ପୋଲିସ ପଚାରୁଛି ପୁଅକୁ ମାରିଲ କେମିତି? ଆଉ ମା ଗୋଟି ଗୋଟି କରି ସବୁ କଥା କହୁଛି। ଟ୍ୟୁସନ ସାର୍ ଙ୍କ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ ଏ ମା ଜଣକ ନିଜର କୁନି ପୁଅ ଟିକୁ ମାରିବାକୁ ହାତ ଥରିଲାନି। ଆଉ ଏହି ସବୁ ଦୃଶ୍ୟ ଦେଖୁଥିଲା ତାର ଝିଅ। ଅର୍ଥାତ୍ ସାନ ଭାଇର ବଡ଼ ଭଉଣୀ,ଆଉ ସେ ଦେଇଥିଲା ମାମୁ ଘରକୁ ଏଭଳି ଏକ ସୂଚନା ଯାହାକି କେହି ବିଶ୍ୱାସ କରି ପାରିଲେ ନାହିଁ।
ପ୍ରେମ ପାଇଁ ପାଗେଳି ହୋଇଗଲା ମା। ଆଉ ନିଜ ପ୍ରେମକୁ ସଫଳ କରିବା ପାଇଁ ପୁଅକୁ ପାଠ ପଢ଼ାଉଥିବା ଟ୍ୟୁସନ ସାର୍ ଲକ୍ଷ୍ମୀଧର ବାରିକ ଙ୍କ ସହ ମିଶି ଛୁଆଟାକୁ ମାରି ସବୁ ଦିନ ପାଇଁ ଶେଷ କରିଦେଲା। ଗାଧୁଆ ଘରେ ପୁଅ ଟିକୁ ହତ୍ୟା କରି ଅଭିନୟ କଲା ଯେ ପୁଅଟି ଛାତ ଉପରୁ ପଡ଼ି ମରି ଯାଇଛି।
ଏମିତି ଏକ ଘଟଣା ଘଟି ଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡ଼ା ଗାଁ ରେ। ଏହି ମା ଜଣକ ମାଟିଆପଡ଼ା ଗାଁ ର ସୁଶାନ୍ତ ଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ କାମ ପାଇଁ ବାହାରେ ଦାଦନ ଖଟନ୍ତି। ଆଉ ଏଣିକି ସସ୍ମିତା ର ତିନୋଟି ପିଲା ଥିବାବେଳେ ସସ୍ମିତା ଙ୍କ ସ୍ୱାମୀ କାମ କରିବାକୁ ବାହାରକୁ ଯାଇଥିଲେ। ଆଉ ସେହି ସମୟରେ ତିନୋଟି ପିଲାଙ୍କୁ ପାଠ ପଢ଼ାଉଥିଲେ ଟ୍ୟୁସନ ସାର୍ ଲକ୍ଷ୍ମୀଧର ବାରିକ।
ଟ୍ୟୁସନ ସାର୍ ଲକ୍ଷ୍ମୀଧର ଓ ସସ୍ମିତା ଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ସ୍ୱାମୀ ଙ୍କ ଅନୁପସ୍ଥିତ କୁ ପୁରଣ କରୁଥିଲେ ଟ୍ୟୁସନ ସାର୍ ଲକ୍ଷ୍ମୀଧର। ଦୀର୍ଘ ଦିନ ଧରି ଲକ୍ଷ୍ମୀଧର ଓ ସସ୍ମିତା ଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଏହି ନିବିଡ଼ ସମ୍ପର୍କ। ପରସ୍ପର ପାଇଁ ପାଗଳ ହୋଇ ଉଠିଲେ। ଘର ପରିବାର ଛାଡ଼ି ବିବାହ କରି ଅନ୍ୟତ୍ର ଖୁସିରେ ରହିବେ ବୋଲି ନିଷ୍ପତ୍ତି ନେଲେ।
ହେଲେ ସସ୍ମିତା ଙ୍କ ବଡ଼ ଝିଅ ଆଉ ପୁଅ କୁ ମାମୁ ଘରେ ନିଜ ପ୍ରେମକୁ ପାଇବା ପାଇଁ ଚେଷ୍ଟା କରୁଥିଲେ ସୁଦ୍ଧା ତାଙ୍କ ପ୍ରେମରେ କଣ୍ଟା ସାଜିଥିଲା ତିନି ବର୍ଷ ର ସାନ ପୁଅ। ତେବେ ସାନ ପୁଅକୁ ନେଇ ଦୁହିଁଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା। ଶେଷରେ ସାନ ପୁଅକୁ ହଟେଇବାକୁ ନିଷ୍ପତ୍ତି ନେଲେ ସସ୍ମିତା । କୋମଳ ନିରୀହ ନିଷ୍ପାପ ଛୁଆଟିକୁ ମା ର ପ୍ରେମ ପାଇଁ ବଳି ପଡ଼ିବାକୁ ପଡ଼ିଲା। ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡ଼ିଯାଇଥିବା କହି ମେଡିକାଲ ଆଣିଥିଲେ ଆଉ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାପରେ କାହାକୁ କିଛି ନଜଣାଇ ପୁଅକୁ ପୋତି ଦେଇଥିଲେ।
ତେବେ ଗତକାଲି ଲକ୍ଷ୍ମୀଧର ସସ୍ମିତାଙ୍କ ବାପ ଘର କୁ ଯାଇଥିବା ସମୟରେ ସସ୍ମିତାଙ୍କ ପୁଅ ଝିଅ ଲକ୍ଷ୍ମୀଧରକୁ ଚିହ୍ନିବା ସହିତ ମାମୁ ଘରେ କହିଥିଲେ ସବୁ କଥା। ମାମୁ ଘର ଲୋକ ଓ ଗ୍ରାମବାସୀମାନେ ଲକ୍ଷ୍ମୀଧରକୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ସବୁ କଥା ସାମ୍ନାକୁ ଆସିଥିଲା। ଆଉ ପୋତା ଯାଇଥିବା ପୁଅର ଶବକୁ ଉଦ୍ଧାର କରି ତଦନ୍ତ ଜରି ରଖିଛି ପୋଲିସ।