ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଗୋଟିଏ ଭାଇରଲ ମଜାଳିଆ ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହା ଦେଖିଲେ ଆପଣ ହସି ହସି ବେହୋସ ହୋଇଯିବେ ନିଶ୍ଚିତ। ତେବେ ଘଟଣାଟି ଏହା ଥିଲା କି ଜଣେ ତିନି ବର୍ଷ ର ପୁଅ ମା ବିରୋଧରେ ଥାନା କୁ ଆସିଛି ଏତଲା ଦେବା ପାଇଁ।
ତେବେ ପୁଅର ଆଖିରେ କଳା ଲଗାଇବା ବେଳେ ଦୁଷ୍ଟାମି କରୁଥିଲା ପୁଅ ଆଉ ତାପରେ ମା ଗେହ୍ଲରେ ପୁଅକୁ ଚାପୁଡ଼ା ମାରି ଦେଲେ। ଆଉ ତାପରେ ପୁଅ ଏମିତି ଜିଦ୍ କଲା, ବାପା ମା ମୋତେ ମାରୁଛି, ଆଜି କଳା ଲଗାଇବା ବେଳେ ମା ମୋତେ ଚାପୁଡ଼ା ମାରିଲା। ଚାଲ ତା ନାଁ ରେ ଥାନାରେ ଏତଲା ଦେବା।
ମୁଁ ପୋଲିସ୍ କୁ କହିବି ମୋ ମା କୁ ଥାନାରେ ରଖିବେ। ମା କାହିଁକି ମୋତେ ମାରୁଛି ମୁଁ ଆଜି ପୋଲିସ୍ ରେ କହିବି ,ସେ ତାଙ୍କୁ କହିବେ କି ମୋତେ ନ ମାରିବା ପାଇଁ। ଚାଲ ବାପା ଆଜି ଆମେ ଥାନାକୁ ଯିବା। ତିନି ବର୍ଷର ପୁଅ ତା ବାପାକୁ ଏମିତି କିଛି କହି ଜିଦ୍ କରିବାରୁ ଥାନାରେ ଆସି ଅଭିଯୋଗ ଦେଲେ। ଏହି ମଜାଦାର କଥାଟି ହେଉଛି ମଧ୍ୟପ୍ରଦେଶର। ପୁରହାନ୍ ସ୍ଥିତ ତେରତାଇଲ ଗାଁ ର ତିନି ବର୍ଷର ପୁଅ ବାପାଙ୍କ ସହ ଥାନାରେ ପହଞ୍ଚି ମା ଙ୍କ ନାମରେ କହିଛନ୍ତି ମା ମୋତେ ମାରୁଛି ।ଶିଶୁର ଏମିତି କଥା ସମସ୍ତଙ୍କ ମନରେ ଖୁସି ଆଣି ଦେଇଛି।
ଖବର ମୁତାବକ ତାଙ୍କ ବାପା କହିଛନ୍ତି କି ଗତ ରବିବାର ତାଙ୍କ ପୁଅ ଗାଧୋଇ ସାରିବା ପରେ ତା ମା ତାକୁ କଳା ଟିକା ଲଗାଇ ଦେଉଥିଲେ। ସେ ଦୁଷ୍ଟାମି କରିବାରୁ ତା ମା ତାକୁ ଗେହ୍ଲରେ ଚାପୁଡ଼ା ମାରିଦେଲେ। ଆଉ ଏହାପରେ ପୁଅ ଜିଦ୍ କରିଥିଲା କି ଚାଲ ବାପା ପୋଲିସ ରେ ଖବର ଦେବା , ମା କୁ ଜେଲ କୁ ପଠାଇବା। ଏହା ଶୁଣିବା ପରେ ସେ ଆଉ ତାଙ୍କ ସ୍ତ୍ରୀ ଖୁବ୍ ହସିଥିଲେ। ଆଉ ଶେଷରେ ଥାନାକୁ ଆସି ପୁଅଟି ସେଠାରେ ପ୍ରଭାରୀ ନାୟକ ଜଣେ ପୋଲିସ୍ ର ହାତ ଧରି କହୁଛି କି ମୋ ମା କୁ ଜେଲରେ ପୁରାଇ ଦିଅ। ଯାହା ଏବେ ପୁରା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।