ପୁରୁଷର ଏହି ଅଙ୍ଗରେ କଳା ଜାଇ ଥିଲେ ହୋଇଥାଏ ଶୁଭ। ଏହି ପୁରୁଷ ହୋଇଥାନ୍ତି ଭାଗ୍ୟଶାଳୀ। ଏହା ସହ ଆମେ ଜାଣିବା ଆମେ ପାଦର ଅଙ୍ଗ ପ୍ରତ୍ୟଙ୍ଗ ରୁ ଜାଣି ପାରିବେ ଯେ ବ୍ୟକ୍ତି ଧନୀ ହେବ ନା ଗରିବ। ଯଦି ପୁରୁଷ ଲୋକର ଦାନ୍ତ ମଝିରେ ଫାଙ୍କା ଥାଏ ତାହେଲେ ସେ ଭାଗ୍ୟଶାଳୀ ଅଟନ୍ତି ନା ନାହିଁ। ତାହା ସହିତ ଯେଉଁ ପୁରୁଷର ଦାଢ଼ି ନିଷ ଉଠେ ନାହିଁ ସେହି ଲୋକ ବାସ୍ତୁ ଅନୁସାରେ କିପରି ହୋଇଥାନ୍ତି ସେହି ବିଷୟରେ ଜାଣିବା। ଭବିଷ୍ୟ ପ୍ରମୁଖ ୧୮ ଟି ପୁରାଣ ମଧ୍ୟରୁ ଅନ୍ୟତମ। ଭବିଷ୍ୟ ପୁରାଣରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ସୂଚନା ମିଳିଥାଏ। ଏଥିରେ କେତେ ରାଜା ବା ମହାରାଜା ଙ୍କର ଜନ୍ମ ନହେବା ପୂର୍ବରୁ ହିଁ ତାଙ୍କ ବିଷୟରେ ଲେଖା ଯାଇଥିଲା। ତାହା ସହିତ ଏଥିରେ ଲେଖା ଯାଇଥିବା ସଂଖ୍ୟା ୫୦ ହଜାରରୁ ଅଧିକ ହେବା କଥା କିନ୍ତୁ ବର୍ତ୍ତମାନ ୧୪ ହଜାର ବର୍ଷର ଲେଖା ଉପଲବ୍ଧ ଅଛି।
ଆଜି ଆମେ ଭବିଷ୍ୟ ପୁରାଣରେ ବର୍ଣ୍ଣିତ ଥିବା ପୁରୁଷଙ୍କ ଲକ୍ଷଣ ଆଧାରରେ କହିବୁ କି ବ୍ୟକ୍ତି ଭାଗ୍ୟଶାଳୀ ହେବେ ନା ଦୁର୍ଭାଗ୍ୟଶାଳୀ। ଏପରି ମାନାଯାଏ କି କୌଣସି ମନୁଷ୍ୟ ଶରୀରରେ କଳାଜାଇ ଜନ୍ମ ରୁ ହିଁ ରହିଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ କଳାଯାଇ କୁ ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତ ସହିତ ଯୋଡ଼ି କରି ଦେଖାଯାଏ। ବ୍ୟକ୍ତିର ଶରୀରର ଅଙ୍ଗରେ ଥିବା କଳାଯାଇ ତାହାର ଆର୍ଥିକ ପରିସ୍ଥିତି କୁ ଦର୍ଶାଇଥାଏ। ଯେପରି କିଛି ସ୍ଥାନର କଳାଯାଇ ମନୁଷ୍ୟର ଲଭ୍ ଲାଇଫ୍ ଜନିତ ସଙ୍କେତ ଦେଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର କିଛି ଅଙ୍ଗର କଳାଯାଇ କେଉଁ ସବୁ ସଙ୍କେତ ଦେଇଥାଏ ତାହା ଜାଣିବା।
୧- ଡାହାଣ ଗାଲରେ କଳାଯାଈ ଥିଲେ ଏହାକୁ ଶୁଭ ମାନାଯାଇଥାଏ। ଡାହାଣ ଗାଲରେ କଳାଜାଇ ଥିଲେ ପ୍ରେମ ବିଷୟରେ ଦର୍ଶାଇଥାଏ। ଆଉ ଏମାନଙ୍କ ବୈବାହିକ ଜୀବନରେ ପ୍ରେମ ଭରି ଦେଇଥାଏ। ସେହିପରି ବାମ ଗାଲରେ ଥିଲେ ଧକ୍କା ମିଳିବାର ସଙ୍କେତ ମିଳିଥାଏ।
