ଦେଖନ୍ତୁ Shocking ଭିଡ଼ିଓ ଭସାଣୀରେ ଦୁର୍ଗା ମୂର୍ତ୍ତିରୁ ଖଣ୍ଡା ଓ ତ୍ରିଶୂଳ ଭିଡ଼ି ଉତ୍ପାତ ହେଲେ ଯୁବତୀ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସିଯାଇଥାଏ । ତେବେ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି ।

ତାହାଲେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା ।ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ।ତେବେ ଦଶହରା ପର୍ବ ସରିଲା।

 

ଆଉ ମା ଙ୍କ ଭଷାଣି ମଧ୍ୟ ସରିଲା, ଆଉ ଏହି ଭଷାଣୀରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆଉ ଏଭଳି ଦେଖି ମା ଦୁର୍ଗା ମଧ୍ୟ ପ୍ରଶ୍ନ ପଚାରିବ ମୋତେ ଏତେ ଶ୍ରଦ୍ଧା ରେ ଆଣି ପୂଜା କଲ ,ମୋତେ ମୁଣ୍ଡିଆ ମାରିଲ ଆଉ ଗଲାବେଳେ ଏ କି ପ୍ରକାର ଅଭଦ୍ରାମୀ କରୁଛ ଏ ମନୁଷ୍ୟ ।ମୋତେ ନିଜ ହିସାବରେ ରୂପ ଦେଉଛ, ଆଉ ଯେତେବେଳେ ମେଲାଣି ଦେଉଛ ସେତେବେଳେ ମୋ ଅସ୍ତ୍ର କୁ ଛଡ଼ାଇ ଆଣି ମୋ ସାମ୍ନାରେ ଏ କି ପ୍ରକାର ଅଭଦ୍ରାମୀ କରୁଛ।


ଅତି ଭକ୍ତି ଚୋରର ଲକ୍ଷଣ ,ନା ସତରେ ଯୁବତୀଙ୍କ ଉପରେ ସବାର ହୋଇଛନ୍ତି ମା ଦୁର୍ଗା। ମା ଙ୍କ ତ୍ରିଶୂଳ କୁ ଓ ଖଣ୍ଡାକୁ ଧରି ଉତ୍ପାତ ହେଉଛି ଜଣେ ଯୁବତୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏହାପରେ କିଛି ଯୁବକ ଯାଇ ଯୁବତୀଙ୍କୁ ନିୟନ୍ତ୍ରଣ କରିବା ପାଇଁ। ତେବେ ଘଟଣାଟି ଗତକାଲି ବେଶ୍ ଭାଇରାଲ ହେଉଛି ସୋସିଆଲ ମିଡ଼ିଆରେ।

 

ଯୁବତୀ ଜଣକ ମାଙ୍କ ପାଖକୁ ଯାଇ ଖଣ୍ଡା ଓ ତ୍ରିଶୂଳ ଛଡ଼ାଇ ଆଣି ପ୍ରଥମେ ବୁଲାଇଥିଲେ। ତେବେ ମହିଳାଙ୍କୁ ବୁଝାଇ ସୁଝାଇ ତଳକୁ ଓହ୍ଲାଇ ଆଣିଥିଲେ କମିଟି ସଦସ୍ୟ। ଆଉ ଏହାପରେ ମହିଳା ଜଣକ ଓହ୍ଲାଇବା ପୂର୍ବରୁ ବେଶ୍ ହଙ୍ଗାମା ମଧ୍ୟ କରିଥିଲେ। ବାମ ହାତରେ ତ୍ରିଶୂଳ ଧରିଥିବା ବେଳେ ଡାହାଣ ହାତରେ ଖଣ୍ଡା ଧରିଛନ୍ତି।

ବୋଧହୁଏ ମା ଜଗତଜନନୀ ଙ୍କ ଅଂଶ ଲାଗିଯାଇଛି ଏହି ମହିଳାଙ୍କ ଦେହରେ। ତେବେ ପୂଜା ସରିବା ପରେ ଯେତେବେଳେ ମାଙ୍କୁ ମେଲାଣି ସମୟ ଆସିଲା ସେତେବେଳେ ଏହିସବୁ ଘଟଣା ଘଟିଥିଲା। ଏମିତି କାମ କରିବାକୁ କିଏ ଅନୁମତି ଦେଲା ଏହି ମହିଳା ଜଣଙ୍କୁ।ଆଉ ଏହି ସମୟରେ ଅନେକ ଲୋକ ନିଜ ନିଜ ମୋବାଇଲରେ ଏହାକୁ ରେକର୍ଡ କରିଥିଲେ। ଆଉ ସମସ୍ତେ ପଚାରୁଛନ୍ତି ଏ ପ୍ରକାର ଅଭଦ୍ରାମୀ। ମାଙ୍କ ପ୍ରତି ଯଦି ସମ୍ମାନ ଅଛି ତାହେଲେ ହୃଦୟରେ ରଖ ।ଏମିତି ମାଙ୍କ ଖଣ୍ଡାକୁ ଓ ତ୍ରିଶୂଳକୁ ଛଡ଼ାଇ ଆଣିବା ଅନେକ ଭକ୍ତଙ୍କ ଭାବାବେଗ କୁ ଆଘାତ ଦେଉଛି।

Leave a Comment