ତେବେ ସାଧାରଣତଃ ସାପ କୁ ଆମେ ପ୍ରାୟ ସ୍ଥାନ ରେ ଦେଖିବାକୁ ପାଇ ଥାଉ ଏବଂ ବିଭିନ୍ନ ପ୍ରଜାତି ର ମଧ୍ୟ ସାପ ରହିଛନ୍ତି | କେଉଁଠି ବିଷଧର ସାପ ତ ଆଉ କେଉଁଠି ସାପ ଭୟଙ୍କର ଦେଖାଯାଏ କିନ୍ତୁ ସାପ ଟିର ବିଷ ନଥାଏ | ସାପ ନାଁ ଶୁଣିଲେ ଦେହ ଭୟ ରେ ଶୀତେଇ ଉଠେ ସେ ସାପ ର ବିଷ ଥାଉ କି ନଥାଉ ଦେଖି ଦେଲେ ମଣିଷ ଆତଙ୍କିତ ହୋଇ ପଡେ ଆଉ ତା ପାଖକୁ ଯିବା କଥା ଭାବିଲେ ମନ ରେ ଛନକା ପଳେଇ ଆସେ |
କାରଣ ସାପ ଦ୍ୱାରା ଅନେକ ଙ୍କର ଜୀବନ ଯିବାର ମଧ୍ୟ ଆପଣ ଶୁଣି ଥିବେ ଏବଂ ଜାଣି ଥିବେ ମଧ୍ୟ | ସାପ ଯଦି ଥରେ ଦଂଶନ କରିଛି ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚାଇବା ବହୁତ କଷ୍ଟକର ହୋଇ ପଡି ଥାଏ | ତେବେ ଆଜିକାଲି ର ଲୋକ କିନ୍ତୁ ସତର୍କ ଓ ସଚେତନ ହୋଇ ଗଲେଣି କେଉଁଠି ଯଦି ବିଷାକ୍ତ ସାପ ଦେଖୁଛନ୍ତି ତେବେ ସଂଗେ ସଂଗେ ସାପ ଧରାଳି ଙ୍କ ସହ ଯୋଗାଯୋଗ କରୁଛନ୍ତି | ତେବେ ବିଷଧର ସାପ କୁ ନେଇ ପ୍ରାୟ କିଛି ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳି ଥାଏ | ତେବେ ପୁଣି ଏକ ସାପ କୁ ନେଇ ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ |
ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଟି ହେଉଛି ଜଣେ ବ୍ୟକ୍ତି ଙ୍କ କାନରେ ଏକ ବିଷଧର ସାପ ଦେଖିବା ପାଇଁ ମିଳିଛି | କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥା ଟି ବାସ୍ତବ ରେ ସତ ଅଟେ | ତେବେ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଜଣେ ବ୍ୟକ୍ତି ଙ୍କ କାନରେ ଏକ ବିଷଧର ସାପ ଟି ଫସି ରହିଛି ଯାହାର ମୁଣ୍ଡ କାନ ବାହାରକୁ ବାହାରିଛି ଆଉ ସେ ଆଁ କରି ଭୟଙ୍କର ଗର୍ଜନ କରୁଛି | ତେବେ ଏକ ଡାକ୍ତର ଏକ ଚିମୁଟା ସାହାଯ୍ୟ ରେ ସେହି ବ୍ୟକ୍ତି ଙ୍କର କାନରୁ ସାପ ଟିକୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି |
କିନ୍ତୁ ସାପ ଟିକୁ ବାହାର କରିବା ସମୟରେ ତାର ଲାଞ୍ଜ ଅଧା ଛିଣ୍ଡି ବାହାରି ଯାଉଛି ଆଉ ମୁଣ୍ଡ ଟି ସେମିତି ରହି ଯାଉଛି | ତେବେ ଏହି ସାପ ଟିର ଲମ୍ବ କେତେ ତାହା ସ୍ପଷ୍ଟ ଭାବରେ ଜଣା ପଡ଼ୁ ନାହିଁ | କିନ୍ତୁ ଭିଡ଼ିଓ ଟି ଦେଖିବା ପାଇଁ ଖୁବ ଭୟଙ୍କର ଅଟେ ଆଉ କିଛି କିଛି ଲୋକ ଏହି ଭିଡ଼ିଓ ଟିକୁ ଦେଖି ଫେକ ବୋଲି ମଧ୍ୟ ମତ ଦେଇଛନ୍ତି | ବର୍ତ୍ତମାନ ସମୟରେ ଏହି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଟି ଖୁବ ଭାଇରାଲ ହେବାରେ ଲାଗିଛି |