ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର |Cold and Cough

ଋତୁ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଆମ ଶରୀରରେ ମଧ୍ୟ କିଛି ପରିବର୍ତ୍ତନ ଦେଖା ଯାଇଥାଏ । ଯେମିତିକି ଥଣ୍ଡା ପାଗ ସମୟରେ ଜ୍ୱର , କାଶ , କଫ ଥଣ୍ଡା ଭଳି ସମସ୍ୟା ଦେଖା ଯାଇ ଥାଏ । ଏମିତିରେ ବାହାରର ଔଷଧ ବାରମ୍ୱାର ସେବନ କରିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଖାପ ପ୍ରଭାବ ପଡିଥାଏ । ବିଶେଷ ଭାବରେ ଏଥିରେ ଛୋଟ ପିଲା ଓ ବୃଦ୍ଧ ଲୋକମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ , ଯାହାର ସେବନ କରିବା ଦ୍ୱାରା ଥଣ୍ଡା ବା କାଶ ଜନିତ ସମସ୍ୟା ତୁରନ୍ତ ଗାଏଫ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ପ୍ରାକୃତିକ ଘରୋଇ ଉପଚାର ଗୁଡିକ ବିଷୟରେ ।


ଥଣ୍ଡା, କାଶ ଓ କଫ ରୁ ମୁକ୍ତି ପାଇବା ପାଇଁ ହେଲେ ଆମେ ଘରେଇ ସାମଗ୍ରୀ ଗୁଡିକୁ ବ୍ୟବହାର କରିକି ଅତି ସହଜ ଉପାୟରେ ଘରେଇ ଉପଚାର ଦ୍ୱାରା ସେଥିରୁ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ସେହି ଉପଚାର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

 

ଗୋଲମରିଚ, ଲେମ୍ବୁ, ଜିରା, ଅଦା, ମହୁ, ଡାଲଚିନି, ରସୁଣ

ପ୍ରସ୍ତୁତି ପ୍ରଣାଳୀ :-

1- ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ 3 ଗ୍ଲାସ ପାଣି ନେଇକି ଗ୍ୟାସ ରେ ବସାଇବା ଓ ପାଣି ଗରମ କରିବା | ତାହା ପରେ ଅଦା, ଜିରା ଓ ଗୋଲ ମରିଚ କୁ ଭଲ ଭାବରେ ଛେଞ୍ଚି ଦେବା | ଏହା ପରେ ସେହି ପାଣି ରେ ସେହି ଛଞ୍ଚା କୁ ପକାଇ ଦେବା ଓ 10 ମିନିଟ ପର୍ଯ୍ୟନ୍ତ ତାହାକୁ ପକାଇ ଫୁଟାଇବା | ତାହା ପରେ ସେହି ପାଣିକୁ ଆଣି 10 ମିନିଟ ପର୍ଯ୍ୟନ୍ତ ଢାଙ୍କୁଡ଼େଇକି ରଖିବା |

ତାହା ପରେ ଅଧା ଫାଳ ଲେମ୍ବୁ କୁ ସେଥିରେ ଚିପୁଡ଼ି ଦେବା |ତାହା ପରେ ସେହି ପାଣି ଥଣ୍ଡା ହେବା ପରେ ତାହାକୁ ଛାଣି କି ପିଇବା | ତେବେ ଚାଲନ୍ତୁ ଜାଣିନେବା ଆଉ ଏକ ଘରୋଇ ଉପଚାର ବିଷୟ ରେ ଯାହାର ସେବନ କରି ଆପଣ ମାନେ ଏହି ସବୁ ସମସ୍ଯା ରୁ ତୁରନ୍ତ ଉପଶମ ପାଇ ପାରିବେ ।

2- ଏହି ଉପଚାର ପାଇଁ ଆମେ ଗୋଟା ରସୁଣ ଗୋଟିଏ କୁ ନେଇ ପାରିବ, ତେବେ ରସୁଣ ର ପାଖୁଡା ଛୋଡ଼େଇ ତାହାକୁ ଛୋଟ ଛୋଟ ଖଣ୍ଡ କରିକି ଖାଲି ପାଟିରେ ଚୋବାଇକି ଖାଇ ପାରିବା |

ବ୍ୟବହାର :-
ପ୍ରଥମ ଉପଚାର କୁ ଆମେ ଖାଇବା ର 30 ମିନିଟ ପୂର୍ବରୁ ବା ପରେ ସେବନ କରି ପାରିବା, ତୃତୀୟ ଉପଚାର କୁ ଆମେ ସବୁଦିନ ବ୍ୟବହାର କରି ପାରିବା | ତେବେ ଏହି ଭଳି ଘରେଇ ଉପଚାର କୁ ବ୍ୟବହାର କରିକି ଥଣ୍ଡା, ଜ୍ୱର, କାଶ ଆଉ କଫ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବା |

Leave a Comment