ପୁଅ ହେବ ନା ଝିଅ ସେ ପାଇଁ ପୁରୁଷ ଦାୟୀ ! Dr. Swapna Chekuri

ତେବେ ବିବାହ ପରେ କେହି କେହି ଦମ୍ପତି ଶୀଘ୍ର ସନ୍ତାନ ଚାହିଁ ଥିବା ବେଳେ ଆଉ କେହି କେହି ଡେରି ରେ ସନ୍ତାନ ଚାହିଁ ଥାଆନ୍ତି | ଏହା ସହିତ ଅନେକ ଲୋକ ଅଛନ୍ତି ଯେଉଁ ମାନେ କେବଳ ପୁତ୍ର ସନ୍ତାନ ହିଁ ପ୍ରାପ୍ତି କରିବାକୁ ଚାହିଁ ଥାଆନ୍ତି | କିନ୍ତୁ ଏହା ସତ ଯେ ଆଜିକାଲି ଯୁଗରେ ପୁଅ ଓ ଝିଅ ମଧ୍ୟରେ କୌଣସି ତଫାତ ନାହିଁ କାରଣ ଝିଅ ମାନେ ପୁଅ ମାନଙ୍କ ଠାରୁ କୌଣସି କାର୍ଯ୍ୟରେ ମଧ୍ୟ ପଛୁଆ ନାହାଁନ୍ତି | ହେଲେ ଆପଣ ଜାଣି ଥିବେ ଯେ ଜନ ଗଣନା ସଂଖ୍ୟା ରେ ଆମ ଦେଶରେ ଝିଅ ମାନଙ୍କର ସଂଖ୍ୟା ପୁଅ ମାନଙ୍କ ଠାରୁ ବହୁତ କମ |

ଏହାର ଗୋଟିଏ କାରଣ ହେଉଛି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଝିଅ ଚାହୁଁ ନାହାଁନ୍ତି, ଯାହା ଫଳରେ ଶିଶୁ ଜନ୍ମ ହେବା ପୂର୍ବରୁ ହିଁ ତାକୁ ସେମାନେ ଗର୍ଭରୁ ହିଁ ମାରି ଦେଉଛନ୍ତି | ଏହା ବହୁତ ବଡ଼ ପାପ ଅଟେ କାରଣ ଝିଅ ହେଉ କି ପୁଅ ହେଉ ସେ ଆମ ସନ୍ତାନ ତେଣୁ ଏମିତି ଭାବିବା ବିଲକୁଲ ବି ଠିକ ନୁହେଁ | ପ୍ରାୟ ଲୋକ ଅଛନ୍ତି ଯେଉଁ ମାନେ ପୁଅ ହେଉ କି ଝିଅ ହେଉ ତାହାର ଦୋଷ କେବଳ ମହିଳା ମାନଙ୍କୁ ହିଁ ଦେଇ ଥାଆନ୍ତି | କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଏଥିରେ କେବଳ ପୁରୁଷ ହିଁ ଦାୟୀ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |


ତେବେ ମଣିଷ ଙ୍କ ଶରୀର ରେ 23 ଯୋଡ଼ା କ୍ରୋମୋଜମ ମଧ୍ୟରୁ 1 ଯୋଡ଼ା ସେକ୍ସ କ୍ରୋମୋଜମ ରହିଥାଏ | ଏହି 1 ଯୋଡ଼ା କ୍ରୋମୋଜମ ମହିଳା ଙ୍କ ପାଖରେ xx ରହିଥିବା ବେଳେ ପୁରୁଷ ଙ୍କ ପାଖରେ xy ରହିଥାଏ | ତେବେ ମହିଳା ଙ୍କ ପାଖରେ କେବଳ ଝିଅ ଜନ୍ମ କରିବାର ହିଁ କ୍ରୋମୋଜମ ରହିଛି, କିନ୍ତୁ ପୁରୁଷ ଙ୍କ ପାଖରେ ଉଭୟ ପୁଅ ଓ ଝିଅ ଜନ୍ମ କରିବାର କ୍ରୋମଜୋମ ରହିଛି |

ତେବେ ଯେତେବେଳେ ମହିଳା ଙ୍କ ଡିମ୍ବାଣୁ ପୁରୁଷ ଙ୍କ ଧାତୁ ସହ ମିଶି ଥାଏ ଏବଂ ଏହା x କ୍ରୋମୋଜମ ସହ ମିଶିଲେ ଝିଅ ସନ୍ତାନ ହୋଇ ଥାଏ | ଆଉ ଯଦି ମହିଳା ଙ୍କର ଡିମ୍ବାଣୁ y କ୍ରୋମୋଜମ ସହ ମିଶି ଥାଏ ତେବେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇ ଥାଏ | ତେଣୁ ପୁଅ ହେଉ କି ଝିଅ ଏଥିପାଇଁ କେବେ ବି ଏକ ମହିଳା ଙ୍କୁ ଦାୟୀ ଦେବା ଉଚିତ ନୁହେଁ | କାରଣ ପୁଅ ହେବ କି ଝିଅ ହେବ ଏହା ପୁରୁଷ ଙ୍କ ହାତରେ ରହିଥାଏ ଏବଂ ଏଥିପାଇଁ କେବଳ ପୁରୁଷ ହିଁ ଦାୟୀ ଅଟେ | ଏହା ସହିତ କେବେ କନ୍ୟା ସନ୍ତାନ ହେଲେ ମହିଳା ଙ୍କୁ ନିନ୍ଦା ନ କରି ସନ୍ତାନ କୁ ଆପଣେଇ ନେବା ଉଚିତ |

Leave a Comment