ଦେଖନ୍ତୁ ଏହି Video -ଗୁହାଳରେ ଅଣ୍ଡା ଦେଉଥିବା ଏହି ନାଗୁଣୀ (Cobra)ର ରୁଦ୍ର ରୂପ ଦେଖିଲେ ଆପଣଙ୍କ ନିଦ ହଜିଯିବ, …ଏମିତି ଭୟଙ୍କର ଦୃଶ୍ୟ ବହୁତ ହିଁ କମ ଦେଖିବାକୁ ମିଳିଥାଏ,

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |

କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ, ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ |

ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲା ର ଏକ ଗାଁ ର ଜଣେ ବ୍ୟକ୍ତି ଙ୍କ ଗୁହାଳ ରେ ଏକ ନାଗୁଣୀ ଲୁଚି ରହୁ ଥିଲା ଏବଂ ପ୍ରାୟ ସମୟ ରେ ସେ ସେହି ଗୁହାଳ ଭିତରକୁ ପଶି ଯାଉ ଥିଲା | ତେବେ ଗାଁ ଲୋକ ଭୟ ରେ ସେହି ସାପ ନିକଟକୁ ଯାଇ ପାରୁ ନଥିଲେ ଆଉ ଶେଷରେ ସାପ ଧରାଳି ମିର୍ଜା ଆରଫି ଙ୍କୁ ସେହି ଘଟଣା ସ୍ଥଳକୁ ଡକାଇ ଥିଲେ |

ତେବେ ସାପ ଧରାଳି ମିର୍ଜା ଆରଫି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଅନେକ ସାପ ଉଦ୍ଧାର କରୁ ଥିବା ସମୟର ଭିଡ଼ିଓ ଭାଇରାଲ ହୋଇଛି | ଆଉ ଆଜି ପୁଣି ଏକ ଗାଁ କୁ ଆସି ସେ ଏହି ବିଷଧର ନାଗ ସାପ କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି |

ତେବେ ସାପ ଧରାଳି ସେହି ଗାଁ କୁ ଆସି ଗୁହାଳ ର କାନ୍ଥ ଭାଙ୍ଗି ଦେଖି ଥିଲେ କି ନାଗୁଣୀ ଟି ସେହି ଭିତରେ କେତେ ଅଣ୍ଡା ମଧ୍ୟ ଦେଇ ଦେଇଛି | ତେବେ ମିର୍ଜା ଆରଫି ସେହି ନାଗୁଣୀ ଟିକୁ ନିଜ ବିଦ୍ୟା ର କୌଶଳ କ୍ରମେ ଉଦ୍ଧାର କରିବା ସହିତ ଅଣ୍ଡା ଗୁଡ଼ିକ ମଧ୍ୟ ସାଥିରେ ନେଇ ଯାଇଛନ୍ତି | ସେ ଏହା ମଧ୍ୟ କହିଛନ୍ତି କି ଯେତେ ବେଳେ ସାପ ଦଂଶନ କରୁଛି ସେତେବେଳେ କୌଣସି ଝଡା ଫୁଙ୍କା ନକରି କିପରି ବିଷ ଦେହକୁ ନ ଯିବ ସେଥିପାଇଁ କୌଣସି ଏକ କପଡା ବାନ୍ଧି ଦିଅନ୍ତୁ |

Leave a Comment