ମଲାଙ୍ଗ ଏପରି ଏକ ଗଛ ଯାହା ଅନ୍ୟ ଗଛରୁ ହୋଇଥାଏ।ନିର୍ମୂଳି ଲତା ପରି ଅନ୍ୟ ଗଛରୁ ଖାଦ୍ୟ ସଂଗ୍ରହ କରି ଥାଏ।ଏହି ମଲାଙ୍ଗ ଗଛଟି ସମସ୍ତ ପ୍ରକାର ଗଛରେ ହୋଇଥାଏ।ଏହି ମଲାଙ୍ଗ ରେ ସମସ୍ତ ପ୍ରକାର ଦେବା ଦେବୀ ବାସ କରିଥାନ୍ତି।ତେବେ ଏହି ମଲାଙ୍ଗ କେବେ ଓ କିପରି ବ୍ୟବହାର କରିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ସମାପ୍ତ ହେବା ସହିତ ଘରର ନକରାତ୍ମକତା ଦୂର ହେବ ଏବଂ ଘରେ ଧନର ବର୍ଷା ହେବ।
ଏହି ମଲାଙ୍ଗ ଗଛର ବିଧି ବିଧାନ ହେଉଛି ଯେଉଁ ଦିନ ଏହି ଗଛକୁ ଆଣିବେ ତା ପର ଦିନ ନିମନ୍ତ୍ରଣ କରିବାକୁ ପଡ଼ି ଥାଏ।ଏହି ମଲାଙ୍ଗ ଗଛ ଆଣିବାର ସର୍ବଶ୍ରେଷ୍ଠ ତିଥି ହେଉଛି ହୋଲି,ଦୀପାବଳି ଏବଂ ଚନ୍ଦ୍ର ଗ୍ରହଣ। ଏହା ସହିତ ରବିବାର, ସୋମବାର ଏବଂ ବୁଧବାର ରେ ଯଦି ପୁଷ୍ୟା ନକ୍ଷତ୍ର ପଡ଼ି ଥାଏ,ତେବେ ଏହି ତିଥି ଗୁଡ଼ିକ ଅତ୍ୟନ୍ତ ଦିବ୍ୟ ଓ ଚମତ୍କାର ହୋଇ ଥାଏ।ତେଣୁ ଏହି ଦିନ ଗୁଡ଼ିକ ରେ ଯଦି ଆପଣ ମଲାଙ୍ଗ ଘରକୁ ଆଣନ୍ତି, ତାହେଲେ ଏହା ଦିବ୍ୟ ଗୁଣ ଯୁକ୍ତ ହୋଇଥାଏ।
ଯେଉଁ ଦିନ ମଲାଙ୍ଗ କୁ ଆଣିବେ ତା ପୂର୍ବ ଦିନ ଧୂପ, ଦୀପ, ଅରୁଆ ଚାଉଳ, କିଛି ନାଲି ସୂତା, ଫୁଲ ଏବଂ ପାଣି ନେଇ ସେହି ଗଛ ମୂଳକୁ ଯିବେ,ଯେଉଁ ଗଛରେ ମଲାଙ୍ଗ ଗଛ ଥିବ।ସେହି ଗଛ ମୂଳରେ ପାଣି ଛିଞ୍ଚି ଫୁଲ,ଧୂପ, ଦୀପ ଦେଇ ଅରୁଆ ଚାଉଳ ଛିଞ୍ଚି ଦେବେ।ଚନ୍ଦନ ଦେଇ ନାଲି ସୁତା ଟିଏ ଗୁଡ଼ାଇ ଦେବେ।ନିଜର ଇଚ୍ଛା ସେହି ଠାରେ ପ୍ରାର୍ଥନା କରିବେ କି “ହେ ବୃକ୍ଷ ଦେବତା ମୁଁ କାଲି ଆପଣଙ୍କୁ ମୋ ଘରକୁ ନେବି।”ମୋର ଏହି ସମସ୍ତ ଇଚ୍ଛା ପୂରଣ କରନ୍ତୁ।
ଏହା ଜଣାଇ ପ୍ରଣାମ କରି ସେଠାରୁ ଚାଲି ଆସନ୍ତୁ।ପରଦିନ କିଛି ମିଠା ଜିନିଷ ନେଇ ସେହି ଗଛ ମୂଳରେ ଥିବା ପିମ୍ପୁଡ଼ି ଙ୍କୁ ଖାଇବା ପାଇଁ ଦେବେ। ଯଦି ସେଠାରେ ଜନ୍ଦା,ପିମ୍ପୁଡ଼ି ନଥିବେ ତାହେଲେ ମଧ୍ୟ ସେହି ଗଛ ମୂଳରେ ରଖିଦେବେ।ଏବେ ମଲାଙ୍ଗ କୁ ନିଜର ମନସ୍କାମନା ଜଣାଇ ପ୍ରଣାମ କରିବେ ଏବଂ କୌଣସି ଏକ ଧାରୁଆ ଅସ୍ତ୍ର ଦ୍ୱାରା ସେହି ଗଛର ମୂଳକୁ ଆଣିବେ।ମଲାଙ୍ଗ କୁ ଘରକୁ ଆଣିବା ପରେ ମଲାଙ୍ଗ କୁ ଗଙ୍ଗା ପାଣିରେ ଧୋଇ ଚନ୍ଦନ,ସିନ୍ଦୁର ଦେଇ ନାଲି,ସବୁଜ କିମ୍ବା ହଳଦୀ ରଙ୍ଗର ରୁମାଲ ରେ ଗୁଡ଼ାଇ ଦେବେ।
ପୂଜା କରୁ ଥିବା ଠାକୁର ଘରେ ତାହାକୁ ରଖିଦେବେ।ପ୍ରତ୍ୟେକ ଦିନ ଧୂପ ଦୀପ ଦେଇ ଏହାକୁ ପୂଜା କରନ୍ତୁ।ଦେଖିବେ ସେହି ଦିନ ଠାରୁ ଘର,ଅଫିସ ଦୋକାନ ବ୍ୟବସାୟର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।ଘରେ ଟଙ୍କା ପଇସାର ଆଗମନ ହେବ।ଚାକିରୀ ସମ୍ପର୍କିତ ସମସ୍ତ ସମସ୍ୟା ଦୂର ହେବ।ମଲାଙ୍ଗ କୁ କେବେ ଅଇଁଠା ହାତେରେ ଧରନ୍ତୁ ନାହିଁ।ଏପରି କରିବା ଦ୍ୱାରା ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।