ନାଳ ଝରଣା ପାଖରୁ ଜରି ବ୍ୟାଗ ଭିତରେ ମିଳିଲା ଏକ ସୁସ୍ଥ ପିଲା…

ମା ମୋର ଦୋଷ କଣ ଥିଲା କାହିଁକି ତୁ ମତେ ଏଠି ଏମିତି ଫିଙ୍ଗି ଦେଇ ଚାଲିଗଲୁ | ତୁ କଣ ଚାହିଁ ନଥିଲୁ କି ମୁଁ ଏ ଦୁନିଆଁକୁ ଆସେ ବୋଲି ମୁଁ ଜନ୍ମ ନେବି ବୋଲି କଣ ତୁ ଖୁସି ନଥିଲୁ କି | ମା ମୁଁ ତ ଗୋଟିଏ ପୁଅ ଥିଲି ନା ତେବେ ତୋ ଠାରୁ ମତେ କାହିଁକି ଦୂର କରି ଦେଲୁ | ମତେ ପୁଣି ଏକ ବ୍ୟାଗ ରେ ପୁରାଇ ଏମିତି ନାଳ ପାଖରେ ଲୁଚାଇ ଫୋପାଡ଼ି ଦେଲୁ | ନିଜ ଗର୍ଭ ରେ ମତେ 9ମାସ ରଖି ଥିଲୁ ତାପରେ ବି କଣ ତୋର ସବୁ ମମତା ମରିଗଲା |

ମୁଁ କାହିଁକି ତୋ ପାଇଁ ଏତେ ଅଲୋଡ଼ା ହୋଇ ଗଲି, କାରଣ ମିଳିବା ହୁଏତ ଏ ଜନ୍ମରେ ମୋ ପାଇଁ ସମ୍ଭବ ନୁହେଁ ହେଲେ ମୁଁ କହିବି ମା ତୋ ମମତା ସହିତ ତୋ ହୃଦୟ ବି ମରି ଯାଇଛି | ନହେଲେ ମୁଁ ଦୁନିଆଁ କଣ ଜାଣିବା ଆଗରୁ ତୁ ମତେ ନିର୍ଦୟୀ ଭାବରେ ମତେ ଏମିତି ଫୋପାଡ଼ି ଦେଇ ଯାଇ ନଥାନ୍ତୁ | ହୁଏତ ମୁଁ ବଡ଼ ହେବା ପରେ ଏହି ଦୁନିଆଁ କଣ ତାହା ଜାଣିବା ପୂର୍ବରୁ ମା ଉପରେ ଶବ୍ଦ ରେ ମୋର ବିଶ୍ୱାସ ହଟିଯିବ | କିନ୍ତୁ ତୁ ସିନା ମତେ ଛାଡ଼ି ଦେଇ ଚାଲି ଗଲୁ ହେଲେ ଆଉ ଗୋଟେ ଯଶୋଦା ମା ମତେ ସେହି ନାଳ ରୁ ଉଠାଇ ମତେ କୋଳେଇ ନେଲା |

ତୁ ଭାବୁଛୁ ନା ମା ମୁଁ କିଛି ଜାଣି ପାରୁନାହିଁ ବୁଝି ପାରୁନାହିଁ ତୋ ଗର୍ଭରେ ରହି ମୁଁ ତତେ ଚିହ୍ନିଛି ହେଲେ ତୋ ମୁହଁ ଦେଖି ପାରିଲି ନାହିଁ | ତୁ ସେହି ବ୍ୟାଗ ରେ ପୁରାଇ ନାଳ ଝରଣା ରେ ମତେ ଫିଙ୍ଗି ଦେଲୁ ଏମିତି କରିବା ପାଇଁ ତୋ ହାତ ଗଲା କେମିତି | ମୋର ଯଦି ନିଶ୍ୱାସ ଉଡ଼ି ଯାଇଥାନ୍ତା ମତେ ଯଦି କୁକୁର କି ସାପ ଖାଇ ଯାଇଥାନ୍ତା କିନ୍ତୁ ଦେଖ ମା ମୁଁ ଆଜି ବଞ୍ଚିଛି | ତେବେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ତେନ୍ତୁଳା ପସେଇ ଗୋପୀନାଥ ପୁର ଗାଁ ନିକଟରେ ଥିବା ଏକ ଝରଣା ନାଳରୁ ଜଣେ ଯୁବକ ଅସହାୟ ଅବସ୍ଥା ରେ ପଡ଼ିଥିବା ଏକ ଶିଶୁକୁ ଉଦ୍ଧାର କରିଥିଲେ |

ସେହି ଝରଣା ରୁ କଅଁଳ ଶିଶୁର କାନ୍ଦ ଶୁଭୁ ଥିଲା ଆଉ ତାପରେ ସବୁ ଦୌଡ଼ି ଆସି ଥିଲେ ଯାହାକି ପରେ ପରେ ଏକ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା | ଶୌଚ ପାଇଁ ନାଳକୁ ଗଲା ବେଳେ ଛୋଟ ଛୁଆର କାନ୍ଦ ଶୁଣିବାକୁ ପାଇ ଥିଲେ ଆଉ ଦେଖିଲା ବେଳକୁ ଗୋଟେ ପ୍ଲାଷ୍ଟିକ ବ୍ୟାଗ ଭିତରେ କଅଁଳ ଛୁଆଟିଏ ରହିଛି | ତେବେ ପରେ ଶିଶୁ ଟିକୁ ମେଡିକାଲ ନିଆଯାଇ ଥିଲା ଆଉ ଶିଶୁ ଟିର ଚିକିତ୍ସା ମଧ୍ୟ ଜାରି ରହିଛି ଏବଂ ଛୁଆଟି ମଧ୍ୟ ସୁସ୍ଥ ଅଛି ବୋଲି ଯାହା ଜଣା ପଡ଼ିଛି |

Leave a Comment