ଆମ ଦେଶ ହେଉଛି ଏକ ଜନମଙ୍ଗଳ କାରୀ ଦେଶ ଅଟେ ଏବଂ ଆମ ସରକାର ହେଉଛନ୍ତି ଗଣତାନ୍ତ୍ରିକ ସରକାର।ଗଣତନ୍ତ୍ର ରାଷ୍ଟ୍ର ର ସରକାର ହେଉଛନ୍ତି ଲୋକ ମାନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଓ ପରକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି ଏବଂ ଲୋକଙ୍କ ପାଇଁ ସେମାନେ କାର୍ଯ୍ୟ କରିବା ପାଇଁ ତଥା ତାଙ୍କର ସୁବିଧା ଅସୁବିଧା ରେ ସାଙ୍ଗ ରେ ଠିଆ ହେବ ବୋଲି।
ମାତ୍ର ବର୍ତ୍ତମାନ ସେହିପରି ବହୁତ କମ ରାଜନେତା ଦେଖିବାକୁ ମିଳି ଥାନ୍ତି ଯିଏକି ଲୋକଙ୍କ ପାଖରେ ସମସ୍ୟା ସମୟ ରେ ଆସି ଛିଡା ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ MLA ଙ୍କ ବିଷୟରେ ଜଣେଇବୁ ଯିଏକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛନ୍ତି।
ତେବେ ସେହି MLA ଜଣଙ୍କ ଅନ୍ୟ କେହି ନୁହନ୍ତି ବରଂ ସେ ହେଉଛନ୍ତି ଆମ ପିପିଲି ର MLA ରୁଦ୍ର ଭାଇ ଯିଏକି ଜଣେ ରାଜନେତା ତଥା ଲୋକମାନ ଙ୍କର ପ୍ରକୃତ ଶାସକ ଭାବରେ ନିଜକୁ ପ୍ରମାଣିତ କରିପାରିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଓଡ଼ିଶା ର କେତେକ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅତ୍ୟଧିକ ବର୍ଷା ହେବା କାରଣ ରୁ ମହାନଦୀ ରେ ଜଳ ବଢି ହୋଇଛି ଏବଂ ଆଖ ପାଖ ଅଞ୍ଚଳ ରେ ଜଳ ଭର୍ତ୍ତି ହୋଇ ରହିଛି ।ଏବଂ ହଜାର ହଜାର ଲୋକେ ଜଳ ଘେର ଭିତରେ ରହି ଅନେକ ପ୍ରକାରର ସମସ୍ୟା ର ସମ୍ମୁଖିନ ହେଉଛନ୍ତି।
ତେବେ ଲୋକଙ୍କ ର ଏହି ପରିସ୍ଥିତି ରେ ଲୋକଙ୍କ ପାଖ ରେ ଯାଇ ପହଁଚିଛନ୍ତି MLA ରୁଦ୍ର ଭାଇ। ତେବେ ରୁଦ୍ର ବନ୍ୟା ପୀଡିତ ଅଞ୍ଚଳ କୁ ବନ୍ୟା ପରିସ୍ଥିତି ସମୀକ୍ଷା କରିବା କୁ ଯାଇ ପହଁଚି ଥିଲେ। ଆଉ ସେଠାରେ ସେ ବନ୍ୟା ପରିସ୍ଥିତି ଦେଖି ବହୁତ ଦୁଃଖିତ ହୋଇ ଯାଇଥିଲେ। ସେ ଲୋକଙ୍କୁ ବନ୍ୟା ସମୟ ରେ ଜମାରୁ ବ୍ୟସ୍ତ ନହୋଇ ଶାନ୍ତି ରେ ସବୁ କାମ ଲରିବାକୁ ପରାମର୍ଶ ଦେଇଥିଲେ। ସେ କହିଛନ୍ତି କି ଚିନ୍ତା କରିବାର କିଛି ନାହିଁ ମୁଁ ସବୁ ବେଳେ ଆପଣ ମାନଙ୍କ ସହ ରହିଛି।
ସେ ବନ୍ୟା ପୀଡ଼ିତ ଅଞ୍ଚଳ କୁ ଯାଇ ବୁଲି ବୁଲି ସ୍ଥିତି ସମୀକ୍ଷା କରିବା ପରେ ଲୋକଙ୍କୁ କହିଥିଲେ କି ଯଦି କୌଣସି ଏମେରଜେନ୍ସି ହୁଏ ତ ସଙ୍ଗେ ସଙ୍ଗେ ମୋତେ ସୂଚନା ଦେବେ ଆମେ ସଂଗେ ସଂଗେ ଆସି ଉକ୍ତ ସ୍ଥାନରେ ଲୋକଙ୍କୁ ସାହାଯ୍ୟ କରିବା ର ବ୍ୟବସ୍ଥା କରିଦେବି। ଏହା ସହ ସେ ବନ୍ୟା ପରିସ୍ଥିତି ଦେଖି କାନ୍ଦି ପକେଇ ଥିବା ର ମଧ୍ୟ ଦେଖା ଯାଇଛି ।ତେବେ ବର୍ତ୍ତମାନ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି ଆଉ ଲୋକେ କହିଛନ୍ତି କି MLA ହେବ ତ ଏମିତି ଯିଏକି ଲୋକଙ୍କ ଅସୁବିଧା ବେଳେ ସାଙ୍ଗରେ ଆସି ଛିଡ଼ା ହେବ।