ଦେଖନ୍ତୁ EXCLUSIVE :ଭିଡିଓ -ଉଗ୍ର ରୂପ ଧାରଣ କଲେ ମାସ ମାସ ଧରି ଶାଶୂ ଘରେ ଧାରଣା ଦେଇଥିବା ଦୀପିକା…ରା୍ସ୍ତାରେ ପୋଲିସ୍ ଆଗରେ ମାରପିଟ୍..ଦେଖନ୍ତୁ video

ମାମଲା ତୁଟୁନି କି ଧାରଣା ହଟୁନି। ହେଲେ ନିଇତି ଚାଲୁଛି ନୂଆ ନୂଆ ଡ୍ରାମା। ଗଲାକାଲିର ଦୃଶ୍ୟ ବଳ କଷାକଷି, ଗୋହି ଖୋଳାଖୋଳି। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦୁଆରେ ନ୍ୟାୟ ପାଇଁ ଧାରଣା ଦେଇଥିବା ମହିଳା କେ.ଦୀପିକାଙ୍କ ପାଖରେ ଆଜି ପହଞ୍ଚିଥିଲା ବଡ଼ବଜାର ପୋଲିସ୍।ଗତକାଲିର ଘଟଣା କାହିଁକି ଘଟିଲା ? କିଏ କିଏ ଆକ୍ରମଣ କରିଥିଲେ ? କିଏ ଓ କାହିଁକି ଟେଣ୍ଟ ଚିରିଲା ? ସବୁ କଥା ଗୋଟି ଗୋଟି କରି ଦୀପିକାଙ୍କଠାରୁ ପଚାରି ବୁଝିଥିଲେ ତଦନ୍ତକାରୀ ଅଧିକାରୀ। ତାସହ ପ୍ରେମିକ ଦୀନେଶଙ୍କ ମାଆ ଓ ବାପାଙ୍କୁ ବି ଡାକି ପଚରାଉଚରା କରିଛି ପୋଲିସ୍।


ଯେହେତୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ୍ ଆଗରୁ ତାଗିଦ୍ କରିଥିଲା, ତେବେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ଏବଂ ଆକ୍ରମଣ ଆଗ କିଏ କଲା? ସେ ନେଇ ବି ତଥ୍ୟ ସଂଗ୍ରହ ହୋଇଛି ଦୀନେଶଙ୍କ ପରିବାର ଲୋକେ। ତାଙ୍କ ତଣ୍ଟି ଚିପିବା ସହ ଟଣାଓଟରା କରିଥିଲେ, ଯେଉଁଥିରେ ସେ ଆହତ ହୋଇଛନ୍ତି ବୋଲି ଦୀପିକା ଥାନାରେ ଲିଖିତ ଅଭିଯୋଗ କରିଥିବାରୁ-ଉକ୍ତ ମାମଲା ଆଧାରରେ ପୋଲିସ୍ ଦୀପିକାଙ୍କୁ ସାଙ୍ଗରେ ଧରି ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ବି କରାଇଛି। ତାସହ ଦୀନେଶର ବାପା-ମାଆଙ୍କୁ ବି ଥାନାକୁ ନେଇ ଘଟଣା ସମ୍ପର୍କରେ ପଚରାଉଚରା କରି ଛାଡ଼ିଛି।


ତେବେ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୀପିକା ଏକ ମହିଳାଙ୍କୁ ମାଡ ମାରୁ ଥିବାର ନଜର ଆସୁଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଉକ୍ତ ମହିଳା ଜଣକ ଗତ ଦୁଇ ତାରିଖ ଦିନ ଆସି ଦୀପିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଉକ୍ତ ମହିଳା ଜଣକ ଦୀପିକାଙ୍କୁ ଧାରଣାରୁ ହଟେଇବା ପାଇଁ ଚେଷ୍ଟା କରିଥିଲେ ଆଉ ଏହା ସହ ସେ ଦୀପିକାଙ୍କୁ ଗାଳି ଗୁଲଜ ବି କରିଥିଲେ ।

ଯେହେତୁ ସେତେବେଳେ ଗହଳି ଥିଲା ତେଣୁ ମହିଳା ଜଣକ ଦୀପିକାଙ୍କୁ ମନ ଇଛା ଗାଳି କରି ସେଠାରୁ ଚାଲି ଯାଇଥିଲେ । ଦୀପିକା ସେହି ରାଗ ରଖିଥିଲେ ଆଉ ଆଜି ସେହି ରାଗରେ ସେ ଚାପୁଡା ମାରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଦର୍ଶକ ବନ୍ଧୁ ଉଭୟ ପକ୍ଷରୁ ବର୍ତ୍ତମାନ ସୁଧା ଥାନାରେ କୌଣସି ଏତଲା ଦିଆ ଯାଇ ନାହିଁ ।

 

ଆଜି ଦୀପିକାଙ୍କ ପାଖକୁ ସେହି ମହିଳା ଜଣକ ଆସି ଥିଲେ ଦୀପିକା ଅତି ଆରମରେ ଉଠି ମହିଳାଙ୍କୁ ଏକ ବ୍ରହ୍ମ ଚାପୁଡା ମାରିଥିଲେ ।ଏହା ପରେ ଦୀପିକା ଆଉ ଉକ୍ତ ମହିଳା ହାତାହାତି ହୋଇଥିଲେ । ସେଠାରେ ଥିବା ଲୋକ ମାନେ ଉଭୟଙ୍କ ଝଗଡାକୁ ଅଟକାଇ ଥିଲେ । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେପଟେ ଆଜିକୁ ମିଶାଇ ଦୀପିକାଙ୍କ ଧାରଣା 66 ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ 1 ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା। ମଝିରେ ଦୀପିକାଙ୍କ ଧାରଣାକୁ ନେଇ ଦେଶୀ ବେହେରା ସାହିରେ ଅସନ୍ତୋଷ ବି ଦେଖା ଦେଇଥିଲାା କିଛି ଲୋକ ତାଙ୍କ ଟେଣ୍ଟ ଭଙ୍ଗାରୁଜା କରିବାରୁ ବଡ଼ବଜାର ଥାନାରେ ଏତଲା ବି ଦେଇଥିଲେ ଦୀପିକା କିନ୍ତୁ ତାଙ୍କ ମୂଳ ଦାବିର ଏଯାଏଁ ସମାଧାନ ହୋଇନଥିବାରୁ ଧାରଣାରୁ ସେ ଉଠିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସଫା ସଫା କହିଛନ୍ତି ଦୀପିକା।ତେବେ ଦୀପିକାଙ୍କ ଏ ଧାରଣା କେବେ ସମାପ୍ତ ହେଉଛି ଓ କେତେଶୀଘ୍ର ତାଙ୍କୁ ନ୍ୟାୟ ମିଳୁଛି ? ତାକୁ ଏବେ ଅପେକ୍ଷା।

Leave a Comment