କିଛି ଲୋକଙ୍କୁ ପୂଜା କରିବା ସମୟରେ ଆଖିରେ ଲୁହ ଆସିଯାଏ ଏବଂ କିଛି ଲୋକଙ୍କୁ ପୂଜା ସମୟରେ ହାଇ ଓ ଅଳସୁଆ ମଧ୍ୟ ଲାଗିଥାଏ। ଆଉ କିଛି ଲୋକଙ୍କୁ ଛିଙ୍କ ଆସିଥାଏ, ଆଉ କିଛି ଲୋକଙ୍କୁ ଖରାପ ବିଚାର ଆସିଥାଏ। ତେବେ ଯଦି ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖା ଯାଉଛି ତାହେଲେ ଏସବୁ ର କାରଣ କଣ। ସେ କେଉଁ ଦୈବିକ ଶକ୍ତି ଅଛି ଯାହାର କୃପା ଆପଣଙ୍କ ଉପରେ ରହିଥାଏ। ଯେତେବେଳେ ଆପଣଙ୍କ ନିୟନ୍ତ୍ରଣ ସହିତ ପୂଜାପାଠ ବା ଧ୍ୟାନ କରିବା ସମୟରେ ଆମେ ଆମ ଦ୍ୱାରା କିଛି ଏମିତି କାର୍ଯ୍ୟ ହୋଇଥାଏ ଯେମିତି ହାଇ ଆସିବା, ନିଦ ଆସିବା, କାନ୍ଦିବା, ଛିଙ୍କ ଆସିବା ତାହେଲେ ଏହାର ଅର୍ଥ ବିପରୀତ ମାନାଯାଇଛି। ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ପ୍ରଥମେ ଏହି ପୁରା ବ୍ରହ୍ମାଣ୍ଡ ଅନ୍ଧାର ଥିଲା।
ତାପରେ ଏକ ବିଶାଳ ଶିବଲିଙ୍ଗ ପ୍ରକଟ ହେଲା। ଯାହାଦ୍ବାରା ସମ୍ପର୍ଣ୍ଣ ବ୍ରହ୍ମାଣ୍ଡ ଉର୍ଯା ରେ ଭରି ରହିଥିଲା। ଧୀରେ ଧୀରେ ଏହି ବ୍ରହ୍ମାଣ୍ଡ ରେ ଧାତୁ ପଦାର୍ଥ ମାନ ନିର୍ମାଣ ହୋଇଥିଲା ସେହି ପଦାର୍ଥ ମଧ୍ୟରେ ଜଳ, ବାୟୁ, ଧାତୁ ,ଅଗ୍ନି ଭଳି ଜିନିଷର ନିର୍ମାଣ ହୋଇଥିଲା। ଏଥିପାଇଁ ମାନାଯାଏ କି ଏହିସବୁ ପଦାର୍ଥରେ ପ୍ରଭୁ ଶିବ ଶଙ୍କର ବାସ କରିଥାନ୍ତି।
ସମସ୍ତ ବ୍ରହ୍ମାଣ୍ଡର କୋଣ କୋଣରେ ଭଗବାନ ଶିବ ଅଛନ୍ତି। ଶିବ ହିଁ ଆଦି ଅଟନ୍ତି। ଯେବେ ଆମେ ପୂଜାପାଠ କରିବା ପାଇଁ ବସିଥାଉ ସେତେବେଳେ ଆପଣଙ୍କ ଆତ୍ମାର କନେକ୍ସନ୍ ଈଶ୍ୱର ଙ୍କ ସହିତ ହୋଇଥାଏ। ଈଶ୍ବର ସର୍ବବ୍ୟାପୀ ଅଟନ୍ତି। ସମସ୍ତ ପ୍ରକାରର ସଜୀବ ପଦାର୍ଥ ଓ ନିର୍ଜୀବ ପଦାର୍ଥ ରେ ଈଶ୍ୱରଙ୍କର ବାସ ହୋଇଥାଏ। ଏହି କାରଣ ପାଇଁ ଆପଣଙ୍କ ଅନ୍ତର ଯେବେ ଆତ୍ମା ଈଶ୍ୱରଙ୍କ ସହ ଯୋଡ଼ି ଯାଏ ସେତେବେଳେ ଈଶ୍ୱର କିଛି ସଙ୍କେତ ଦେଇଥାଏ। ଏହି ସଙ୍କେତ ବହୁତ ସାଧାରଣ ହୋଇଥାଏ। ଯାହାକୁ ଆମେ ଅଣଦେଖା କରିଥାଉ।
୧- ଯଦି ପୂଜା ସମୟରେ ଆଖିରୁ ଲୁହ ଆସେ ତେବେ ତାହା ଭଗବାନଙ୍କ ସଙ୍କେତ ଅଟେ। ଆପଣଙ୍କ ଆତ୍ମା ଭଗବାନଙ୍କ ସହ ମିଳନ ହୋଇଛି। ଏମିତି ସମୟରେ ଆପଣଙ୍କ ମନସ୍କାମନା ଭଗବାନଙ୍କୁ ଜଣାଇଲେ ପୂର୍ଣ୍ଣ ହୋଇଥାଏ।
୨- ଯଦି ପୂଜା ସମୟରେ ଜଳୁଥିବା ଦୀପର ଜ୍ୟୋତି ବଢ଼ିଯାଏ ତେବେ ତାହା ଭଗବାନଙ୍କ ସଙ୍କେତ ହୋଇଥାଏ। ସେ ଆପଣଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇଛନ୍ତି। ଏହି ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ୍।
୩- ଯଦି ଲଗାଇଯାଇଥିବା ଧୂପର ଧୁଆଁ ଈଶ୍ୱର ଦିଗକୁ ଯାଉଛି ତାହେଲେ ପୂଜାକୁ ଭଗବାନ ସ୍ୱୀକାର କରିଛନ୍ତି।
୪- ଯଦି ପୂଜା ସମୟରେ ଫୁଲ ପଡ଼େ ତାହେଲେ ତାହାକୁ ଶୁଭ ମାନାଯାଇଥାଏ। ଆଉ ଆପଣଙ୍କୁ ଶୀଘ୍ର ଶୁଭ ଫଳ ମିଳିବାକୁ ଯାଉଛି।
୫- ଭଗବାନ ଶିବ କହନ୍ତି ପୂଜା ସମୟରେ ଘର ପାଖକୁ ଗାଈ ଆସିଲେ ଏହାକୁ ଶୁଭ ସଙ୍କେତ ମାନାଯାଏ। ଦ୍ୱାର ପାଖକୁ ଆସିଥିବା ଗାଈକୁ ପୂଜା କରନ୍ତୁ ଓ ରୁଟି ଖାଇବାକୁ ଦିଅନ୍ତୁ। ଆଉ ନମସ୍କାର କରି ଆପଣଙ୍କ ମନସ୍କାମନା କୁହନ୍ତୁ
ଆପଣଙ୍କ ଇଚ୍ଛା ପୂରଣ ହେବ।