ଆମ ସମାଜ ଏତେ ଆଗକୁ ବଢ଼ିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଏକ ନାରୀ ଆମ ସମାଜ ରେ ସମ୍ମାନ ପାଇ ପାରିଲା ନାହିଁ | ବାପ ଝିଅ ସମ୍ପର୍କ କେତେ ଯେ ପବିତ୍ର ଓ କେତେ ଯେ ସ୍ନେହ ଡୋରି ରେ ବନ୍ଧା ହୋଇ ଥାଏ କିନ୍ତୁ ଆଜିକା କଳୁଷିତ ସମାଜ ତାକୁ ମଧ୍ୟ ଖରାପ କରି ସାରିଲାଣି | ତେବେ ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁଠି ଏକ ବାପା ହିଁ ନିଜ ଝିଅ ସହିତ ଖରାପ ସମ୍ପର୍କ ରଖିଛି | ଯୁବତୀ ଜଣଙ୍କ ଅଭିଯୋଗ କରି କହିଛନ୍ତି କି ମୋ ବାପା ମୋ ସହିତ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖନ୍ତି |
ଆଉ ମୁଁ ଯେତେ ବେଳେ ଏହି ଘଟଣା କୁ ନେଇ ପଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଲି ସେତେ ବେଳେ ମୋ ପରିବାର ଲୋକ ମତେ ବୁଝେଇଲେ କି ତୁ ଯାହା ଚାହୁଁଛୁ ସବୁ ଠିକ ହେଇ ଯିବ କିନ୍ତୁ ତୁ ଆଉ କିଛି କରନା | ତାପରେ ସେମାନେ ମତେ ସେଠି ଗୋଟେ ଦିନ ରଖିଲେ ଆଉ ମେଡିକାଲ ଟେଷ୍ଟ କଲେ ଆଉ ସେହି ମେଡିକାଲ ଟେଷ୍ଟ ରେ ସେମାନେ ମତେ ବହୁତ ହଇରାଣ କରିଛନ୍ତି |
ଏହାପରେ ସେମାନେ ମତେ ଗୋଟେ ରୁମ ରେ ରଖିଲେ ସେଠାରେ ବି ସେମାନେ ମତେ ବହୁତ ପ୍ରେସର ପକାଇଲେ ଷ୍ଟେଟମେଣ୍ଟ ଚେଞ୍ଜ କରିଦେ ବୋଲି ଆଉ ଗୋଟେ ଦିନ ଆଉ ଗୋଟେ ରାତି ମୁଁ ସେଠି ପୋଲିସ ଅଧୀନରେ ରହିଲି | ଆଉ ଏପର୍ଯ୍ୟନ୍ତ ପୋଲିସ ର କୌଣସି କାର୍ଯ୍ୟନୁଷ୍ଠାନ ନାହିଁ |
2018 ମସିହା ରୁ ସେ ମୋ ସହିତ ଏଭଳି ସମ୍ପର୍କ ରଖି ଆସିଛନ୍ତି ଆଉ ଏବେ ପର୍ଯ୍ୟନ୍ତ ବି ମୋ ପରିବାର ମତେ ଭଲରେ ରଖେଇ ଦେଉ ନାହାଁନ୍ତି ସବୁବେଳେ ଧମକ ଦେଉଛନ୍ତି ତତେ ମାରି ଦେବୁ ବୋଲି | ଆଉ ମତେ ଯେଉଁ ମାନେ ସାହାଯ୍ୟ କରୁଛନ୍ତି ସେମାନେ ତାଙ୍କୁ ବି ବହୁତ ହଇରାଣ କରୁଛନ୍ତି |
ପୋଲିସ ର କୌଣସି କାର୍ଯ୍ୟନୁଷ୍ଠାନ ନାହିଁ ବୋଲି ମୁଁ ମହିଳା ଥାନା କୁ ଆସି ଥିଲି | ମୋ ମାଆ ବି ଏହି ସମ୍ପର୍କ ରେ ଜାଣି ଥିଲେ କିନ୍ତୁ ପରିବାର ର ସମ୍ମାନ ପାଇଁ ସେ ମତେ ସବୁବେଳେ କହିଲେ କି ତୁ ଚୁପ ହେଇଯା | ମୁଁ ମୋ ମାମୁଁ ଙ୍କୁ ବି ଜଣାଇଛି ସେ ବି କହିଲେ କି ଚୁପ ହେଇଯା ଏଠି ସମସ୍ତେ ମତେ ଚୁପ ହେଇଯିବା ପାଇଁ କହିଛନ୍ତି |
ସେ ସପ୍ତାହ ରେ 2 ଥର ଭଳି ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ଆଉ ଅତ୍ୟଧିକ ହେବାରୁ ଶେଷରେ ମୁଁ ଘର ଛାଡ଼ିଲି ବୋଲି ଯୁବତୀ ଜଣଙ୍କ ମିଡିଆ ସାମ୍ନାରେ କହିଛନ୍ତି | ତେବେ ଏଭଳି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଯିଏ ବି ଶୁଣୁଛି ସେ କେବଳ ଏହାକୁ ନେଇ ନିନ୍ଦା କରୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।