ମହାନଦୀ ସୃଷ୍ଟି ହେଇଥିବା ବନ୍ୟା ପାଣି ଏବେ ସମସ୍ତ ଙ୍କୁ ଡରେଇବା ଲାଗିଛି | ଧୀରେ ଧୀରେ ବନ୍ୟା ଜଳ ବଢିବାରେ ଲାଗିଛି | ମହାନଦୀ ବନ୍ୟା ଜଳ ଏତେ ପ୍ରଖର ସ୍ରୋତରେ ଗତି କରୁଛି ଯେ କେତେବେଳେ ଏହି ଜଳ ରେ ପଶୁ ପକ୍ଷୀ ଙ୍କୁ ମୃତ ଶରୀର ଭାସି ଆସୁଛି ତ କେତେବେଳେ ମଣିଷ ର ମୃତ ଶରୀର ଏହାକୁ ଦେଖି ଲୋକମାନେ ଏବେ ଆତଙ୍କିତ ହୋଇ ଅଛନ୍ତି କାରଣ ବନ୍ୟା ର ଏହି ସ୍ରୋତ ଏବେ ମଧ୍ୟ କଟକ ରେ କେତେକ ଘର ଜଳ ବନ୍ଧୀ ରେ ରହିଛି | ଯାହା ଫଳ ରେ ଲୋକ ମାନେ ଘର ବାହାରକୁ ବାହାରିବା କଷ୍ଟକର ହେଇପଡିଛି | ତେବେ ଏହି ବନ୍ୟା ପାଇଁ ସମସ୍ତେ ଚିନ୍ତା ଥିବା ବେଳେ ଏବେ ଏକ ବଡ ଅଘଟଣ ଘଟି ଯାଇଥିବା ସୂଚନା ମିଳିଛି।
ତେବେ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ନାବାଳିକା ବନ୍ଯାଜଳକୁ ଡେଇଁ ଆତ୍ମହତ୍ଯା କରିଛନ୍ତି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ବନ୍ଯାଜଳରେ ଉବୁଡୁବୁ ହେଉଛି ନଦୀ,ନଦୀ ଫୁଲି କୂଳ ଲଙ୍ଘୁଛି ଆଉ ଏହି ପାଣିକୁ ଡେଇଁ ଜୀବନ ହାରି ଦେଇଛନ୍ତି ଜଣେ ନାବାଳିକା । ଉଚ୍ଛୁଳା ପାଣିକୁ ଡେଇଁ ପଡିଲେ ଜଣେ ନାବାଳିକା ଯୁବତୀ, ଆଉ ଭାସି ଭାସି କୁଆଡେ ଚାଲିଗଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବରପୋଡା ଲୁଣା ନଦୀରେ । ରାସ୍ତାରେ ଗାଡିମଟର ଘୋଁଘାଁ ହୋଇ ଚାଲିଥିଲା । ବର୍ଷା ଟିକେ ଛାଡି ଥିବାରୁ ଲୋକେ ଲୁଣାନଦୀର ବ୍ରିଜ୍ ଉପରେ ଛିଡା ହୋଇ ପାଣିକୁ ଦେଖୁଥିଲେ କାରଣ ହିରାକୁଦ ଗେଟ୍ ଖୋଲି ଥିବାରୁ ନଦୀରେ ପାଣି ପୂରା ଭରପୁର ଥିଲା ଆଉ ସେତିକି ବେଳେ ଜଣେ ନାବାଳିକା କାନ୍ଦି କାନ୍ଦି ବ୍ରିଜ୍ ଉପରେ ପାଣିକୁ ଚାହିଁ କିଛି ସମୟ ଛିଡା ହେଲେ।
ଆଉ ତାପରେ ହଠାତ୍ ବ୍ରିଜ୍ ବାଡ ଉପରେ ଛିଡା ହୋଇ ସିଧା ପାଣିକୁ ଡେଇଁ ପଡିଲେ ଅଟକାଇବାକୁ ଚାହିଁଲେ ବି ଲୋକମାନେ ନାବାଳିକା ଜଣଙ୍କୁ ଅଟକାଇ ପାରିନଥିଲେ । କ୍ଷଣିକରେ କୁଆଡେ ଭାସି ଯାଇଥିଲେ ନାବାଳିକା ଜଣଙ୍କ । ଯୁବତୀ ଜଣକ ହେଉଛନ୍ତି ନିଶ୍ଚିନ୍ତକୋଇଲି ନେମାଳ ଗାଁର ମଧୁସୂଦନ ପାତ୍ରଙ୍କ ଝିଅ ମଙ୍ଗୁଳି ପାତ୍ର ।
ତେବେ ସେ କଣ ପାଇଁ ଏଭଳି ଗୋଟେ ବଡ ନିଷ୍ପତ୍ତି ନେଇଗଲେ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଏହାପରେ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଖବର ଦେବା ସହ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଓଡ୍ରାଫ ଟିମକୁ ସୂଚନା ଦେଇଥିଲା। ତେବେ ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଲୁଣାନଦୀର ବୋଟ୍ ଯୋଗେ ଖୋଜୁଛି । ସ୍ଥାନୀୟ ମାଞ୍ଚେଷ୍ଟର, ସରପଞ୍ଚ ଘଟଣା ସ୍ଥଳରେ ଉପସ୍ଥିତ ରହି ନଜର ରଖିଛନ୍ତି ।