ଦେଖନ୍ତୁ Viral ଭିଡ଼ିଓ- ଏବେ ବି ଅଜଗର ପେଟରେ ବୃଦ୍ଧ ! ଏପର୍ଯ୍ୟନ୍ତ ମିଳିନି ବୃଦ୍ଧଙ୍କ ପତ୍ତା ..ଅଜଗର ପେଟରେ ଥିବାର ବଢୁଛି ସମ୍ଭାବନା

ବୃଦ୍ଧଙ୍କୁ ଗିଳିଦେଲା ବିରାଟକାୟ ଅଜଗର। ଯାହାକୁ ନେଇ ବର୍ତ୍ତମାନ ସମୟରେ ନାନା ପ୍ରକାର ଚର୍ଚ୍ଚା ଲାଗି ରହିଛି। ଅଜଗର ପେଟରେ ଥିବା ଜନ୍ତୁଟି ସେହି ବୃଦ୍ଧ ବ୍ୟକ୍ତି ବୋଲି ଅନୁମାନ କରାଯାଉଛି କାରଣ ପାଖରେ ପଡ଼ିଥିଲା ସେହି ବୃଦ୍ଧଙ୍କ ଲୁନା ଗାଡ଼ିଟି ଆଉ ତାଙ୍କ ଚପଲ। କିନ୍ତୁ ସେହି ବୃଦ୍ଧ ବ୍ୟକ୍ତି ଜଣକ ନିଖୋଜ ଅଛି ଆଉ ଏପଟେ ଅଜଗର ପେଟରେ ଏତେ ବଡ ଜନ୍ତୁ। ଏହାକୁ ଆଖି ଆଗରେ ରଖି ଅଜଗର ବୃଦ୍ଧ ବ୍ୟକ୍ତିଙ୍କୁ ଗିଳି ଦେଇଛି ବୋଲି ନାନା ପ୍ରକାର ଚର୍ଚ୍ଚା ଚାଲିଛି।

ତେବେ ସ୍ପଷ୍ଟ ଭାବେ ଜଣା ପଡିନାହିଁ ଯେ ଅଜଗର ପେଟରେ କିଏ ରହିଛି। ଯଦି ସେ ବୁଦ୍ଧ ବ୍ୟକ୍ତି ଜଣକ ଅଜଗର ପେଟରେ ନାହାନ୍ତି ତେବେ ସେ ବୃଦ୍ଧ ବ୍ୟକ୍ତି ଜଣକ ଗଲେ କୁଆଡେ଼ ତାକୁ ନେଇ ପ୍ରଶ୍ନ କରିଛନ୍ତି ସେହି ବୃଦ୍ଧଙ୍କ ଗ୍ରାମବାସୀ। ତେବେ ଏହି ବୃଦ୍ଧ ବ୍ୟକ୍ତି ଜଣକ ନିଖୋଜ ଥିବାର ଥାନାରେ ଅଭିଯୋଗ କରା ଯାଇଛି ତେବେ ପୋଲିସ କାହିଁକି ବୃଦ୍ଧଙ୍କ କିଛି ଖବର ଏ ପର୍ଯ୍ୟନ୍ତ ପାଇ ପାରିନାହିଁ। ଯଦି ଅଜଗର ପେଟରେ ବୃଦ୍ଧ ନାହାଁନ୍ତି ତେବେ ସେ ବୃଦ୍ଧ ବ୍ୟକ୍ତି ଜଣକ ଗଲେ କୁଆଡେ଼ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ପାଲଟି ଯାଇଛି।

ସେପଟେ କିନ୍ତୁ ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି ଅଜଗର ସାପଟି ଯେଉଁ ଜାଗାରେ ପଡିଛି ଓ ବୃଦ୍ଧ ବ୍ୟକ୍ତିଙ୍କ ଲୁନା ଗାଡ଼ି ଆଉ ଚପଲ ଯେଉଁ ସ୍ଥାନରେ ପଡ଼ିଛି ତାର ଦୂରତା ପାଖାପାଖି ୨୦୦ ମିଟରରୁ ଅଧିକ ହେବ। ଆଉ ଅଜଗର ସାପ ଟି ଯଦି ବୃଦ୍ଧଙ୍କୁ ଗିଳି ପକାଇ ଥାଏ ତେବେ ସେ ସେଠାରୁ ଏତେ ବାଟ ଯାଇ ପାରିବ ନାହିଁ। ଯାହାକୁ ଆକଳନ କରି ବନ ବିଭାଗ ଜଣେ କର୍ମଚାରୀ ଏଭଳି କିଛି କହିଛନ୍ତି।

ତେବେ ଏସବୁ କୁ ନେଇ ସ୍ପଷ୍ଟ ହୋଇ ପାରିନାହିଁ ଯେ ପ୍ରକୃତରେ ଅଜଗର ପେଟରେ କଣ ରହିଛି। ବୃଦ୍ଧ ବ୍ୟକ୍ତି ରହିଛନ୍ତି ନା କେହି ବନ୍ୟଜନ୍ତୁ ତା ପେଟ ଭିତରେ ରହିଛି ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ କରାଯାଇ ନାହିଁ। ଏପର୍ଯ୍ୟନ୍ତ ସାପକୁ ଉଦ୍ଧାର କରି ଚେକ୍ କରାଯାଇ ନାହିଁ କି ପ୍ରକୃତରେ ସାପ ପେଟ ଭିତରେ କଣ ରହିଛି।

ତେବେ କେମିତି ଜଣା ପଡ଼ିବ ବୃଦ୍ଧ ବ୍ୟକ୍ତି ଜଣକ ଗଲେ କୁଆଡେ଼। ଆଉ ଏପଟେ ବୃଦ୍ଧ ଜଣକ ନିଖୋଜ ରହି ଥିବାରୁ ଅଜଗର ସାପ ତାଙ୍କୁ ଗିଳି ଦେଇଥିବାର କଥାଟି ଚାରିଆଡ଼େ ପ୍ରଘଟ ହେବାରେ ଲାଗିଛି। ତେବେ ପ୍ରକୃତ ସତ ସେତେବେଳେ ଆସିବ ଯେତେବେଳେ ଏହି ବିରାଟକାୟ ଅଜଗରର ପେଟକୁ ସ୍କାନ କରାଯିବ। ନଚେତ୍ ପୋଲିସ ଯେତେ ଶୀଘ୍ର ଯାଇ ବୃଦ୍ଧ ବ୍ୟକ୍ତିଙ୍କୁ ଖୋଜି ଗ୍ରାମବାସୀଙ୍କୁ ହସ୍ତାନ୍ତରିତ କରିବ ସେତେବେଳେ ଯାଇ ପ୍ରକୃତ ସତ କଥା ଜଣା ପଡ଼ିବ ଆଉ ଜଣାପଡ଼ିବ ସେ କିଭଳି ନିଖୋଜ ହୋଇଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment