ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଯାହାଙ୍କର ଅଭିନୟ ମାଧ୍ୟମ ରେ ସମସ୍ତ ଦର୍ଶକ ଭଲ ପାଇବା ଡୋରି ରେ ବାନ୍ଧି ହୋଇ ଅଛନ୍ତି | ତେବେ ଏହି କଳାକାର ଙ୍କର ଜୀବନ ସାଧାରଣ ଲୋକ ଙ୍କ ଠାରୁ ଭିନ୍ନ ହୋଇ ଥାଏ ଅର୍ଥାତ ଏମାନେ ପ୍ରାୟତଃ ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି | ପ୍ରତେକ ଦର୍ଶକ ଙ୍କର ନିହାତି ଭାବରେ କେହି ନା କେହି ପ୍ରିୟ କଳାକାର ରହି ଥାଆନ୍ତି ଯାହାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ଅଥବା କିଛି ଭିଡ଼ିଓ ହେଉ ତାହା ଦେଖିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି |
ତେବେ ସେହିଭଳି ସିରିଏଲ ମଧ୍ୟ ଲୋକ ମାନେ ଦେଖିବା ପାଇଁ ଖୁବ ପସନ୍ଦ କରି ଥାଆନ୍ତି ନିଜର ପ୍ରିୟ ଧାରାବାହିକ ସମୟ ହେଲା ମାତ୍ରେ ହିଁ ଦର୍ଶକ ଟିଭି ସାମ୍ନାରେ ବସି ଯାଇଥାନ୍ତି | ଏହି ଧାରାବାହିକ ଜଗତ ରେ ମଧ୍ୟ ଅନେକ କଳାକାର ଅଛନ୍ତି ଯେଉଁ ମାନେ ଜୀବନ୍ତ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇ ଥାଆନ୍ତି | ତେବେ ସେଭଳି ଏକ ଧାରାବାହିକ ଜଗତ ର ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ଯିଏ କି ଅନେକ ସିରିଏଲ ରେ କାମ କରି ସାରା ଓଡ଼ିଶା ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି |
ତେବେ ତାଙ୍କର ବର୍ତ୍ତମାନ ସମୟରେ ମଧ୍ୟ ଏକ ନୂଆ ସିରିଏଲ ଆସିଛି ଯାହାକି ସିରିଏଲର ନାଁ ହେଉଛି ଖୁସିର ଛୁଙ୍କ ଆଉ ଯାହାକି ଏହି ସିରିଏଲ ଟି ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଛି | କେବଳ ସେତିକି ନୁହେଁ ବରଂ ସିରିଏଲ ସହିତ ଶ୍ରଦ୍ଧା ଅନେକ ସୁନ୍ଦର ସୁନ୍ଦର ଆଲବମ ରେ ମଧ୍ୟ ଅଭିନୟ କରିଛନ୍ତି | ଶ୍ରଦ୍ଧା ପ୍ରାୟ ସମୟ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଥାଆନ୍ତି ଆଉ ତାଙ୍କର ଅନେକ ଭିଡ଼ିଓ ମଧ୍ୟ ଦେଖିବା ପାଇଁ ମିଳେ | ବର୍ତ୍ତମାନ ସମୟରେ ତାଙ୍କର ଆଉ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକି ଖୁବ ନିଆଁରା ରହିଛି |
ଶ୍ରଦ୍ଧା ତାଙ୍କ ପରିବାର ଙ୍କ ସହିତ ଉତ୍ତରପ୍ରଦେଶ ବୁଲିବା ପାଇଁ ଯାଇଛନ୍ତି, ଯାହାକି ସେ ତ୍ରିବେଣୀ ସଙ୍ଗମ ରେ ସେ ତାଙ୍କ ବାପା ଙ୍କ ସହିତ ବୁଡ଼ ପକାଇ ଥିବାର ଦେଖିବା ପାଇଁ ମିଳି ଥିଲା ଯାହାକି ଏକ ଖୁବ ପବିତ୍ର ସ୍ଥାନ ଅଟେ | ଗଙ୍ଗା ରେ ବୁଡ଼ ପକାଇବା ପରେ ଶ୍ରଦ୍ଧା ତାଙ୍କ ପରିବାର ସହିତ ପୁଣି କାଶୀ ବିଶ୍ୱନାଥ ବାରଣାସୀ ରେ ପହଞ୍ଚି ଥିଲେ ଆଉ ସେଠାରେ ସନ୍ଧ୍ୟା ବେଳେ ଗଙ୍ଗା ଆଳତୀ ଦର୍ଶନ କରିବା ପରେ ଅନେକ ବାରଣାସୀ ର ଅନେକ ସ୍ଥାନରେ ବୁଲି ଥିଲେ |
ଶ୍ରଦ୍ଧା ତାଙ୍କ ବାପା ଙ୍କ ସହିତ ଅନେକ ମଜାମସ୍ତି କରି ଥିବାର ମଧ୍ୟ ଦେଖିବାକୁ ମିଳି ଥିଲା | କେବଳ ସେତିକି ନୁହେଁ ଏକ ଭିଡ଼ିଓ ରେ ସେ ରିକ୍ସା ଚଳାଇବା ପାଇଁ ଚେଷ୍ଟା କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା ଯାହାକି ଖୁବ ମଜାଦାର ଥିଲା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।