ଦେଖନ୍ତୁ shocking ଭିଡ଼ିଓ-ମାଆ ଏତେ ପାଣି ଦେଖି ମତେ ଭାରି ଡର ଲାଗୁଛି ଲୋ…ଏହି ଭିଡିଓ ଥରେ ଦେଖିଲେ ଆପଣ ଙ୍କ ଆଖିରୁ ନିଶ୍ଚିତ ଲୁହ ଆସିବ…

“ମାଁ ଦେଖିଲୁ କେତେ ପାଣି ଏତେ ପାଣିରେ ପାର ହୋଇ ଆମେ କେମିତି ସେ ପାଖକୁ ଯିବା ଯେ । ମୋତେ ସେ ପାଣିକୁ ଦେଖି ଭାରି ଡର ଲାଗୁଛି ମାଁ । ମୁଁ ତ ଏତେ ଛୋଟଟେ ପାଣି ଭିତରେ ପଶିଲା ମାନେ ମୁଁ ବୁଡିଯିବି । ପୁଣି ପାଣିରେ ଯେମିତି ସୁଅ ଚାଲିଛି ନାଁ ମୋତେ ପୂରା ଭସେଇ ନେବ, ମୁଁ ଆଦୌ ସେଠାକୁ ଯାଇପାରିବିନି । ଚାଲ୍ ମାଁ ଆମେ ଏଠାରେ ଚାଲିଯିବା ,ଏ ପାଖରେ ଯାହା ଯେତିକି ଖାଇବାକୁ ମିଳିବ ଆମେ ଖାଇ ରହିଯିବା । ଆରେ ବାଇଆ ଜମା ବ୍ୟସ୍ତ ହଅନି ତୋର କିଛି ବି ହେବନି,ତୁ ଏତେ ଡରୁଛୁ କାହିଁକି ଯେ ତୋ ପାଖରେ ମରା ତୋ ମାଁ ଅଛି । ତୋ ମାଁ ଥିଲା ଯାଏଁ ତୋର କିଛି ବି ଅସୁବିଧା ହେବାକୁ ଦେବନି ରେ । ଏ ପାଣି କିଛି ନୁହେଁ ଏହାଠାରୁ ବି ଆହୁରି ଅଧିକ ପାଣିରେ ଆମେମାନେ ପାର ହୋଇ ସେପାଖକୁ ଯାଉ ।

ପାଣିରେ ସୁଅ ଚାଲିଲେ କଣ ହେଲା ତୁ ଯଦି ମନରେ ଇଚ୍ଛାଶକ୍ତି ରଖିବୁ ସେ ଆରପାରିକୁ ଯିବା ପାଇଁ ତାହେଲେ ଆରାମରେ ପାରି ହୋଇ ପାରିବୁ । ତୁ ପ୍ରଥମ ଥର ପାଇଁ ଏତେ ପାଣି ଦେଖୁଛୁ ସେଥିପାଇଁ ବିଚଳିତ ହୋଇଯାଉଛୁ ,ଡରନି ମୋ ପଛେପଛେ ଆସ ମୁଁ ଯେଉଁବାଟ ଦେଇଯିବି ତୁ ମୋତେ ଅନୁସରଣ କରିବୁ ।

 

ଆଉ ଯେଉଂଠି ଦେଖିବୁ ଅଧିକ ପାଣି ସେଇଠି ତୁ ପହଁରିବୁ ଯମା ମନୋବଳ ଭାଙ୍ଗିବୁନି, ଯେମିତିବି ହେଉ ମୁଁ ସେପାଖରେ ପହଞ୍ଚିବି ସେମିତି ଇଚ୍ଛା ଶକ୍ତି ରଖିଲେ ହିଁ ଦେଖିବୁ ତୁ କେମିତି ସେପାଖରେ ସହଜରେ ପହଞ୍ଚି ପାରିବୁ ଏପାଣି ତୋର କିଛି ବି କ୍ଷତି କରିପାରିବ ନାହିଁ । ହଉ ଦେଖ୍ ସମସ୍ତେ ଚାଲିଗଲେଣି,ଚାଲ୍ ଆମେ ଏବେ ଯିବା ।”
V
ଏମିତି ବୋଧେ ପାଣିରେ ପଶିବା ପୂର୍ବରୁ ମାଁ-ଝିଅ କିଛି ପରସ୍ପର ମଧ୍ୟରେ କାଥା ହେଉଥିବେ ନିଶ୍ଚିତ । ଦେଖି ନିିନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏ ଭିଡିଓଟିକୁ । ଭିଡିଓଚରେ ଦେଖିବା ପାଇଁ ମିଳିଛି ମାଁର ସାହାସ ପାଇଁ କୁନି ବାଛୁରିଟି ନିର୍ଭୟରେ ପାଣି ଭିତରେ ପଶି ଯାଉଛି ,ଆଉ ମାଁ ପଛେପଛେ ପାଣିରେ ପାର ହେଉଛି । ହେଲେ ପାଣି ଭିତରେ କିଛି ବାଟଗଲା ପରେ ପାଣିର ଜଳସ୍ତର ବଢିବାରେ ଲାଗୁଛି,ଆଉ ପାଣିର ସୁଅ କୁନି ବାଛୁରିଟିକୁ ଭସାଇଭସାଇ ନେଇଯାଉଛି ।

ତଥାପି ବାଛୁରିଟି ହାର ମାନିନି ମାଁର କଥାମାନି । ପାଣିର ଜଳସ୍ତର ବାଛୁରିଟକୁ ବୁଡାଇ ଦେଉଥିବା ବେଳେ ସେ ଡେଇଁଡେଇଁ ପାଣି ପାର ହେବାକୁ ଚେଷ୍ଟା କରୁଛି । ଏହାରି ଭିତରେ ସୁଅ ବାଛୁଟିକୁ ସଂମ୍ପୂର୍ଣ୍ଣ ଭସାଇ ନେଉଛି ହେଲେ ମାଁ ଏଥିପାଇଁ ଟିକିଏ ହେଲେ ବ୍ୟସ୍ତ ହେଉନି ଆଜ୍ଞା ।

ପିଲାଟିକୁ ଏପରି କରୁଥିବାର ଦେଖି ନିର୍ଦ୍ବନ୍ଦରେ ଛାଡି ଦେଇଛି । ମାଁ ମନେମନେ କହୁଛି ଯଦି ମୁଁ ତାକୁ ଏସମୟରେ କୋଳେଇ ନେବି ତାହେଲେ ସେ କେବେବି ନିଜେ ପାଣି ପାର ହୋଇପାରିବନି । ସେ ନିଜେ ପାଣି ପାର ହେଉ ପ୍ରଥମେ,ଆଉ ବାଛୁରିଟି ଜୀବନ ବିକଳେ ପାଣି ପାର ହେବାକୁ ଉଦ୍ୟମ ଜାରି ରଖିଛି । ଶେଷରେ ସେ ଭରା ପାଣିରେ ସଂଘର୍ଷ କରି ତାଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଛି । ତେବେ ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥାଏ ବୋଲି ଆମେ ସମସ୍ତେ ଜାଣିଛେ,କିନ୍ତୁ ଏ ବାଛୁରିଟି ଆଜି ପୁଣି ତାହା ପ୍ରମାଣ କରିଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment