ଦୀପିକା ଯଦି କ୍ୟାରେକ୍ଟରଲେସ ହୋଇଥାନ୍ତା ତାହେଲେ ତା ଘର ଆଗରେ ବସିନଥାନ୍ତା ..ଆଉ କେଉଁ ଟୋକା ସହ ଥାନ୍ତା

ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଘଟିଥିବା ଦମ୍ପତିଙ୍କ ବିବାଦ ଉପରୁ ସମାଧାନର ବାଟ ବାହାରି ପାରିନାହିଁ । ଆଜକୁ ୧୬ ଦିନ ଧରି ନିଜର ଅଧିକାର ପାଇବା ଦାବିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଅନ୍ୟପକ୍ଷରେ ତାଙ୍କର ପ୍ରେମିକ ଦିନେଶଙ୍କର ଦେଖା ଦର୍ଶନ ନାହିଁ । ତେବେ ଦିନେଶ ବିବାହ କରିବେ ବୋଲି ଦୀପିକାଙ୍କୁ କଥା ଦେଇଥିଲେ । ତେଣୁ ଦୀପିକା ତାଙ୍କ ସହ ସ୍ୱାମୀ-ସ୍ତ୍ରୀ ପରି ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ ।ଦୀପିକାଙ୍କ ଏକବର୍ଷର ଛୁଆର ବାପା କିଏ ହେବ? କାହା ପରିଚୟ ନେଇ ସେ ସମାଜରେ ବଞ୍ଚିବେ? ଏପରି ଅନେକ ସମସ୍ୟା ରହିଛି । ଅନ୍ୟ ଦମ୍ପତିମାନେ ରାସ୍ତାରେ ଯାଉଥିବା ବେଳେ ସେ ନିଜକୁ ବହୁତ ଏକୁଟିଆ ଅନୁଭବ କରୁଛନ୍ତି । ଏଭଳି ଅନେକ ଦୁଃଖ ବଖାଣିଛନ୍ତି ଦୀପିକା ।

ଏହା ମଧ୍ୟରେ ସ୍ଥାନୀୟ ବିଧାୟକ ଦୀପିକାଙ୍କୁ ଭେଟି ତାଙ୍କ ସମସ୍ୟାର ସମାଧାନ କରିବେ ବୋଲି କଥା ଦେଇଥିବା ଦୀପିକା କହିଛନ୍ତି । ସୂଚନାଯୋଗ୍ୟ ଯେ, ଦୀପିକା-ଦିନେଶଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଆଉ ସେହି ସମ୍ପର୍କ ମଧ୍ୟ ବହୁତ ପୁରୁଣା। ବହୁତ ସମୟ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହି ଆସିଥିଲା। ଦିନେଶ ଭେଜପା ସୋ ରୁମରେ ଦୀପିକାଙ୍କ ସହ ଅନ୍ତରଙ୍ଗ ହୋଇଥିଲେ।ଦୁହେଁ ଏକାଠି ବୁଲିବା ସହିତ ଅନେକ ସମୟରେ ହୋଟେଲରେ ରାତି ମଧ୍ୟ କାଟିଥିଲେ। ତାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ରହିଥିଲା। ଏହାପରେ ତାଙ୍କ ପ୍ରେମ ସମ୍ପର୍କରୁ ଜନ୍ମି ଥିଲା ଏକ ନବଜାତ ଶିଶୁ।

ଯେତେବେଳେ ଦିନେଶ ଅନ୍ୟ ଜଣେ କାହାକୁ ବାହା ହେବା କଥା ଦୀପିକା ଶୁଣିଲେ ସେତେବେଳେ ସେ ତାଙ୍କ ଛୁଆ ସହିତ ଦିନେଶଙ୍କ ଘର ଆଗରେ ପହଞ୍ଚି ଯାଇଥିଲେ।କିନ୍ତୁ ଦିନେଶ ଦୀପିକା ଏବଂ ତାଙ୍କ ଶିଶୁଙ୍କୁ ନିଜର ବୋଲି ଗ୍ରହଣ କରୁ ନାହାନ୍ତି।ସେଥିପାଇଁ ଦିନେଶଙ୍କ ଘର ଆଗରେ ଆଜିକି ୧୬ ଦିନ ଧରି ବସି ଦୀପିକା ନିଜ ଅଧିକାର ମାଗୁଛନ୍ତି। ବର୍ତ୍ତମାନ ଦୀପିକା ନିଜେ ଦୃଢୋକ୍ତିର ସହ ପ୍ରକାଶ କରି କହିଛନ୍ତି ଯେ ପର୍ଯ୍ୟନ୍ତ ତାଙ୍କୁ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେ ସେଠାରେ ଧାରଣାରେ ବସି ରହିବେ । ଦୁହିଁଙ୍କର ସମସ୍ୟା ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଚାଲିଥିବା ବେଳେ ଦିନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଦୀପିକା ଖବର ପାଇଥିଲେ ।

ତେଣୁ ସେ ସ୍ତ୍ରୀର ହକ୍ ପାଇବା ଓ ନିଜ ଛୁଆର ପରିଚୟ ଦାବିରେ ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି ।ତେବେ ଏହି ଘଟଣା କୁ ନେଇ ସମାଜସେବୀ ସୁନିତା ମହାନ୍ତି ଗଣମାଧ୍ୟମ ସାମ୍ନାରେ କହିଥିଲେ କି ଦୁଇ ଜଣଙ୍କର ଭୁଲ ଅଛି। ଆଉ ଏହି ଭୁଲ କୁ ସେହି ଦୁଇ ଜଣ ହିଁ ଠିକ୍ କରି ପାରିବେ। ଆଉ କହିଥିଲେ କି ସେ ପିଲା ଯଦି ତାଙ୍କର ନୁହେଁ ତାହେଲେ ଡିଏନଏ ଟେଷ୍ଟ କରାଯାଉ। କିନ୍ତୁ ତାର ଏପର୍ଯ୍ୟନ୍ତ ଡିଏନଏ ଟେଷ୍ଟ ନକରି ଆଜି ୧୬ ଦିନ ଧରି ଧାରଣାରେ ବସି ସମାଜ ଉପରେ ଏକ ଖରାପ ପ୍ରଭାବ ପଡୁଛି ବୋଲି କହିଥିଲେ।

Leave a Comment