ଦେଖନ୍ତୁ Exclusive: ଭିଡିଓ-ମୋ ଗର୍ଭରେ ଛୁଆ ବଢୁଛି ମୁଁ ଏ ହଣ୍ଡାରେ ପାରି ହେବିନି…ଦେଖନ୍ତୁ ବନ୍ୟାରେ ଏହି ଗର୍ଭବତୀ ମହିଳା ଙ୍କ ଦୁଃଖ…ଦେଖିଲେ ନିଶ୍ଚିତ ଆଖୁରୁ ଦି ଟୋପା ଝରିବ….

ପାଦେ ପାଦେ ରେ ବିପଦ ଆଉ ଟିକିଏ ହୋଇ ଥିଲେ ଅବସ୍ଥା ଯେ କଣ ହୋଇ ଥାଆନ୍ତା, କୂଳ ଖାଉଛି ଛାବରୀ ନଦୀ ସେପଟେ ଅଛି ଡାକ୍ତରଖାନା ଆଉ ଏପଟେ ଅଛନ୍ତି ଗର୍ଭବତୀ ମହିଳା | ଏହି ରୋଷ ହଣ୍ଡା ରେ ନଈ ପାର ହେଲେ ଗର୍ଭବତୀ ମହିଳା ଜଣଙ୍କ ଡାକ୍ତରଖାନା ରେ ପହଁଚିବେ ସେଥିପାଇଁ ଆଜି ଏଠାରେ ଏତେ ଭିଡ଼ ଲାଗି ରହିଛି | ସମସ୍ତେ ଉତ୍କଣ୍ଠା ରେ ଚାହିଁ ରହିଛନ୍ତି କି ଗର୍ଭବତୀ ମହିଳା ଜଣଙ୍କ କିଭଳି ଭାବେ ଆରପଟ କୁ ଯିବେ |

ସାଙ୍ଗରେ ପରିବାର ଲୋକ ଙ୍କ ସହିତ ଗାଁ ଲୋକ ମଧ୍ୟ ରୁଣ୍ଡ ହୋଇଛନ୍ତି ହେଲେ ଗର୍ଭରେ ଶିଶୁଟିକୁ ଧାରଣ କରିଥିବା ମାଟି ଚତୁଃର୍ଦିଗ କୁ ଚାହୁଁଛି | ଏହି ରୋଷ ହଣ୍ଡା ରେ ନଈ ପାର ହେବା ସମ୍ଭବ ହେବ ତ, 9 ମାସ କାଳ ଗର୍ଭରେ ଶିଶୁ କୁ ସୁରକ୍ଷିତ ରଖିଥିବା ମାଟି ଶେଷ ମୁହୂର୍ତ୍ତରେ ଉଛୁଳା ନଈ କୁ କେମିତି ଯିବ | ଗର୍ଭବତୀ ମହିଳା ଜଣଙ୍କୁ କିଭଳି ଭାବେ ନଈ ପାର କରା ଯାଉଛି ତାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |

ପ୍ୟାଣ୍ଟ ସାର୍ଟ ସବୁ ହଣ୍ଡା ଭିତରେ ଭରି ଦେଇ କଛା ମାରି ଥିବା ଯୁବକ ଜଣଙ୍କ ଜଳ ଦେବତା ଙ୍କୁ ମୁଣ୍ଡିଆ ମାରି ଚାଲିଛି, ପୁଣି କୁନି ପିଲା କୁ ଏକ ହଣ୍ଡା ରେ ବସାଇ ତିନି ଜଣ ଯୁବକ ନଈ ରେ ଧରି ଧରି ନେଉଛନ୍ତି | ଆଉ ଜଣେ ଯୁବକ ସରକାରୀ ଦିଦି ଙ୍କୁ ହାତ ଧରି ନେଇ ଯାଉଛନ୍ତି ହେଲେ ଗର୍ଭବତୀ ମହିଳା ଜଣଙ୍କ ଏଠି ଯିବେ କେମିତି |

ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୁରୀଗୁମା ବ୍ଲକ ହରଡ଼ବୁରା ପଞ୍ଚାୟତ ର ଡମ୍ବଦରଜୀ ଗାଁ ର | ତେବେ ଗର୍ଭବତୀ ମହିଳା ଜଣଙ୍କୁ ବହୁତ ବୁଝାସୁଜା କରି ତାଙ୍କୁ ଏଇ ନଈ ପର୍ଯ୍ୟନ୍ତ ଅଣା ଯାଇଥିଲା ହେଲେ ହଣ୍ଡା ଭିତରକୁ ପାଦ ବଢ଼ାଇଲା ବେଳକୁ ଡ଼ରୁଛନ୍ତି |

ତଥାପି ଶକ୍ତି ସଞ୍ଚୟ କରି ବସିବା ପାଇଁ ଉଦ୍ୟମ କରୁଛନ୍ତି ହେଲେ ଟିକିଏ ବାଟ ଯାଇଛନ୍ତି କି ନାହିଁ ପୁଣି ଡରରେ ଓହ୍ଲାଇ ପଡ଼ୁଛନ୍ତି | ଶେଷରେ ରୋଷ ହଣ୍ଡା କୁ ଧରି ଧରି ଭରା ନଈ କୁ ପାର ହୋଇଛନ୍ତି | ନିକଟରେ ବର୍ଷା ଛାଡ଼ି ଯାଇ ଥିବାରୁ ସେହି ଛାବରୀ ନଈ ରେ ପ୍ରଖର ସୁଅ ହୋଇଛି ଏବଂ ଆସନ୍ନ ପ୍ରସନ୍ନ ମହିଳା ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ନେଇ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆ ଯାଇଛି | ଆଉ ତାପରେ ଏଭଳି କିଛି ନଦୀ ପାର ପ୍ରକ୍ରିୟା ଆରମ୍ଭ ହୋଇ ଥିଲା, କଷ୍ଟେ ମଷ୍ଟେ ଏହି ଉଛୁଳା ନଦୀ ପାର ହେବା ପରେ ତାଙ୍କୁ ଗାଡ଼ିରେ ଡାକ୍ତରଖାନା ନିଆଯାଇ ଥିଲା | ତେବେ ଗର୍ଭବତୀ ମହିଳା ଜଣଙ୍କ ସେଠାରେ ସୁରକ୍ଷିତ ଥିବା କଥା ଜଣା ପଡ଼ିଛି |

Leave a Comment