ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସ ଯେତେ ଘାଣ୍ଟୁଛି, ସେତେ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅର୍ଚ୍ଚନା ନାଗ । ବୟସ ବେଶୀ ନୁହଁ । ପ୍ରାୟ 30 ବର୍ଷ ଖଣ୍ଡେ ହେବ । କଳାହାଣ୍ଡିରୁ ଭୁବନେଶ୍ୱରକୁ ଆସି ରହିଲେଣି ଦଶନ୍ଧିରୁ ଅଧିକ ଦିନ । ପୂର୍ବରୁ ଭଡ଼ାଘରେ ରହୁଥିଲେ । ଏବେ ରାଜପ୍ରାସାଦ ଭଳି ଆଖିଝଲସା କୋଠାର ମାଲକାଣୀ । ନାମୀଦାମୀ ଘୋଡ଼ା-ଗାଡ଼ି । ଇତିମଧ୍ୟରେ କୋଟିପତି ବନିଯାଇଛି ଅର୍ଚ୍ଚନା । ହେଲେ କାହାର ଆଶୀର୍ବାଦରୁ କୁବେର ବନିଯାଇଛନ୍ତି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ?
ନିଜ ନାଁରେ ଏମାନେ କରିଛନ୍ତି ଦୁଇ ଦୁଇଟି କମ୍ପାନୀ, ଏକ ପ୍ରଡ଼କ୍ସନ ହାଉସ୍ । ସେକେଣ୍ଡ ହ୍ୟାଣ୍ଡ କାର୍ ବିଜନେସରେ କୁଆଡ଼େ ଲଗାଇଛନ୍ତି ଟଙ୍କା । ଲକ୍ଷ ଲକ୍ଷ ଟଙ୍କାର ସୁଧ କାରବାର ବି ଚଳାଇଛନ୍ତି । ହେଲେ କେଉଁଠୁ ଆସିଲା ଏତେ ଟଙ୍କା ? କିଏ ସେହି ନେତା, ଠିକାଦାର, ସରକାରୀ ବାବୁ, ଯାହାଙ୍କ ବଦାନ୍ୟତାରେ ଅର୍ଚ୍ଚନା ଛିଡ଼ା କରାଇଛି ନିଜର ବିଶାଳ ସାମ୍ରାଜ୍ୟ ? ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ କ୍ରାଇମବ୍ରାଞ୍ଚ ପାଖରେ ତଥ୍ୟ ଅଛି ତ ?
ତେବେ ଅର୍ଚ୍ଚନା ଦିନେ ବଡ ବଡ ବ୍ଯବସାୟୀ, ବିଲ୍ଡର, ନେତା ମନ୍ତ୍ରୀ , ପ୍ରଯୋଜକ, କଳାକାର ମାନଙ୍କୁ ଖୁସି ଦେଉଥିଲା। ଆଉ ଅର୍ଚ୍ଚନା ଙ୍କ ପାଖରେ ଥିବା ଯୁବତୀ ମାନେ ଏମାନଙ୍କ ଟେନସନକୁ କୁଆଡେ ରିଲାକ୍ସ କରୁଥିଲେ, ହାଲକା କରୁଥିଲେ । କୁହାଯାଉଅଛି କି ଅର୍ଚ୍ଚନା ଉପରେ ନଜର ରଖିଥିଲା ଖଗା ଯାହାକୁ ସହି ପାରୁନଥିଲା ସ୍ବାମୀ ଜଗା ଏବେ ଚର୍ଚ୍ଚା ହେଉଛି ଯେ ଅର୍ଚ୍ଚନା ର କୋଳ ପାଇଁ ଜଗା ଏବଂ ଖଗା ମଧ୍ଯରେ ମନାନ୍ତର, ମତାନ୍ତର ଏବଂ ଝଡ ସୁଷ୍ଟି ହୋଇଥିଲା।
