ପ୍ରାକୃତିକ ଦୁର୍ବିପାକ କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ ଟେକନ୍ନଲୋଜି ଦ୍ୱାରା ପୂର୍ବ ସୂଚନା ମିଳି ଥିଲେ ସୁଦ୍ଧା ପ୍ରକୃତିକୁ କେହି ବି ରୋକି ପାରିବେ ନାହିଁ। ଯେମିତି କି କେତେବେଳେ ବନ୍ୟା ହେବ, ବାତ୍ୟା ଓ ବର୍ଷା ତାହା ଆମେ ଆତି ସହଜରେ ଜାଣି ପାରୁଛୁ। ତେବେ ଏସବୁ ଦୁର୍ବିପାକ ମଧ୍ୟରୁ ବର୍ଷା ହେଉଛି, ଅନେକ ଭୟାନକ ସାବ୍ୟସ୍ତ ହୋଇଥାଏ। ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ହେଲେ ସେଥିପାଇଁ ସବୁ ଗାଡ଼ିଆ, ପୋଖରୀ ଓ ନଦୀରେ ଭରପୁର ହୋଇ ଯାଇଥାଏ। ପାଣିର ସେହି ଭୟଙ୍କର ପାଣିକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ। ସେହି ଭୟଙ୍କର ପାଣିରେ ମଧ୍ୟ ଅନେକ ଲୋକ ମାନଙ୍କର ଜୀବନ ବିପଦରେ ରହିଥାଏ।
ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି ।
ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି ।ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଏବେ ଅଧା ଓଡିଶା ପାଣିରେ ଉବୁ ଡୁବୁ ହେଉଛି ଆଉ ଅନେକ ଜନ ଜୀବନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ତେବେ ଅତ୍ୟଧିକ ବର୍ଷା ହେବା କାରଣ ରୁ ମହାନଦୀ ରେ ଜଳ ବଢି ହୋଇଛି ଏବଂ ଆଖ ପାଖ ଅଞ୍ଚଳ ରେ ଜଳ ଭର୍ତ୍ତି ହୋଇ ରହିଛି ଏବଂ ହଜାର ହଜାର ଲୋକେ ଜଳ ଘେର ଭିତରେ ରହି ଅନେକ ପ୍ରକାରର ସମସ୍ୟା ର ସମ୍ମୁଖିନ ହେଉଛନ୍ତି। କାହାର ଘରେ ପାଣି ପଶିଲାଣି ତ କାହାର ଚୁଲି ରେ ପାଣି ,ପାଣି ସହ ବିଷାକ୍ତ ଜୀବଜନ୍ତୁ ତଥା ବିଷଧର ସାପ ମଧ୍ୟ ଘର ପଶିଲାଣି । ଏପରି ପରିସ୍ଥିତିରେ ବର୍ତ୍ତମାନ ଗୋଟିଏ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ ରାଜସ୍ବ ପଞ୍ଚାୟତରଗୋରିଆ ଗ୍ରାମରେ ।ଘର ଭାଙ୍ଗିଦେଲା ବଡି, ଆଉ ଲଗାତାର 5 ଦିନ ହେଲାଣି ବାପା ଝିଅ ଟ୍ରକ ଭିତରେ କାଟୁଛନ୍ତି ଜୀବନ ।
ତେବେ 5 ଦିନ ହେଲାଣି ଏହି ଗ୍ରାମ ଟି ଜଳବନ୍ଦି ହୋଇ ରହିଛି ଏବଂ ସମସ୍ତଙ୍କ ଘରେ ପାଣି ପଶି ଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ସେହି ଗ୍ରାମର ସନ୍ତୋଷ କୁମାର ସାହୁଙ୍କର ଏକ କଚ୍ଚା ଘରେ ପାଣି ପଶି ସଂମ୍ପୂର୍ଣ୍ଣ ଘର ଭିତର ଅଧା ବୁଡିଯିବାରୁ ସେହି ଘରେ ରହୁଥିବା ଲୋକମାନେ ଗୋଟିଏ ଟ୍ରକ ଭିତରେ ଜୀବନଯାପନ କରୁଛନ୍ତି ଏବଂ ଘରର ସମସ୍ତ ଜିନିଷ ପତ୍ର ମଧ୍ୟ ଟ୍ରକ ଭିତରକୁ ନେଇ ଆସିଛନ୍ତି,ଆଉ ଦିନରାତି ସେହି ଟ୍ରକ ଭିତରେ ହିଁ ଜୀବନ କାଟୁଛନ୍ତି । ତେବେ 5ଦିନ ହେଲାଣି ଶୁଖିଲା ଖାଦ୍ୟ ଖାଇ ରହିଛନ୍ତି ବାପା ଝିଅ । ତେବେ ସେ କହିଛନ୍ତି ପ୍ରଶାସନ କିଛି ସାହାଯ୍ୟ କରିଲେ ପୁଣି ଘର ତିଆରି କରିବେ ଏବଂ ଟିକେ ସୁଖରେ ଜୀବନ ଅତିବାହିତ କରିବେ ଏବେ ଝିଅକୁ ନେଇ ବହୁ କଷ୍ଟରେ ଟ୍ରକରେ ଜୀବନ କାଟିବାକୁ ପଡୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।