ଆଜି ଏଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଏହି ସମାଜ ପ୍ରତି ନିନ୍ଦା କରିବେ | ମା ର ଶବ କୁ ଘୋଷାଡ଼ି ଘୋଷାଡ଼ି ନେଉଛି ପୁଅ ଅନେକ ଲୋକ ଏହି ଦୃଶ୍ୟ କୁ ଦେଖୁଛନ୍ତି ହେଲେ ହାତ ବଢାଇବା ପାଇଁ କେହି ମଧ୍ୟ ନାହାଁନ୍ତି | ମୁଁ କଣ ଭୁଲ କରି ଥିଲି ବଞ୍ଚି ଥିଲା ବେଳେ ମତେ କିଏ ଆଈ ତ ପୁଣି ସ୍ନେହ ରେ କିଏ ମା ଡାକୁ ଥିଲା | ଆଉ ଆଜି ମୁଁ ମଲା ପରେ ସମସ୍ତେ ସ୍ୱାର୍ଥପର ହୋଇ ଗଲେ ମତେ ଚାରି କାନ୍ଧ ମିଳି ପାରିଲା ନାହିଁ | ବଲ ବଲ କରି କଣ ଚାହିଁ ରହିଛ ମୋ ଶବ କୁ ତ କେହି ବୋହି ପାରିଲ ନାହିଁ ଏଠି ରହି କରୁଛ କଣ |
ଏହି ଶବ ଯଦି କଥା କୁହନ୍ତା କିଛି ଏମିତି କହି କୋଷି ହୁଅନ୍ତା | ଯେତେ ବେଳେ ମାନବିକତା ମରି ଯାଏ ସେତେ ବେଳେ ତା ବଦଳ ରେ ଅନ୍ଧ ବିଶ୍ୱାସ ଜନ୍ମ ନିଏ ଆଉ ସେହି ସମୟରେ ହିଁ କିଛି ଏଭଳି ଚିତ୍ର ଦେଖିବା ପାଇଁ ମିଳେ | ଏଠି ଅନେକ ବ୍ୟକ୍ତି ଅଛନ୍ତି ତଥାପି ଶେଷ ଯାତ୍ରା ରେ ଶବ କୁ ଚାରି କାନ୍ଧ ମିଳି ପାରିଲା ନାହିଁ |
ଦୁଇ ପତି ପତ୍ନୀ ଶବ କୁ ବୋହି ମଶାଣି ନେଇ ଯାଉଛନ୍ତି ହେଲେ ବଳ ପାଉ ନଥିବାରୁ ଶବ ବାଟରେ ମଧ୍ୟ ପଡ଼ି ଯାଉଛି ଯାହାକି ଏମିତି ଦୁଃଖ ଭଗବାନ କାହାକୁ ମଧ୍ୟ ନ ଦିଅନ୍ତୁ | ମୃତ୍ୟୁ ପରେ ଶବ ବା କଣ ଜାଣିଛି ତାକୁ କିଏ ଛୁଇଁଲା ଆଉ କିଏ ନ ଛୁଇଁଲା ତାର ବା କଣ ଦୋଷ | ଆଜିକା ସମାଜ ରେ ବି ଛୁଆ ଅଛୁଆଁ ପ୍ରଥା ମଣିଷ କୁ ଅନ୍ଧ କରି ଦେଇଛି |
ଜୟପୁର ବ୍ଲକ ବୈରାଗୀ ମଠ ଗାଁ ରେ ଜଣେ ବୃଦ୍ଧା ମହିଳା ଙ୍କ ମୃତ୍ୟୁ ପରେ ଏହା ହେଉଛି ଶେଷ ଯାତ୍ରା ର ଦୃଶ୍ୟ | ଯାହାକୁ ଦେଖିଲା ପରେ ଏଭଳି ସମାଜ ଉପରେ ଖୁବ ଘୃଣା ଆସିବ | ଗତ ଛଅ ମାସ ତଳେ ବୃଦ୍ଧା ମହିଳା ଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତି ଘରେ ଖାଇ ଥିଲେ ଫଳରେ ଗ୍ରାମବାସୀ ମଙ୍ଗଳା ଙ୍କ ପରିବାର କୁ ବାଞ୍ଛଦ କରି ଦେଇ ଥିଲେ ଏବଂ ଭୋଜି ଭାତ ରେ ମଧ୍ୟ ସାମିଲ କରୁ ନଥିଲେ |
ଆଉ ଏବେ ମଙ୍ଗଳା ଙ୍କ ମା ଙ୍କର ମୃତ୍ୟୁ ପରେ ବି ଗ୍ରାମୀ ବାସୀ ଶବ କୁ ଛୁଇଁ ନଥିଲେ | ଶେଷରେ ପୁଅ ମଙ୍ଗଳା ମା ର ଶବ କୁ ରାସ୍ତା ରେ ଘୋଷାଡ଼ି ଘୋଷାଡ଼ି ନେଇ ସ୍ମଶାନ ପର୍ଯ୍ୟନ୍ତ ଯାଇ ଥିଲେ |ସତରେ ଧିକ ସେହି ମଣିଷ ପଣିଆ କୁ ଯିଏ ଶବ କୁ ସମ୍ମାନ ଦେଇ ଶିଖି ନାହିଁ |