କେବଳ ଜଗା ଆଉ ଖଗା ଭିତରେ ନୁହଁ ଖଗାକୁ ନେଇ ଜଗା ଏବଂ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ମଧ୍ଯରେ ମଧ୍ଯ ଝଡ ଉଠିଥିଲା । ପାରିବାରିକ ଝଡ, ସନ୍ଦେହର ଝଢ ଆଉ ଯାହାକୁ ଯେତେ ଲୁଚେଇଲେ ବି ଏବେ ଦଳଜଳ ହୋଇ ଦିଶିଲାଣି କୁହାଯାଉଛି କି ଖଗେଶ୍ୱର ଙ୍କ ଘର ଖୋର୍ଦ୍ଧା ହଳଦିଆ ଅଞ୍ଚଳର । 8 ବର୍ଷ ତଳେ ଜଗବନ୍ଧୁଙ୍କ ସହ ଭେଟ ହୋଇଥିଲା ଖଗେଶ୍ୱର ଙ୍କ ର। ଯେତେବେଳେ ଜଗବନ୍ଧୁ ଏକ ସାମାନ୍ଯ ପରିବାରରୁ ଆସିଥିଲା ଆଉ ଅର୍ଚ୍ଚନା ବି ସେମିତି ସାଧାରଣ ଥିଲା । ସେତେବେଳେ ଜଗବନ୍ଧୁ କୁଆଡେ ତାଙ୍କ କାର ଶୋରୁମରେ କାମ କରୁଥିଲେ।
ତେବେ ପୋଲିସକୁ କୁଆଡେ ସୁରାକ ମିଳିଛି ଖଗେଶ୍ୱର ଙ୍କ ଯୋଗୁଁ ଅର୍ଚ୍ଚନା- ଜଗବନ୍ଧୁଙ୍କ ଭିତରେ ମନମାଲିନ୍ୟ ଥିଲା। କାହାର କାହା ସହ ପଡୁନଥିଲା କିନ୍ତୁ ଉପରେ ଉପରେ ଭଲଥିଲେ । 8 ବର୍ଷ ତଳେ ଖଗେଶ୍ୱର ଙ୍କ ପାଖରେ ଅଧିକ ସଂପତ୍ତି ଥିଲା ଯେତିକି ଜଗା,ଅର୍ଚ୍ଚନା ପାଖରେ ନଥିଲା । ସେତେବେଳେ ସେକେଣ୍ଡହ୍ଯାଣ୍ଡ କାର ଶୋରୁମ୍ କରିଥିଲା ମାଲିକ ଖଗେଶ୍ୱର ଏବଂ ଅର୍ଚ୍ଚନା ଧିରେଧିରେ ଖଗାର ଟଙ୍କା ଆଡକୁ ମୁହାଁଇ ଥିଲାଥିଲା, ଏବଂ ତାଆଡକୁ ମୁହାଁଇଥିଲା।
ଯେତେବେଳେ ଅର୍ଚ୍ଚନା ଏବଂ ଖଗା ଭିତରେ ସଂପର୍କ ନିବିଡ଼ ହେବାକୁ ଲାଗିଲା ଠିକ୍ ସେତିକି ବେଳେ ଅର୍ଚ୍ଚନା ଏବଂ ଜଗା ଭିତରେ ଫାଟ ସୁଷ୍ଟି ହେଲା । ଆଉ ତାପରେ କାଳେ ଖଗେଶ୍ୱର ଅର୍ଚ୍ଚନାର ମନ କିଣିବାକୁ BMW କାର ଉପହାର ଦେଇଥିଲା । ଯେଉଁ କାରକୁ ଅର୍ଚ୍ଚନା ଏବଂ ଜଗା ଧରି ବୁଲୁଥିଲେ । କାର ପାଇଁ ଖଗେଶ୍ୱର ମାସକି କିସ୍ତି ଭରୁଥୁଲା ଯାହା ଜଗବନ୍ଧୁଙ୍କୁ ଟିକେ ଅଡୁଆ ଲାଗୁଥିଲା । ଆଉ ଏବେ ସେହି ଜଗା ଆଉ ଖଗା ମିଶି ତାଙ୍କ ସୁନ୍ଦରୀ ଅର୍ଚ୍ଚନାଙ୍କୁ କିପରି ପଦାକୁ ଆଣିବେ ସେନେଇ କୁଆଡେ ରୁଡ୍ ମ୍ଯାପ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।