ଭଗବାନଙ୍କର ଲୀଳା ବିଚିତ୍ର । ତାହାକୁ ଏକ ସାଧାରଣ ମଣିଷ ପାଖରେ ବୁଝିବା ସମ୍ଭବପର ନୁହେଁ । ତେବେ ଭଗବାନ ପ୍ରତ୍ୟେକ ବ୍ୟକ୍ତିକୁ କୌଣସି ନାଁ କୌଣସି କଳା ଦେଇ ଏହି ଧରାପୃଷ୍ଠକୁ ଅବତରି ଆଣିଥାନ୍ତି । କିନ୍ତୁ କିଛି ଜଣ ତାଙ୍କର କଳା ସମସ୍ତଙ୍କ ଆଗରେ ପ୍ରଦର୍ଶନ କରିପାରିଥାନ୍ତି ତ ପୁଣି କେତେ ଜଣେ ତାଙ୍କର କଳାକୁ ସବୁଦିନ ପାଇଁ ଲୁକାୟିତ ଅବସ୍ଥାରେ ରଖିଥାନ୍ତି । ଆଉ କିଛି ଜଣଙ୍କ ପାଇଁ ଏହି କଳା ପ୍ରଦର୍ଶନ କରିବାର ସୁଯୋଗ ହିଁ ମିଳିନଥାଏ କିମ୍ବା ଅର୍ଥ ସେମାନଙ୍କ ପାଇଂ ବାଧକ ହୋଇ ଛିଡା ହୋଇଥାଏ ।ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଜଣେ ବୁଢୀ ମାଉସୀ ସଂଗୀତ ପରିବେଶଣ କରୁଥିବାର ଭିଡିଓଟିଏ ଭାଇରାଲ ହେବାରେ ଲାଗିଛି ,
ଯାହାକୁ ଦେଖିବା ପରେ ବା ଶୁଣିବା ପରେ ଆପଣ ସେହି ବୁଢୀ ମାଉସୀ ଙ୍କୁ ପ୍ରଂଶସା ନକରି ରହି ପାରିବେ ନାହିଁ ।ତେବେ ଏମିତି ରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ମାନେ ଦେଖୁଥିବେ। କିନ୍ତୁ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।
ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ। ଯଦି ଆପଣଙ୍କ ପାଖରେ ପ୍ରତିଭା ରହିଛି ତେବେ ସାରା ଦୁନିଆ ଏହା ଅବଶ୍ୟ ଜାଣି ପାରିବ।
ସେହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ଓଡ଼ିଶାର ଜଣେ ବୁଢୀ ମାଉସୀ ଙ୍କ ର ଅଟେ। ଯିଏ ବର୍ତ୍ତମାନ ତାଙ୍କର ଏକ ଝଲକ କୁ ୟୁ ଟ୍ୟୁବ୍ ରେ ଦେଖାଇ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି।ଏହି ମାଉସୀ ଙ୍କ ସଙ୍ଗୀତ ୟୁଟ୍ୟୁବରେ ଓଡିଶା ଭାଷ୍କର ନ୍ଯୁଜ୍ ଚ୍ୟାନେଲ ରେ ପ୍ରସାରିତ ହେଉଛି ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଏହି ଭିଡିଓ କୁ ଛଡ଼ା ଯାଇଛି।
ତେବେ ଏହି ବୁଢୀ ମାଉସୀ ଙ୍କ ର ବୟସ ପ୍ରାୟ 80 ପାଖାପାଖି ହେବ କିନ୍ତୁ ତାଙ୍କର ଯେଉଁ ଆଧୁନିକ ଗୀତ ଗାଇବାର ଶୈଳୀ ତାହା ସମସ୍ତ ଙ୍କୁ ଆଶ୍ଚର୍ୟ୍ଯ ଚକିତ କରି ଦେଇଛି। ମାଉସୀ ଜଣକ ରଙ୍ଗବତୀ ଗୀତକୁ ଏତେ ସୁନ୍ଦର ଭାବରେ ଗାଉଛନ୍ତି ଯାହାକୁ ଆପଣ ମଧ୍ଯ ଶୁଣିଲେ ପ୍ରଶଂସା ନକରି ରହି ପାରିବେ ନାହିଁ। ତେବେ ଓଡ଼ିଶା ଭାଷ୍କର ନ୍ଯୁଜ୍ ଚ୍ୟାନେଲ ର ଏହି ପ୍ରୟାସ ପାଇଁ ମାଉସୀ ଜଣକ ଆଜି ଲୋକ ଲୋଚନକୁ ଆସି ତାଙ୍କର ଲୁକ୍କାୟିତ ପ୍ରତିଭା କୁ ସମସ୍ତଙ୍କ ସାମ୍ନାକୁ ଆଣି ପାରିଛନ୍ତି। ତେଣୁ ଆପଣ ମାନେ ମଧ୍ଯ ଏହି ଭାଇରାଲ ଭିଡିଓ ରେ ବୁଢୀ ମାଉସୀ ଙ୍କ ଗୀତକୁ ଣୁଣି ଉପଭୋଗ ନିଶ୍ଚିତ ଭାବେର କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।