ପାଞ୍ଚ ବର୍ଷ ଧରି ପାଣିରେ ଭାସୁଛି ବାଳକ। ନା କିଛି ଖାଉଛି ନା କିଛି ପିଉଛି ଅହରହ ପାଣିରେ ଭାସି ଚାଲିଛି। ଟିକିଏ ବି ଭୟ ନାହିଁ ମନରେ। ନା ଭୟ ଅଛି ପାଣିକୁ ନା ପାଣିରେ ଥିବା ଜୀବଜନ୍ତୁ ଙ୍କୁ। ମନରେ ରହିଛି ଅଦମ୍ୟ ଇଚ୍ଛା ଶକ୍ତି ଓ ଗଭୀର ଆତ୍ମଶକ୍ତି। ମନରେ ଭରି ରହିଛି ଅନେକ ଆଶା। କିଛି ନୂଆ କରିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛି ଏହି କୋମଳ ଶିଶୁ।
କୋମଳ ବୟସରେ ପିଲାମାନେ କିଏ ପାଠ ପଢ଼ିବାକୁ ଆଗ୍ରହ କରୁଛି ତ ଆଉ କେହି ଖେଳ କୁଦ ରେ ପୁରା ମାହିର।ଆଉ କେହି ନାଚ ଗୀତରେ ତ ଆଉ କେହି ଭାଷଣ ଦେଇ ନିଜର ପ୍ରତିଭା ଦେଖାଉଛି। କିନ୍ତୁ ଏଠାରେ ଏମିତି ଏକ ବିରଳ ବାଳକର ଦୃଶ୍ୟ ଦେଖିବାକୁ ମିଳିଛି ଯେ, ଯାହାକୁ ଆପଣ ମାନେ ନିଜେ ନ ଦେଖିଲେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ।
ଆଉ ଏହି ଦୃଶ୍ୟଟି ହେଉଛି ୧୫ ବର୍ଷୀୟ ବାଳକର। ବାଳକ ଜଣକ ଭଲ ପାଠ ପଢ଼ିବା ସହିତ ଏକ ଅଦ୍ଭୁତ କ୍ଷମତାର ଅଧିକାରୀ ହୋଇ ପାରିଛି। ହଁ ଆଜ୍ଞା ଲୋକ ମାନେ ପାଣିରେ ପହଁରିବା କଥା ଆମେମାନେ ସମସ୍ତେ ଜାଣିଛନ୍ତି।କିନ୍ତୁ କେହି ପାଣିରେ ଭାସିବାର ଦେଖିଛନ୍ତି କି? ଭିଡିଓ ଟିରେ ଦେଖିବା ପାଇଁ ମିଳିଛି କି ପିଲାଟି ପାଣିରେ ଭାସୁଛି।
ଏହି ପିଲାଟି ଆଜି କି କାଲି ପାଣିରେ ଭାସୁନି ବରଂ ଦୀର୍ଘ ପାଞ୍ଚ ବର୍ଷ ହେବ ଏମିତି ପାଣିରେ ଭାସୁଛି। ଆଜ୍ଞା ଏ ଦୃଶ୍ୟ ଟି ଅଜବ ଲାଗୁଥିଲେ ବି କଥାଟି ସତ। ଏହି ଦୃଶ୍ୟଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଛି। ଏହି ଗ୍ରାମର ୧୫ ବର୍ଷୀୟ ବାଳକ ପ୍ରତ୍ୟେକ ଦାସ ଙ୍କର ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖି ସମସ୍ତେ ଅବାକ୍ ହୋଇଯାଇଛନ୍ତି।
ଆଉ ଏହା ଏବେ ସବୁଠାରେ ଚର୍ଚ୍ଚା ର ବିଷୟ ପାଲଟିଛି। ପିଲାଟି ଏମିତି ପାଣିରେ ଶୋଇ ଭାସୁଛି ଯେ ଏହାକୁ ଯିଏ କେହି ଦେଖିବ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ ।ପିଲାଟିର ଅଭ୍ୟାସ ଆଜିକାଲି ର ନୁହେଁ ବରଂ ଏହା ପିଲାଟି ଦୀର୍ଘ ପାଞ୍ଚ ବର୍ଷ ହେବ ବଜାୟ ରଖିଛି। ଗ୍ରାମ ନିକଟରେ ନଈ କି ପୋଖରୀ ଯାହା ବି ଦେଖିଲେ ସେ ସେଠାକୁ ଡେଇଁ ପଡ଼ି ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସେମିତି ସେହି ପାଣିରେ ଶୋଇ ରହିଥାଏ।
ଘର ଲୋକ ଦେଖି କେହି ନ ଡାକିଲା ପର୍ଯ୍ୟନ୍ତ ସେ ସେମିତି ଶୋଇ ରହିଥାଏ ପାଣି ଭିତରେ। ପିଲାଟିର ଏପରି ପାଣିଯୋଗ ଅନ୍ଯ ମାନଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ ପାଲଟିଛି। ପିଲାଟିର ଏହି ଦୃଶ୍ୟ ଦେଖିବା ପାଇଁ ଆଖପାଖର ଗ୍ରାମର ଲୋକ ମାନଙ୍କର ଭିଡ଼ ଜମୁଛି। ଏହା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ଓ ବିସ୍ମୟକର ଘଟଣା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।