ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ଟି ଜଣେ ସ୍କୁଲ ଦିଦି ଙ୍କ ର ଅଟେ ତାଙ୍କର ନିଆରା ଢଙ୍ଗ ର ପାଠପଢ଼ା ଶୈଳୀ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି,ତେବେ ଏଣିକି ବେତ ପାହର ରେ ପାଠ ପଢ଼ା ନୁହେଁ । ପାଠ ପଢ଼ାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଆପଣାଇ ଅଛନ୍ତି ନାଚ ଗୀତର ପନ୍ଥା ।
ତେବେ ଆଜି କାଲି ର ପାଠ ପଢା ର ଶୈଳୀ ବଦଳି ଗଲାଣି ଓ ପିଲା ମାନେ ଏହି ନୂତନ ପଢା ଶୈଳୀ କୁ ଏତେ ଶୀଘ୍ର ଆପଣେଇ ପାରୁ ନାହାଁନ୍ତି । କେମିତି ପିଲା ମାନଙ୍କୁ ପଢ଼ାଇବା ଦ୍ଵାରା ପିଲା ମାନେ ପାଠ ପଢ଼ା ପ୍ରତି ଆକୃଷ୍ଟ ହେବ ଓ ଆଗ୍ରହୀ ହେବେ ସେହି ବିଷୟ ରେ କେହି କେବେ ମଧ୍ୟ ଧ୍ୟାନ ଦେଉ ନାହାନ୍ତି ।
ଏହି ସବୁ ମଧ୍ୟରେ ଏହି ସ୍କୁଲ ଦିଦି ଙ୍କ ନିଆରା ଶୈଳୀ ର ପାଠପଢ଼ା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ତେବେ ଏହି ଟ ଦିଦି ଙ୍କ ପାଠ ପଢା ଶୈଳୀ ଦେଖିଲେ ଏମିତି ଲାଗେ ଯେମିତି ଆଜି ବି ମଧ୍ୟ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଯେଉଁ ମାନେ କି ଆଧୁନିକ ଶୈଳୀ କୁ ନ ଆପଣେଇ କୌଣସି ଏକ ସ୍ବତନ୍ତ୍ର ମାଧ୍ୟମ ରେ ପଢ଼ାଇ ପିଲା ମାନଙ୍କୁ ଶିକ୍ଷିତ କରିବାକୁ ଚାହୁଁଛନ୍ତି ।
ତେବେ ସେହିଭଳି ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା ଜଣେ ଗୁରୁମା ଅର୍ଥାତ ସ୍କୁଲର ଦିଦିଙ୍କର | ଆଉ ଯେଉଁଠି ଦେଖା ଯାଉଛି କି ଦିଦି ଜଣକ ନାଲି ଆଉ ଧଳା ରଙ୍ଗର ଶାଢ଼ୀଟେ ପିନ୍ଧିଛନ୍ତି | ତାହା ସହିତ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି କୃଷ୍ଣ ଆଉ ତାର ମାମୁଁ କଂଶଙ୍କର ଧନୁଯାତ୍ରା ବିଷୟରେ | ଏହା ସହିତ ସେହି ଦିଦି ଜଣକ ଅଭିନୟ କରିବା ସହିତ ଡାନ୍ସ ମଧ୍ୟ କରୁଥିବାର ଜଣା ପଡୁଛି | ଆଉ ଯାହାକୁ ସେ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି |
ତେବେ ଦିଦି ଜଣଙ୍କ ପୌରାଣିକ କଥା ଆଉ ଘଟଣା ବଳିକୁ ବେଶ ସୁନ୍ଦର ଭାବରେ ଧୁମ ଧୁମ ବାଜୁଛି ବାଜା ଗୀତରେ ନାଚ କରିଛନ୍ତି ତାହା ସହିତ ଅଭିନୟ କରିକି ଦେଖାଉଛନ୍ତି | କୃଷ୍ଣ ଙ୍କର ବିଭିନ୍ନ ପ୍ରକାରର ନୀଳା କାନ୍ତି କୁ ମଧ୍ୟ ପ୍ରକାଶ କରିଛନ୍ତି ଦିଦି ଜଣଙ୍କ ସେ ଧନୁଯାତ୍ରା ରେ କଂଶ ମାମୁଁ ଙ୍କୁ ପରାସ୍ତ କରିବା କଥା ହେଉ କି କୃଷ୍ଣ ଗଜ କୁ ଯୁଦ୍ଧ ରେ ହରାଇବା କଥା ହେଉ ସବୁ କୁ ସୁନ୍ଦର ଭାବରେ ଅଭିନୟ ଛଳରେ ଦେଖାଇଛନ୍ତି ଦିଦି ଜଣଙ୍କ |
ଆଉ ଯାହା ଜଣା ପଡୁଛି ପିଲା ମାନେ ଏହିଭଳି ଅଭିନୟ ମାଧ୍ୟମରେ ପାଠ ପଢାକୁ ଅଧିକ ପସନ୍ଦ କରିବେ | ଆଉ ଯାହା ଏବେ ଦିଦି ଙ୍କର ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।