମେକର । ସ୍ତ୍ରୀ ସାହାର୍ଯ୍ୟରେ କରୁଥିଲେ ଅଶ୍ଳୀଳ ଚଳଚିତ୍ର । ଜଗବନ୍ଧୁ ନେତା ତଥା ବିଲଡର ମାନଙ୍କର ଲିଷ୍ଟ କରିବା ପରେ ଫୋନ କରି ଫସାଇବାକୁ ଅର୍ଚ୍ଚନା ନାଗ ଙ୍କୁ କହୁଥିଲେ । ଆଉ ଶିକାର ଫସିଗଲା ପରେ ଆରମ୍ଭ ହେଉଥିଲା ଦେହର ଖେଳ । ଏହି ଖେଳକୁ କ୍ୟାମେରାରେ ରେକର୍ଡ କରୁଥିଲେ ସ୍ଵାମୀ ଜଗବନ୍ଧୁ ।

ଆଉ ଏହା ପରେ ବ୍ଲାକମେଲ କରି ଆଦାୟ କରୁଥିଲେ ପୁଳା ପୁଳା ଟଙ୍କା । ଆଉ ଶୁଣିବାକୁ ମିଳୁଛି ଖଟତଳେ ସ୍ବାମୀ ଜଗବନ୍ଧୁ ସବୁେବେଳ ଲୁଚି ରହୁଥିଲା ଏବଂ ଖଟ ଉପରେ ସୁନ୍ଦରୀ ସ୍ତ୍ରୀ ଅର୍ଚ୍ଚନା , ଆଉ ଅର୍ଚ୍ଚନା ଙ୍କ ସାଙ୍ଗରେ ଆସି ଥିବା ଗେଷ୍ଟ। ସ୍ବାମୀ ଜଗବନ୍ଧୁ ସିନା ପାଠ ପଢିଥିଲେ+2 କିନ୍ତୁ ପୂରା କାଇଦା ଧରି ପକାଇ ଥିଲେ । ସ୍ତ୍ରୀ ବଡ ବଡିଆଙ୍କ ସହ ସଂପର୍କ ରଖି ହାତକୁ ଆସୁ ଥିଲା କୋଟି କୋଟି ଟଙ୍କା ଆଉ ସେହି ଲୋଭରେ ବଶବର୍ତ୍ତୀ ହୋଇ ହିତାହିତ ଜ୍ଞାନ ଭୁଲି ଯାଉଥିଲେ ଜଗବନ୍ଧୁ । ତେବେ ଟଙ୍କା ବ୍ୟବହାର ଲାଗି ନିଜ ଇଜ୍ଜତ କୁ ଏହିଭଳି ଭାବରେ ନିଲାମ କରିବା କେତେ ଦୂରେ ଠିକ ? ଟଙ୍କା ରୋଜଗାର କରି ବଡ ଲୋକ ହେଇ କି ଲାଭ ଯେଉଁ ମଣିଷ ର ଚରିତ୍ର ବୋଲି କିଛି ନଥିବ । ଉଭୟ ଙ୍କୁ ଦେଖିଲେ ସେମାନଙ୍କୁ କେହି କହିବେ ନାହିଁ ଯେ ସେମାନେ ଏଭଳି କିଛି କରିପାରିବେ । ମାତ୍ର ଏହା ନ ଲାଗିଲେ ମଧ୍ୟ ଏହା ନିରାଟ ସତ୍ୟ ।

Leave a Comment