୨- ଡାହାଣ ଆଖିରେ କଳାଯାଇ ଥିଲେ ତାକୁ ବହୁତ ଭଲ ଲାଇଫ୍ ପାର୍ଟନର ମିଳିଥାଏ। ଯଦି ବାମ ଆଖିରେ ଥାଏ ତାହେଲେ ଜୀବନସାଥୀ ସହିତ କଥା କଥାରେ ଝଗଡ଼ା ହୋଇଥାଏ।
୩- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହାତରେ କଳାଯାଇ ଥିଲେ ଶୁଭ ମାନାଯାଇଥାଏ। ଯେଉଁ ବ୍ୟକ୍ତିର ଡାହାଣ ହାତରେ କଳାଯାଇ ଥାଏ ତାହାକୁ ବହୁତ ଭଲ ଜୀବନ ସାଥୀ ମିଳିଥାଏ ଏବଂ ତାକୁ ଜୀବନରେ ଅପାର ଧନ ପ୍ରାପ୍ତି ହୋଇଥାଏ। ଏହି ବ୍ୟକ୍ତି ଅଳ୍ପ ପରିଶ୍ରମରେ ବହୁତ ଧନୀ ହୋଇଥାନ୍ତି। ଆଉ ଯାହାର ବାମ ହାତରେ ଥାଏ ସେ ବୈବାହିକ ଜୀବନରେ ବହୁତ ସମସ୍ୟା କୁ ସମ୍ମୁଖୀନ କରିବାକୁ ପଡିଥାଏ। କିନ୍ତୁ ଆର୍ଥିକ ପରିସ୍ଥିତିରେ ସବୁବେଳେ ମଜବୁତ୍ ରହିଥାନ୍ତି।
୪- ଓଠରେ କଳାଯାଇ ଥିଲେ ଅଶୁଭ ମାନାଯାଇଥାଏ। ଯଦି ଓଠରେ କଳାଯାଈ ଅଛି ତାହେଲେ ଆପଣଙ୍କୁ ଲଭ୍ ପାର୍ଟନର ଧକ୍କା ଦେଇଥାନ୍ତି। ଏହାଦ୍ୱାରା ଦୁହିଁଙ୍କ ମଧ୍ୟରେ ପ୍ରେମ କମ ରହିଥାଏ। ଏପରି ବ୍ୟକ୍ତି ସବୁବେଳେ ଟଙ୍କା ପଛରେ ଗୋଡ଼ାଇ ଥାନ୍ତି।
୫- ମଥା ଉପରେ କଳାଯାଇ ଥିଲେ ଶୁଭ ମାନାଯାଇନଥାଏ। କୁହାଯାଏ ଯେଉଁ ବ୍ୟକ୍ତିର ମଥା ଉପରେ କଳାଯାଇ ଥାଏ ତାହାକୁ ବିବାହ ପରେ ସମସ୍ୟା ଦେଖିବାକୁ ମିଳିଥାଏ।
ଆଉ ଏବେ ଜାଣିବା ପାଦର ଆଙ୍ଗୁଠି ବିଷୟରେ –
୧- ଯଦି ପାଦର ବୁଢ଼ା ଆଙ୍ଗୁଠି ଠାରୁ ଅନ୍ୟ ଆଙ୍ଗୁଠି ବଡ଼ ଦେଖାଯାଏ ତେବେ ଏପରି ବ୍ୟକ୍ତି ସ୍ତ୍ରୀ ସୁଖ ପ୍ରାପ୍ତି ହୋଇଥାନ୍ତି।
୨- ଯଦି କୌଣସି ବ୍ୟକ୍ତି ର ପାଦ ନରମ, କୋମଳ, ମାଂସଭରା ହୋଇଥାଏ ସେ ସବୁ ସୁଖ ପ୍ରାପ୍ତ କରିଥାଏ।
୩- ଯେଉଁ ବ୍ୟକ୍ତିର ପାଦର ଆଙ୍ଗୁଠି ବହୁତ ମୋଟା ଦେଖାଯାଏ ତାହାକୁ ଭାଗ୍ୟର ସାଥ୍ ମିଳେ ନାହିଁ।
୪- ଯଦି କୌଣସି ପୁରୁଷର ପାଦ ଧଳା ଓ ନଖ ଭଙ୍ଗା ହୋଇଥାଏ, ସେମାନେ ସମସ୍ୟା ର ସମ୍ମୁଖୀନ ହେଇଥାନ୍ତି।
୫- ଯଦି ସବୁଠୁ ଛୋଟ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ତାହେଲେ ସେମାନେ ଭାଗ୍ୟଶାଳୀ ଅଟନ୍ତି।