ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଗତ କାଲି ଜନ୍ମାଷ୍ଟମୀ ଥିଲା ଏହି ଦିନରେ କୃଷ୍ଣ ଙ୍କର ଅନେକ ଭକ୍ତ ଖୁବ ଭକ୍ତି ସହକାରରେ ତାଙ୍କର ପୂଜା କରି ଥାଆନ୍ତି | ତେବେ ଆଜି ହେଉଛି ପବିତ୍ର ନନ୍ଦ ଉତ୍ସବ ଏଭଳି ଦିନ ରେ ଏକ ଅଲୌକିକ ଘଟଣା ଦେଖିବା ପାଇଁ ମିଳିଛି ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଘଟଣା ଟି କଣ ଆସନ୍ତୁ ସେହି ସମ୍ପର୍କ ରେ ଆଲୋଚନା କରିବା |ଜନ୍ମ ହେଉ ଶ୍ରୀକୃଷ୍ଣ ଲୀଳାଖେଳା ଆରମ୍ଭ କରି ଦେଲେ ଆଜି ପବିତ୍ର ନନ୍ଦ ଉତ୍ସବ ରେ ଦେଖିବା ପାଇଁ ମିଳିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବା ଆଲୋକିତ ଘଟଣା |
ଧର୍ମଶାଳା ବ୍ଲକ ଗଙ୍ଗାଧର ପଞ୍ଚାୟତ ବଙ୍ଗାଳୀ ସାହି ର ହିମାଂଶୁ ଭୂଷଣ ଦାସ ଙ୍କ ପତ୍ନୀ ଦୀପ୍ତିପ୍ରଭା ସବୁଦିନ ପରି ଆଜି ମଧ୍ୟ ନିଜ ଠାକୁର ଘରେ ପୂଜା କରିବା ପାଇଁ ଆସି ଥିବା ବେଳେ ଶ୍ରୀକୃଷ୍ଣ ଙ୍କର ମୂର୍ତ୍ତି କୁ ଶ୍ରଦ୍ଧା ରେ କ୍ଷୀର ଅର୍ପଣ କରି ଥିଲେ | ଆଉ ଏହି ମୂର୍ତ୍ତି ଟି ତାଙ୍କ ହାତ ରୁ ସାଙ୍ଗେ ସାଙ୍ଗେ କ୍ଷୀର ପାନ କରି ଦେଇ ଥିଲେ |
ଏହା ଦେଖି ଦିପ୍ତୀପ୍ରଭା ଭାବ ବିହ୍ଵଳ ହେବା ସହିତ ପରିବାର ଲୋକ ଙ୍କୁ ଜଣାଇ ଥିଲେ | ତେବେ ଦୀପ୍ତି ପ୍ରଭା କହିଛନ୍ତି କି ମୁଁ ସବୁଦିନ ଠାକୁର ପୂଜା କରେ ଆଉ ଆଜିବି କଲି ଆଉ ନନ୍ଦ ଉତ୍ସବ ପାଇଁ ମୁଁ ଭାବିଲି କି ଗୋପାଳ କୁ ଟିକେ କ୍ଷୀର ପିଆଇବି | ଆଉ ଗୋପାଳ ଆଜି ମୋ ହାତ ରୁ କ୍ଷୀର ପିଇଲା ମତେ ଭାରି ଖୁସି ଲାଗିଲା ଏହା କହି ଦୀପ୍ତିପ୍ରଭା କାନ୍ଦି ପକାଇ ଥିଲେ |
ତେବେ ପଡୋଶୀ ମାନେ ଏପରି ଅଲୌକିକ ଘଟଣା ଦେଖିବା ପାଇଁ ଦୀପ୍ତିପ୍ରଭା ଙ୍କ ଘରେ ଭିଡ଼ ଲଗାଇ ଥିଲେ | ସ୍ଥାନୀୟ ଅଞ୍ଚଳ ରେ ଏଭଳି ଏକ ଘଟଣା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ଏବଂ ଆଜି ବିଜ୍ଞାନ ଯୁଗ ରେ ମଧ୍ୟ ମନୁଷ୍ୟ କୁ ରୋମାଞ୍ଚିତ କରି, ଧାର୍ମିକ ଯାତ୍ରା ରେ ପ୍ରଭାବିତ କରି ତାକୁ ଈଶ୍ୱର ବିଶ୍ୱାସୀ କରାଉଛି | ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଯିଏ ବି ଦେଖୁଛି ସେ କେବଳ ଆଶ୍ଚର୍ଯ୍ୟ ହେଉଛି | ଏହା ସହିତ ଦୀପ୍ତିପ୍ରଭା ଙ୍କର ପରିବାର ଲୋକ ନନ୍ଦ ଉତ୍ସବ ରେ ଏଭଳି ଶ୍ରୀକୃଷ୍ଣ ଙ୍କର କୃପା ଦେଖି ଭାବ ବିହ୍ଵଳ ହେବା ସହିତ ଖୁବ ଖୁସି ମଧ୍ୟ ଅଛନ୍ତି |