ଦେଖନ୍ତୁ Exclusive ଭିଡିଓ ଛାତ ଉପରେ ଜଗି ବସିଥିଲା ଯମ …ସାବଧାନ ଛାତ ଉପରେ ଲୁଗା ଶୁଖାଉଛନ୍ତି କି ?….

ସବୁ ଦିନ ପାଇଂ ସ୍ବାମୀର ହାତ ଛାଡି ଦେଲା ସ୍ତ୍ରୀ । କଥା ଦେଇଥିଲେ ସାତ ଜନ୍ମର ସାଥୀ ହେବା ପାଇଁ । ବାହାଘର ମାତ୍ର 3 ବର୍ଷ ହୋଇ ଥିଲା । ହେଲେ ଅଧା ବାଟ ରେ ଛାଡି ଚାଲି ଗଲା ସ୍ତ୍ରୀ । ଛାତ ଉପରକୁ ଲୁଗା ଶୁଖାଇବାକୁ ଯିବା ହେଲା କାଳ । ବିଦ୍ୟୁତ ଆଘାତ ରେ ଚାଲି ଗଲା ଯବାନ ଙ୍କ ସ୍ତ୍ରୀ ର ଜୀବନ ।ସାରା ଜୀବନ ସାଥୀ ହୋଇ ରହିବେ ବୋଲି ପରସ୍ପର କୁ କଥା ଦେଇ ଥିଲେ । ଜୀବନ ର ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ କେହି କାହାର ହାତ ଛାଡି ବେନି ବୋଲି କହିଥିଲେ । ବେଶ୍ ହସ ଖୁସ୍ ରେ ଚାଲି ଥିଲା ସୁନାର ସଂସାର । ଦୁହିଁଙ୍କ ଭିତରେ ପ୍ରେମ ଏତେ ନିବିଡ ହୋଇ ଥିଲା କେହି କାହାକୁ ମୂହୂର୍ତ୍ତେ ନ ଦେଖିଲେ ରହି ପାରୁ ନଥିଲେ । ଶରୀର ସିନା ଦୁଇଟା ହେଲେ ମନ ପରା ଗୋଟିଏ ଥିଲା ।

ହେଲେ ସେ ହସଖୁସିର ସଂସାରରେ ସତେ ଯେପରି କାହାର ନଜର ଲାଗିଗଲା । ହଠାତ୍ ତାଙ୍କ ଜୀବନରେ ଘଟିଆସିଲା କଳାର ବାଦଲ ,ଆଉ କିଛି ମୂହୂର୍ତ୍ତ ଭିତରେ ସବୁ କିଛି ଶେଷ ହୋଇଗଲା । ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ଏକାଠି ବଞ୍ଚିବା ଏକାଠି ମରିବା । ହେଲେ ଅଧାବାଟରେ ସ୍ତ୍ରୀ ଠକି ଦେଇ ଆରପାରିକୁ ଚାଲିଗଲା ।

ଏପରି ଏକ ଦୁଃଖଦ ଖବର ଆସିଛି ଢେଙ୍କାନାଳ ଜିଲ୍ଲାର ଭୂବନଥାନା ଅନ୍ତ୍ରର୍ଗତ ଭୁଶଳ ଗ୍ରାମରୁ । ଭୁଷଳ ଗ୍ରାମର ଯବାନ ପୁଅ ମନୋଜ ବାରିକ । ଯିଏ ନିଜର ସାହସିକତା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠୁ ପୁରଷ୍କୃତ ହୋଇଥିଲେ । 3ବର୍ଷ ତଳେ ମନୋଜ ତାଳଚେର ଝିଅ ସ୍ମୃତିରେଖାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ବିତିଗଲା ପରେ ମନୋଜ ଏବଂ ତାଙ୍କ ପରିବାର ଲୋକେ ନିଷ୍ପତି ନେଲେ ଯେ ସ୍ମୃତିରେଖା ସ୍ବାମୀଙ୍କ ସହ ଯାଇ ଜମ୍ମୁରେ ରହିବେ । ସେପରି ମଧ୍ୟ ହେଲା ,ସ୍ବାମୀ-ସ୍ତ୍ରୀ ଦୁହେଁ ଯାଇଁ ଜମ୍ମୁରେ ରହିଲେ । ପ୍ରତିଦିନ ପରି ସେଦିନ ମଧ୍ୟ ସ୍ବାମୀ ମନୋଜ ଡ୍ୟୁଟିକୁ ଯାଉଥିବା ସମୟରେ ସ୍ତ୍ରୀ ସ୍ମୃତିରେଖା ଛାତ ଉପରକୁ ଲୁଗା ଶୁଖେଇବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଛାତ ଉପରକୁ ଯିବା ତାଙ୍କ ପାଇଁ କାଳ ସାଜିବ ।

ଛାତ ଉପରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତରେ ତଳେ ପଡିଯାଇଥିଲେ ସ୍ମୃତିରେଖା । ସ୍ବାମୀ ଡ୍ୟୁଟିରୁ ଫେରି ଦେଖିଲେ ସ୍ତ୍ରୀ ବିଦ୍ୟୁତ ଆଘାତରେ ତଳେ ପଡିଛନ୍ତି । ଏହାପରେ ସଂଗେସଂଗେ ସାଥୀ ଯବାନଙ୍କ ସହ ମେଡିକାଲ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଦେଇଥିଲେ ।

 

ଶବ ବ୍ୟବଚ୍ଛେଦ ପରେ ଓଡିଶା ଆସିଥିଲା ତାଙ୍କ ମର ଶରୀର । ଆଉ ତାଙ୍କୁ ଦେଖିବା ପାଇଁ ଗାଁଲୋକଙ୍କର ଭିଡ ଲାଗିଥିଲା । ସ୍ମୃତିରେଖାଙ୍କର ଏପରି ଅକାଳ ବିୟୋଗ ପାଇଁ ଭୂଷଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଆଉ ତାଙ୍କର ପାର୍ଥିବ ଶରୀରକୁ ଗାଁ ମଶାଣିରେ ଦାହ କରାଯାଇଛି ।

Leave a Comment