ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଏହି କିଛି ଦିନ ହେବ ଯେଉଁ ବର୍ଷା ଅର୍ଥାତ ଲଘୁଚାପ ଲାଗି ରହି ଥିଲା ଆଉ ଯାହା ଦ୍ୱାରା କେତେକ ସ୍ଥାନରେ ଏବେ ବଢ଼ି ପାଣି ମାଡ଼ି ଆସିଛି | ଏମିତି କେତୋଟି ତଳିଆ ଗାଁ ଅଛି ଯେଉଁଠି ଲୋକ ମାନେ ପାଣି ଘେର ରେ ବସବାସ କରୁଛନ୍ତି, ଏମିତି କି ରାନ୍ଧି ଗଣ୍ଡେ ଭଲ ରେ ଖାଇ ପାରୁ ନାହାଁନ୍ତି କି ମୁନ୍ଦେ ପାଣି ମଧ୍ୟ ପାଉ ନାହାଁନ୍ତି | ଏହା ସହିତ ଘରୁ ମଧ୍ୟ କୁଆଡେ ବାହାରକୁ ଯାଇ ପାରୁ ନାହାଁନ୍ତି ଏମିତି ଅନେକ ସମସ୍ୟା ର ସେମାନଙ୍କୁ ସମ୍ମୁଖୀନ ହେବା ପାଇଁ ପଡୁଛି |
ତେବେ ଏହି ସମୟରେ ଏକ ବଢ଼ି ପାଣିର ସ୍ଥାନର ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ବନ୍ୟା ର ପାଣିରେ ଗାଈ ଗୋରୁ ଭାସି ଯାଉ ଥିବା ବେଳେ ତାଙ୍କୁ ଉଦ୍ଧାର କରା ଯାଇଛି | ଆପଣ ତ ଜାଣିଛନ୍ତି ମଣିଷ ଙ୍କର ଯଦି କୌଣସି ପ୍ରକାର ଅସୁବିଧା ହୁଏ ତେବେ ସେମାନେ ମୁହଁ ଖୋଲି ପାରି ନଥାନ୍ତି |
ତେବେ ଏହି ବନ୍ୟା ପାଣି ର ଦୃଶ୍ୟ ପାରାଦ୍ୱୀପ ତେମଣା ପୁର ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି | ଏହି ବନ୍ୟା ପାଣି ର ସ୍ରୋତ ଏତେ ମାତ୍ରା ରେ ଥିଲା ଲୋକ ଙ୍କର କେତୋଟି ଗାଈ ମଧ୍ୟ ସେହି ବନ୍ୟା ପାଣିରେ ଫସି ଯାଇ ଥିଲେ | ଲୋକ ମାନେ ଚାହିଁ ମଧ୍ୟ ଗାଈ ଗୁଡ଼ିଙ୍କୁ ସେହି ବନ୍ୟା ପାଣିରୁ ବାହାର କରି ପାରି ନଥିଲେ | ତେବେ ବନ୍ୟା ପାଣି ସେହି ଗ୍ରାମ ଟିକୁ ବୁଡାଇ ଦେଇ ଥିବା ବେଳେ ବନ୍ୟା ପାଣିରେ ଗାଈ ଗୁଡ଼ିକ ମଧ୍ୟ ଫସି ଯାଇ ଥିଲେ |
ତେବେ ଶେଷରେ ଏନଡିଆରଏଫ ଟିମ ସେହି ସ୍ଥାନରେ ପହଞ୍ଚି ଗାଈ ଗୁଡିକୁ ଉଦ୍ଧାର କରୁ ଥିବାର ଦେଖିବା ପାଇଁ ମିଳିଛି ଏବଂ ତାଙ୍କୁ ଶେଷରେ ଉଦ୍ଧାର କରିବା ପାଇଁ ସକ୍ଷମ ମଧ୍ୟ ହୋଇ ପାରି ଥିଲେ | ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ବନ୍ୟା ପାଣିରେ ଲୋକ ମାନେ ଖୁବ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ତାଙ୍କର ବାସ ସ୍ଥାନ ବୁଡ଼ି ଯିବା ସହିତ ଘରର ଗାଈ ଗୋରୁ ମଧ୍ୟ ଭାସି ଯାଉଛନ୍ତି | ତେବେ ଆଗକୁ ଆହୁରି ମଧ୍ୟ ଲଘୁଚାପ ଅଛି ଯାହାକୁ ନେଇ ଏବେ ଉପକୂଳିଆ ଅଞ୍ଚଳ ର ଖୁବ ଚିନ୍ତା ବଢ଼ି ଗଲାଣି |