ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଆଉ ସେଥି ମଧ୍ୟରୁ ସମସ୍ତ ଦର୍ଶକ ଙ୍କର ପ୍ରାୟ ନିଜ ନିଜର ଏକ ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ସେମାନେ ତାଙ୍କର ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରି ଥାଆନ୍ତି ଏବଂ ଏହା ସହିତ ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କର କିଛି ଭିଡ଼ିଓ ହେଉ ଅଥବା ବ୍ୟକ୍ତିଗତ ଜୀବନ ବିଷୟ ରେ ହେଉ ତାହାକୁ ଜାଣିବା ପାଇଁ ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ତାଙ୍କର ଛୋଟ ଛୋଟ କଥା ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇ ଥାଏ ଯାହାକୁ ନେଇ ସେମାନେ ଟ୍ରୋଲ ର ମଧ୍ୟ ଶିକାର ହୋଇ ଥାଆନ୍ତି |
ତେବେ ଆପଣ ଓଲିଓଡ଼ ର ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ନିଜ ଅଭିନୟ ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖି ଥାଆନ୍ତି | ତେବେ ଏହି କିଛି ଦିନ ତଳେ ଅଭିନେତା ବାବୁସାନ ଓ ଓଲିଓଡ଼ ଜଗତ ର ଚର୍ଚ୍ଚିତ ଚେହେରା ପ୍ରକୃତି ମିଶ୍ର ଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇ ଥିଲା ଯାହାକୁ ନେଇ ଅନେକ ଦର୍ଶକ ନିନ୍ଦା କରି ଥିଲେ | ତେବେ ଏହି ଘଟଣା କୁ ନେଇ ପୁଣି ଏକ ନୂଆ ଖବର ଆସିଛି, ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
ହାଇକୋର୍ଟ ର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର, ମୁମ୍ବାଇ ରୁ ଫେରି ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ଓଲିଓଡ଼ ତଥା ବଲିଓଡ଼ ର ଅଭିନେତ୍ରୀ ପ୍ରକୃତି ମିଶ୍ର | ତାଙ୍କ ଉପରେ ଯେଉଁ ଆକ୍ରମଣ ହୋଇ ଥିଲା ତାହାକୁ ନେଇ ପୋଲିସ ରେ ଏତଲା ଦିଆ ଯାଇ ଥିଲା କିନ୍ତୁ ପୋଲିସ ଏହି ଘଟଣା ରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହିଁ | ଯାହାକୁ ନେଇ ପ୍ରକୃତି ମିଶ୍ର ଅସନ୍ତୋଷ ପ୍ରକାଶ କରି ଥିଲେ ଏବଂ ଏହାକୁ ନେଇ ଏବେ ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ର ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି |
ଏଠାରେ ଆମେ ଆପଣ ଙ୍କୁ ମନେ ପକାଇ ଦେବା ଚାହିଁବୁ କି କିଛିଦିନ ତଳେ ଅଭିନେତା ବାବୁସାନ ଙ୍କ ସହ ପ୍ରକୃତି ମିଶ୍ର ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହେବାର ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହୋଇ ଥିଲା | ତେବେ ସେହି ଭିଡ଼ିଓ ରେ ଅଭିନେତା ବାବୁସାନ ଙ୍କ ପତ୍ନୀ ତୃପ୍ତି ଏବଂ ତାଙ୍କ ବାପା ତଥା ଆଉ କିଛି ସମ୍ପର୍କୀୟ ଆକ୍ରମଣ କରିଥିବା ପ୍ରକୃତି ମିଶ୍ର ଅଭିଯୋଗ କରି ଥିଲେ | ଯାହାକୁ ନେଇ ପ୍ରକୃତି ମିଶ୍ର ଙ୍କର ବାପା ଓ ମା ଥାନାର ଦ୍ୱାରସ୍ଥ ମଧ୍ୟ ହୋଇ ଥିଲେ, କିନ୍ତୁ ଏହି ଘଟଣା କୁ ନେଇ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଶେଷ ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି |