ବର୍ତ୍ତମାନ ର ଏହି ମିଛ ମାୟା ସଂସାର ରେ କେହି କାହାକୁ ଖାତର କରୁନାହାନ୍ତି କିମ୍ବା କେହି କାହାକୁ ସଂମାନ ମଧ୍ୟ ଦେଉ ନାହାନ୍ତି ଏଠାରେ କୌଣସି ସମ୍ପର୍କରେ ପଵିତ୍ରତା ନାହିଁ। ନା ବଡ଼ ମାନେ ସାନ ମାନ ଙ୍କୁ ସେନ୍ହ ମମତା ଓ ଭଲପାଇବା ଦେଉଛନ୍ତି ନା ସାନ ମାନେ ଗୁରୁଜନ ଙ୍କୁ ସଂମାନ।ବର୍ତ୍ତମାନ ର ଏହି ସମାଜ ରେ ସମସ୍ତେ କେବଳ ମିଛ , ଗର୍ଵ , ସ୍ୱାର୍ଥ ଏବଂ ଅଶୀଳତା ତଥା କାମନା ଓ ବାସନା ର ଭୋଗ ବିଳାସ ରେ ହଜି ଯାଉଛନ୍ତି।
ଏବେ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି,ଚୋରି, ଡକାୟତି, ମାଡପିଟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଆଜିର ଏହି ସମାଜରେ ଧୀରେ ଧୀରେ ଲୋକଙ୍କ ସୀମା ଟୋପିବାକୁ ଲାଗିଲାନି ଯାହା ଏ ସମାଜ ଓ ଦୁନିଆ ପାଇଁ ଭଲ କଥା ନୁହେଁ ବୋଲି କୁହାଯାଏ |
ତାହେଲେ ଏ ସଭ୍ୟ ସମାଜରେ ଅସଭ୍ୟ କାର୍ଯ୍ୟ ଯାହା ସମାଜ କୁ କଳଙ୍କିତ କରୁଛି,ସମାଜରେ ଏମିତି କିଛି ଘଟଣା ବା ବ୍ୟବହାର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି | ବୟସ ବଢିବା ସଙ୍ଗେ ସଙ୍ଗେ ନିଜର ବୁଦ୍ଧି ବିବେକ ପରିବର୍ତନ ଆସିଥାଏ, ଓ କଣ କରିବା ଉଚିତ କଣ ଅନୁଚିତ ତାହା ମଧ୍ୟ ଭଲ ଭାବରେ ବୁଝିଥାନ୍ତି, ହେଲେ ବୁଝିଲା ପରେ ଯଦି ଯୁବପିଢି ଏମିତି ସବୁ କାମ କରିବେ ତାହେଲେ ସମାଜରେ ଏପରି ଘଟଣା ସବୁ ଘଟିବାକୁ କେହି ରୋକି ପାରିବେ ନାହିଁ।
ସେହିପରି ଆଜିକା ଯୁଗରେ ଭଲ ପାଇବା କିଛି ସାଧାରଣ କଥା ନୁହଁ |ହେଲେ ଭଲ ପାଇ ଏ ସମାଜରେ ଯେଉଁ ଭଳିଆ କାର୍ଯ୍ୟ କରୁଛନ୍ତି ଏ ପ୍ରେମୀ ଯୁଗଳ ମାନେ ତାହା ଏ ସମାଜ ପାଇଁ ଗ୍ରହଣୀୟ ନୁହେଁ ବୋଲି କୁହାଯାଏ | ଆଜି କାଲି ଯୁବକ ଯୁବତୀ ଙ୍କ ଭିତରେ ଭଲ ପାଇବା ର ସମ୍ପର୍କ ଏମିତି ଗଢ଼ି ଉଠୁଛୁ ଯେ ତାହା କହିବା ଅସମ୍ଭବ ହେଇ ପଡୁଛି ଓ ଯେତେବେଳେ ସେଇ କଥା କୁ ଦୁଇହିଁଙ୍କ ଭିତରେ ଝଗଡା ଆରମ୍ଭ ହେଇଥାଏ |
ସେତେବେଳେ ପରିସ୍ଥିତି ଆତ୍ମହତ୍ୟା ଆଡ଼କୁ ଟାଣି ନେଇଥାଏ ଯାହା ଏବେ ସମାଜରେ ପ୍ରତେକ ଦିନ ଦେଖିବାକୁ ମିଳୁଛି | ବର୍ତ୍ତମାନ ସମୟରେ ଜଣେ ଯୁବତୀ ମିଡିଆ ସାମ୍ନାରେ ଆଜିର ଭଲପାଇବା, ଯୁବପିଢି ଏବଂ ବିଶେଷ କରି ଯୁବତୀ ମାନଙ୍କର କାର୍ୟ୍ଯକଳାପ ତଥା ସେମାନଙ୍କ ଚରିତ୍ର ବିଷୟ ରେ କଣ ସବୂ କହିଛନ୍ତି ଚାଲନ୍ତୁ ଜାଣିବା,
ତେବେ ଯୁବତୀ ଜଣକ କହିଛନ୍ତି ଯେ ତପସ୍ବନୀ ହେଉ କି ବର୍ଷା- ଟୁଙ୍ଗୁରୁଭୋଳ ବା ବର୍ତ୍ତମାନର ଦୀପିକା- ଦିନେଶ ହୁଅନ୍ତୁ। ସେଥିରେ ସବୁ ଦୋଷ ପୁଅମାନଙ୍କୁ ଦିଆଯାଉଛି କିନ୍ତୁ ତାହା ଭୁଲ। ଏଥିରେ ଝିଅର ବି ବହୁତ ଭୁଲ ଅଛି। କାହିଁକି ନାଁ ଯଦିି ଝିଅ ଉଲଗ୍ନ ହେବେ ତାହେଲେ ପୁଅ ତାପ୍ରତି ଆଟ୍ରାକ୍ଟ ହେବ ଏଥିରେ କିଛି ବଡ କଥା ନାହିଁ। କିନ୍ତୁ ଭଲପାଇବା ପୂର୍ବରୁ ଲିଭଇନ୍ ରେ ରହିବା ପୂର୍ବରୁ ଭାବିବା ଉଚିତ୍ ଯେ ଏହାର ପରିଣାମ ଭବିଷ୍ଯତରେ ବହୁତ ପ୍ରଭାବ ପଡିବା ସହିତ ଏହାପରେ ଗୋଟେ ପିଲାଟେ ହେବ ଏବଂ ତାର ଭବିଷ୍ଯତ କଣ ହେବ ତାହା ଚିନ୍ତା କରି ବିବାହ ପୂର୍ବରୁ ଲିଭଇନ୍ ରେ ରହିବା ଉଚିତ୍।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।