ଆଜିକାଲି ର ସମାଜ ରେ ବିବାହ ପରେ ମଧ୍ୟ ଦମ୍ପତି ଅନ୍ୟ କହ ସହ ସମ୍ପର୍କ ରଖିବା ପାଇଁ ପଛାଉ ନାହାଁନ୍ତି ଏମିତି କି ନିଜ ସ୍ୱାର୍ଥ ପାଇଁ କାହାର ଜୀବନ ନେବାକୁ ମଧ୍ୟ ପଛାଉ ନାହାଁନ୍ତି | ତେବେ ପୁଣି ସେଭଳି ଏକ ଘଟଣା ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ | ବୋଉ ଆଜି ତୁ ତୋ କଲା କର୍ମ ର ଫଳ ପାଇବାକୁ ଯାଉଛି ଏଇ ତ ଆରମ୍ଭ ମାତ୍ର ଆଗକୁ ତୁ ନିଜ କର୍ମ ର ଫଳ ନିଶ୍ଚୟ ପାଇବୁ |
ଜେଲ ଖାନାର ଅନ୍ଧାର କୋଠରୀ ଭିତରେ ଏବେ ତୋ ଦିନ ଗଡ଼ିବ ଏକା ଏକା ସେହି କାଳ କୋଠରୀ ଭିତରେ ଏବେ ତୁ କାନ୍ଦି କାନ୍ଦି ମରିବୁ | ତୋ ପାଖରେ ଆହା ପଦେ କହିବା ପାଇଁ ସାହା ଦେବା ପାଇଁ କେହି ବି ନଥିବେ ହେଲେ ତୋର ପୁଅ ହୋଇକି ବି ମୋ ମନରେ ଆଜି ତୋ ପାଇଁ ଟିକେ ଦୁଃଖ ନାହିଁ | ତୋ ପରି ସ୍ୱାମୀ ହତ୍ୟା ମା କୁ ଆହୁରି କୋଠର ଦଣ୍ଡ ମିଳିବା ଦରକାର ତୁ ଦଣ୍ଡ ପାଇଲେ ହିଁ ମୁଁ ଖୁସି ହେବି |
ନିଜ ସ୍ୱାମୀ କୁ ହତ୍ୟା କରି ଆମ ପରି ପିଲା ଙ୍କୁ ଅନାଥ କରି ତୁ ପର ପୁରୁଷ ସହ ପଲେଇ ଯାଇ ଥିଲୁ ତୁ ଯେଉଁ ପାପ କରିଛୁ ତାର ଦଣ୍ଡ ତୁ ନିଶ୍ଚୟ ଭୋଗିବୁ | ତୁ କଣ ଜାଣିନୁ ଆଇନ ଆଗରେ କିଛି ଲୁଚି ରୁହେନି ବୋଲି କରିଥିବା କର୍ମ ପରା ମଣିଷ କୁ ଗୋଡେଇ ଗୋଡେଇ ଖାଏ ଏତେ ବଡ଼ କୁକର୍ମ କରିବା ଆଗରୁ ଥରୁଟିଏ ତୁ ଚିନ୍ତା କଲୁ ନାହିଁ କିପରି |
ଦୁଇ ଦୁଇଟି ପରିବାର କୁ ତୁ ଛାରଖାର କରି ଦେଇଛୁ ଆଇନ ତତେ ଯେତେ ଦଣ୍ଡ ଦେଲେ ବି ତାହା କମ ପଡ଼ିଯିବ | ତୁ ଆଜି ଜେଲ ଯାଇଛୁ ତାହାକୁ ନେଇ ମୁଁ ବହୁତ ଖୁସି ଦରକାର ପଡିଲେ ମୁଁ କୋର୍ଟ ରେ ତତେ ଫାଶୀ ଦେବା ପାଇଁ କହିବି ତାହାଲେ ଯାଇଁ ମୋ ବାପା ଙ୍କ ଆତ୍ମା କୁ ଶାନ୍ତି ମିଳିବ, ତେବେ ଏହା ହେଉଛି ଏକ ପୁଅ ର କଥା |
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଭମଣ୍ଡା ଗ୍ରାମ ରେ ନିଜ ସ୍ୱାମୀ କୁ ହତ୍ୟା କରି ପ୍ରେମିକ ସହିତ ଫେରାର ଥିବା ମହିଳା କୁ ଆଜି ପୋଲିସ ଆରେଷ୍ଟ କରିଛି ତାଙ୍କ ସହିତ ପ୍ରେମିକ ମଧ୍ୟ ଗିରଫ ହୋଇଛନ୍ତି | ପାପ କେବେ ଲୁଚି ରହେନା ତେଣୁ କୌଣସି ବି କାମ କରିବା ପୂର୍ବରୁ ହଜାର ଥର ଭାବିବା ନିହାତି ଦରକାର | ବିବାହ ପରେ କେବଳ ନିଜ ସାଥି ଙ୍କ ସହିତ ସମ୍ପର୍କ ରଖନ୍ତୁ ଓ ହସଖୁସି ସଂସାର ରେ ନିଜକୁ ଖୁସି ରେ ରଖନ୍ତୁ ନଚେତ ନିଜେ ହଇରାଣ ହେବା ଛଡ଼ା ଆଉ ଏଠି କିଛି ନାହିଁ | ତେବେ ଏଭଳି ଏକ ଖବର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚାଞ୍ଚଲ୍ୟ ସୃଷ୍ଟି କରିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।