ତେବେ ଘରେ କଣ ରଖିବା ଦରକାର କଣ ନ ରଖିବା ଦରକାର ତାହା ଜାଣିବା ବହୁତ ଜରୁରୀ ଅଟେ। କେତେ ଗୁଡ଼ିଏ ଛୋଟ ବଡ଼ ଭୁଲ ଦ୍ୱାରା ବ୍ୟକ୍ତି ର ଜୀବନ ଖରାପ ହୋଇଯାଏ। ଆଉ କେତେ ଗୁଡ଼ିଏ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଦୀପାବଳି ପୂର୍ବରୁ କିଛି ଜିନିଷ ଦୋକାନ ଏବଂ ଘରୁ ବାହାର କରି ଦିଆଯିବ ତ ମନୁଷ୍ୟ ର ଦୁର୍ଭାଗ୍ୟ ଓ ଦରିଦ୍ରତା ସବୁଦିନ ପାଇଁ ସମାପ୍ତ ହୋଇଯିବ। ଆଉ ମା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରେ ନିବାସ କରିଥାନ୍ତି। ତେବେ ଜାଣିବା ଏମିତି ୧୦ ଟି ଜିନିଷ ବିଷୟରେ ଯାହାକୁ ଆପଣଙ୍କୁ ଦୀପାବଳି ପୂର୍ବରୁ ଘରୁ ବାହାର କରିବା ପାଇଁ ପଡ଼ିବ। ଯାହା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଶ୍ଚୟ ଆସିବେ।
୧- ପ୍ରାୟ ଲୋକ ମାନଙ୍କ ଘରେ ଫଟା ଓ ଚିରା କପଡ଼ା ର ବୁଜୁଳା ଥାଏ। ଏହିସବୁ ଜିନିଷ ଘରକୁ ଅଶୁଭ ଶକ୍ତି ଆଣିଥାଏ। ଏମିତୀ ଜିନିଷ କାହାକୁ ଦେଇ ଦେବା ଦରକାର ନଚେତ୍ ଅନ୍ଯ କାମରେ ବ୍ୟବହାର କରିଦେବା ଦରକାର। ସେଥିପାଇଁ ଏମିତି ଜିନିଷକୁ ଘରେ ରଖନ୍ତୁ ନାହିଁ। ନଚେତ୍ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ନାହିଁ।
୨- ଯଦି ଆପଣଙ୍କ ଘରେ କୌଣସି ଦେବାଦେବୀଙ୍କ ଚିରା ଫଟୋ ବା ଭଙ୍ଗା ମୂର୍ତ୍ତି ଅଛି ତାହେଲେ ତାହାକୁ ବାହାର କରି ଦିଅନ୍ତୁ ।ନଚେତ୍ ଏହା ଟଙ୍କା ନଷ୍ଟର କାରଣ ବନିପାରେ। ଏମିତି ଫଟୋ ବା ମୂର୍ତ୍ତି କୁ ଆପଣ ନଦୀରେ ପ୍ରବାହିତ କରି ଦିଅନ୍ତୁ।
୩- ଘରର ଛାତ ଉପରେ ପଡ଼ି ରହିଥିବା ମଇଳା ଦ୍ୱାରା ବି ଘରେ ଟଙ୍କାର ଅଭାବ ହୋଇଥାଏ। ଏଥିପାଇଁ ପରିବାରର ସଫଳତା ଉପରେ ପ୍ରଭାବ ପଡ଼ିଥାଏ। ଘରର ଛାତ ଉପରେ ଫାଲତୁ ଜିନିଷ ରଖନ୍ତୁ ନାହିଁ।
୪- ଆପଣଙ୍କ ପୋର୍ସ ଫଟା କିମ୍ବା ଚିରି ନହୋଇଥିବା ଦରକାର। ଯେଉଁଠି ଆପଣ ଧନ ରଖୁଛନ୍ତି ସେଠାରେ ପବିତ୍ର ବହି ରଖିବା ଦରକାର। ଯାହାଦ୍ୱାରା ଧନ ବଢ଼ିବ।
୫- କେତେକ ଲୋକ ଘରେ ଅନାବଶ୍ୟକ ପଥର, ତାବିଜ୍, ନାଗ, ମୂର୍ତ୍ତି ଏମିତି ଜିନିଷ ରଖିଥାନ୍ତି। କେଉଁ ପଥର, ନାଗ ଫଳ ଭଲ ଦେଇଥାଏ ଆଉ କେଉଁଟା ଦେଇନଥାଏ ତାହା ନଜାଣି ଏସବୁ ରଖନ୍ତୁ ନାହିଁ।
୬- ଆପଣଙ୍କ ଘରେ କୌଣସି ପ୍ରକାର ଭଙ୍ଗାଭଙ୍ଗି ଜିନିଷ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ବଡ଼ ବାସ୍ତୁ ଦୋଷ ଉତ୍ପନ୍ନ ହୁଏ। ଆଉ ଦୀପାବଳୀରେ ମା ଲକ୍ଷ୍ମୀ ଙ୍କର ଆଗମନ ହୋଇପାରିବ ନାହିଁ।
୭- ଏମିତି କୁହାଯାଏ କି ତାଜମହଲର ଫୋଟ ,ବୁଡ଼ୁଥିବା ଡଙ୍ଗା, କଣ୍ଟା ଥିବା ଗଛ ,ପଶୁ ମାନଙ୍କ ଚିତ୍ର ଏସବୁ ଘରେ ରଖିବା ଭଲ ନୁହେଁ। ଏହା ରଖିବା ଦ୍ୱାରା ମନରେ ଖରାପ ପ୍ରଭାବ ପଡ଼ିଥାଏ।
୮- ଘର କିମ୍ବା ଦୋକାନରେ କେଉଁଠି ବି ଆଲମିରା ଭାଙ୍ଗି ଯାଇଥାଏ ତାହେଲେ ତାକୁ ବାହାର କରି ଦିଅନ୍ତୁ। ଭଙ୍ଗା ଆଲମିରା ଟଙ୍କା ଅଭାବର କାରଣ ବନିଥାଏ।
୯- ତେବେ ଦୀପାବଳି ପୂର୍ବରୁ ଘରେ କିମ୍ବା ଦୋକାନରେ ଥିବା ବୁଢିଆଣୀ ଜାଲ କୁ ସଫା କରନ୍ତୁ। ଯଦି ଏମିତି ନକରିବେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ ନାହିଁ।
୧୦ – ଯଦି ଦୋକାନର ବା ଘରେ ଚେୟାର, ଟେବୁଲ ଭାଙ୍ଗି ଯାଇଛି ତ ତାହା ଆପଣଙ୍କ ପାଇଁ ସମସ୍ୟା ଆଣିପାରେ। ଯଦି ଆପଣ ଏହି ଜିନିଷ ବାହାର କରିବେ ନାହିଁ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରେ ନିବାସ କରିବେ ନାହିଁ।