home remedis ପତଳା ରୁ କେମିତି ମୋଟା ହେବେ ଘରୋଇ ଉପଚାର …ମୁକ୍ତି ଆଜି ହିଁ କରନ୍ତୁ ଏହି ଘରୋଇ ଉପଚାର….

ତେବେ ଦୁର୍ବଳ ଏବଂ ପତଳା ଛୋଟ ପିଲାଙ୍କର ଓଜନ ବଢାଇବା ପାଇଁ ଆଜି ଏକ ଚମତ୍କାରୀ ଖାଦ୍ୟ ସମ୍ପର୍କ ରେ କହିବୁ | ଖାଦ୍ୟ ଠିକ ଭାବରେ ନ ଖାଇବାରୁ ପିଲା ମାନେ ଅଧିକ ଦୁର୍ବଳ ହୋଇ ଯାଆନ୍ତି ଏବଂ ବାରମ୍ବାର ରୋଗାଗ୍ରସ୍ତ ହୋଇ ଥାଆନ୍ତି | ତେବେ ଏହି ଖାଦ୍ୟ ସେବନ କରିବା ଦ୍ୱାରା ଆପଣଙ୍କ ପିଲା ଙ୍କର ଠିକ ଭାବରେ ଓଜନ ବଢିବ | ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ଟିକୁ କିପରି ପ୍ରସ୍ତୁତ କରିବା |

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ସୁଜି ର ଆବଶ୍ୟକତା ପଡ଼ିବ | ଯଦି ଆପଣଙ୍କର ପିଲା କେବଳ 6ରୁ 7 ମାସ ଅଟେ ତେବେ କେବଳ ଆପଣ ଙ୍କୁ ଏକ ଚାମଚ ସୁଜି ର ଆବଶ୍ୟକତା ପଡ଼ିବ | ବର୍ଷକ ଉପର ପିଲା ମାନଙ୍କ ପାଇଁ ଆପଣ ଏହା 2ରୁ 3 ଚାମଚ ବନେଇ ପାରିବେ | ଦିନକୁ ମାତ୍ର ଥରେ ଆପଣ ଏହାକୁ ବନେଇ ନିଜ ପିଲା ଙ୍କୁ ଖୁଆଇ ପାରିବେ | ଏହାପରେ ଏଥିରେ ଦୁଇଟି କାଜୁ ଦୁଇଟି କିସମିସ ଓ ପିସ୍ତା ବାଦାମ ନିଅନ୍ତୁ ଆଉ ଯଦି 6 ମାସ ଶିଶୁ ପାଇଁ ତିଆରି କରୁଛନ୍ତି ତେବେ ଗୋଟେ ଗୋଟେ ନେବା ଉଚିତ |

ତେବେ ପ୍ରଥମେ ଆପଣ ଏହି ଡ୍ରାଏ ଫ୍ରୁଡ଼ସ କୁ ନେଇ ଅଳ୍ପ ପାଣିରେ ଗ୍ରାଇଣ୍ଡିଙ୍ଗ କରନ୍ତୁ | ଆପଣ ଚାହିଁଲେ ପାଣି ବଦଳ ରେ କ୍ଷୀର ଦେଇ ମଧ୍ୟ ଗ୍ରାଇଣ୍ଡିଙ୍ଗ କରି ପାରିବେ | ଏହାପରେ ପ୍ରଥମେ ଆପଣ ଗ୍ୟାସ ରେ ଏକ ପ୍ୟାନ ବସାନ୍ତୁ ଏବଂ ସେଥିରେ ଏକ ଚାମଚ ଘିଅ ପକାନ୍ତୁ | ଯେତେବେଳେ ଘିଅ ଅଳ୍ପ ଗରମ ହୋଇ ଯିବ ସେତେ ବେଳେ ଆପଣ ଆବଶ୍ୟକତା ଅନୁଯାଇ ତେଲ ରେ ଘିଅ ପକାନ୍ତୁ | ଏହାପରେ ଲୋ ଫ୍ରେମ ରେ ଏହି ସୁଜି କୁ 5ରୁ 6 ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ, ତାପରେ ଏଥିରେ ଆପଣ ଏକ କପ କ୍ଷୀର ଢାଳନ୍ତୁ |

ଏହାପରେ ଆପଣ ଯେଉଁ ଡ୍ରାଏ ଫ୍ରୁଡ଼ସ ପେଷ୍ଟ କରି ରଖି ଥିଲେ ତାହାକୁ ଏଥିରେ ପକାଇ ଦିଅନ୍ତୁ | ଏହାକୁ ମିଠା କରିବା ପାଇଁ ଦୁଇ ଚାମଚ ଚିନି ଏଥିରେ ମିଶାନ୍ତୁ ଏବଂ ଏହାକୁ 5 ରୁ 6 ମିନିଟ ଫୁଟାନ୍ତୁ ଏବଂ ପରେ ଏହାକୁ ଏକ ପାତ୍ର ରେ କାଢି ଦିଅନ୍ତୁ |

ଏହି ଖାଦ୍ୟ କୁ ଯଦି ଆପଣ ଆପଣଙ୍କ ପିଲାଙ୍କୁ ଏକ ମାସ ଖାଇବା ପାଇଁ ଦେବେ ତେବେ ପିଲା ର ଓଜନ ବୃଦ୍ଧି ପାଇବ | ଏହା ସହିତ ପିଲା ର ସମସ୍ତ ପ୍ରକାର ଦୁର୍ବଳତା ଦୂର ହୋଇ ଯିବ ଏବଂ ପିଲା ର ଶାରୀରିକ ଗ୍ରୋଥ ମଧ୍ୟ ଠିକ ରହିବ | ସପ୍ତାହ ରେ ଦିନେ ଛାଡ଼ି ଦିନେ ଆପଣ ଏହାକୁ ପିଲା ଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ ପିଲା ର ଓଜନ ଆସ୍ତେ ଆସ୍ତେ ବୃଦ୍ଧି ପାଇବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment